Thursday , January 20 2022
Breaking News
Home / ସ୍ୱାସ୍ଥ୍ୟ / କେନ୍ଦ୍ରାପଡାରେ ବିଶ୍ୱ ଏଡସ୍ ଦିବସ ପାଳିତ 

କେନ୍ଦ୍ରାପଡାରେ ବିଶ୍ୱ ଏଡସ୍ ଦିବସ ପାଳିତ 

କେନ୍ଦ୍ରାପଡ଼ା, ୦୨/୧୨/୨୦୨୧(ଓଡ଼ିଶା ସମାଚାର)-ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଓ ଓଡିଶା ଏଡସ୍ ନିୟନ୍ତ୍ରଣ ସମିତି ମିଳିତ ଆନୁକୂଲ୍ୟରେ ବିଶ୍ୱ ଏଡସ୍ ଦିବସ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମିଳନୀ କକ୍ଷରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଅନୁଷ୍ଠିତ ସଭାରେ ଅତିରିକ୍ତ ଜିଲ୍ଲାପାଳ ପିତାମ୍ବର ସାମଲ ଅଧ୍ୟକ୍ଷତା କରି ଏଡସ୍ ସଂକ୍ରମଣ ଓ ଏହାର ପ୍ରତିରୋଧ ଉପରେ ଗୁରୁତ୍ୱ ଆରୋପ କରିଥିଲେ । ପିତାମାତାଙ୍କ ଠାରୁ ଜନ୍ମିତ ଶିଶୁମାନଙ୍କୁ ଯେପରି ମାରାତ୍ମକ ରୋଗ ଏଡସ୍ ନ ବ୍ୟାପିବ ସେଥିପାଇଁ ଜନସଚେତନତା ଆବଶ୍ୟକ ବୋଲି ଶ୍ରୀ ସାମଲ ମତବ୍ୟକ୍ତ କରିଥିଲେ । ସମାଜରେ ପ୍ରତ୍ୟେକ ନାଗରିକ ଏଥିପାଇଁ ସଚେତନ ହେଲେ ଏଡସ୍କୁ ଆମେ ପ୍ରତିହତ କରିପାରିବା ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଅନୀତା ପଟ୍ଟନାୟକ ମତବ୍ୟକ୍ତ କରିଥିଲେ । ବୈଠକରେ ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ଡା. ସଚ୍ଚିଦାନନ୍ଦ ମିଶ୍ର, ଡା. ନୃପେନ ଶତପଥୀ, ଶିଶୁ ସ୍ୱାସ୍ଥ୍ୟ ଉପ ପରିଚାଳକ କୃଷ୍ଣଚନ୍ଦ୍ର ଲୋହା, ଡି.ଟି.ଓ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଦାସଙ୍କ ସମେତ କେନ୍ଦ୍ରାପଡା କଲେଜର ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ । ଏଡସ୍ ସମ୍ପର୍କୀତ କୁଇଜ ଓ ଚିତ୍ରାଙ୍କନ ପ୍ରତିଯୋଗିତାର କେନ୍ଦ୍ରାପଡା କଲେଜର କୃତି ପ୍ରତିଯୋଗୀମାନଙ୍କୁ ଅତିରିକ୍ତ ଜିଲ୍ଲାପାଳ  ଶ୍ରୀ ସାମଲ ପୁରସ୍କାର ପ୍ରଦାନ କରିଥିଲେ । ଶେଷରେ ଜିଲ୍ଲା ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ଶାନ୍ତିଲତା ଚାନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ । ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ  ଜିଲ୍ଲାସ୍ତରୀୟ ପୁରୁଷ ବନ୍ଧ୍ୟାକରଣ ପକ୍ଷ ପାଳନ ହୋଇଯାଇଛି । ଏଥିରେ ଜିଲ୍ଲା ମୁଖ୍ୟ ଚିକତ୍ିସା ଅଧିକାରୀ ଡା. ପଟ୍ଟନାୟକ, ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ଡା.  ମିଶ୍ର, ଡା. ଶତପଥୀ, ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ସୁପରିଟେଣ୍ଡେଂଟ ଡା. ରଶ୍ମୀରଞ୍ଜନ ମହାନ୍ତି, ଜନସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ,  ଆଶାକର୍ମୀ, ଅଙ୍ଗନୱାଡି କର୍ମୀ ଏବଂ ଏ.ଏନ.ଏମମାନେ ଉପସ୍ଥିତ ଥିଲେ । ଡା. ମିଶ୍ର ଓ ଡା. ଶତପଥୀଙ୍କ ତତ୍ୱାବଧାନରେ ଜଣେ ପୁରୁଷଙ୍କର ବନ୍ଧ୍ୟାକରଣ କରାଯାଇଥିଲା । ଓଡ଼ିଶା ସମାଚାର

About admin

Check Also

ଓଡ଼ିଶା ରେ ଆଉ ୧୪୫ ଜଣ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ – ମୋଟ ସଂଖ୍ୟା ୩୪୭ କୁ ବୃଦ୍ଧି

ଭୁବନେଶ୍ୱର,୧୯/୧/୨୦୨୨ (ଓଡ଼ିଶା ସମାଚାର /ଦୀପ୍ତିରଂଜନ କାନୁନଗୋ)- ରାଜ୍ୟରେ ଏକାଥରକେ ଆଉ ୧୪୫ ଜଣ ନୂଆ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। …

Leave a Reply

Your email address will not be published. Required fields are marked *