Wednesday , January 26 2022
Breaking News
Home / ବିଶେଷ / ଓମିକ୍ରନ୍ କୁ ନେଇ କମିଶନରେଟ୍ ପୋଲିସ ଆକ୍ସନ ମୁଡରେ,ଫେରିଵକି ପୁଣି ତାଲାବନ୍ଦୀ

ଓମିକ୍ରନ୍ କୁ ନେଇ କମିଶନରେଟ୍ ପୋଲିସ ଆକ୍ସନ ମୁଡରେ,ଫେରିଵକି ପୁଣି ତାଲାବନ୍ଦୀ

କଟକ ସଦର, ୦୨/୧୨/୨୧(ଓଡିଶା ସମାଚାର/ଵିଷ୍ଣୁ ବେହେରା):ଵିଶ୍ୱର ଅଧିକରୁ ଅଧିକ ରାଷ୍ଟ୍ରରେ କନୋନାର ନୂତନ ପ୍ରଜାତି ଭୂତାଣୁ ଓମିକ୍ରନ୍ ବ୍ୟାପିବାରେ ଲାଗିଛି। ବର୍ତମାନ ସୁଦ୍ଧା ୧୪ ରୁ ଅଧିକ ରାଷ୍ଟ୍ର  କୁ ଏହି ଭୂତାଣୁ ଵ୍ୟାପିସାରିଥିଵା ବେଳେ ଆଜି ଗୁରୁବାର ଭାରତରେ ଏହା ପ୍ରଵେଶ କରିଥିବା ଜଣାପଡିଛି। ଏହାକୁ ଦୃଷ୍ଟିରେ ରଖି ଓଡ଼ିଶାର ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକଙ୍କୁ ସତର୍କତା ଅବଲମ୍ବନ ସହ ମାସ୍କ ଓ ସାମାଜିକ ଦୂରତା ବଜାୟ ରଖିବାକୁ ନିଵେଦନ କରିଛନ୍ତି। ଏହାକୁ କଡାକଡି ଭାବରେ ପାଳନ କରିଵାକୁ ପୋଲିସ୍ ଡିଜି ଙ୍କୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।ଏହି ପରିପ୍ରେକ୍ଷୀରେ ଆଜିଠାରୁ କମିଶନରେଟ ପୋଲିସ ପକ୍ଷରୁ କଟକର ଜନଗହଳିପୂର୍ଣ୍ଣ ବାଦାମବାଡ଼ି ଓ ଲିଙ୍କ ରୋଡରେ ଚେକିଙ୍ଗ କଡାକଡି କରାଯାଇ ଖିଲାପ କାରୀଙ୍କ ଠାରୁ ଯୋରିମାନା ଆଦାୟ କରାଯାଇ ଆଗାମୀ ଦିନରେ ଏହାକୁ ବ୍ୟାପକ କରାଯିଵାକୁ ଉଦ୍ୟମ ଆରମ୍ଭ ହୋଇଛି।ଏହା ଦେଖି ଲୋକେ ପୂର୍ଵ ଅଵସ୍ଥାକୁ ମନେ ପକାଇ ପୁଣି ତାଲା ଵନ୍ଦୀ ଫେରିଵାକୁ ନେଇ ସନ୍ଦିହାନ ହୋଇ ପଡିଛନ୍ତି। କରୋନା ପାଇଁ ଲୋକଙ୍କ ଜୀଵନ ଜୀବିକା ପ୍ରଭାବିତ ହୋଇ ଆର୍ଥିକ ମେରୁଦଣ୍ଡ ଭୂଷୁଡି ପଡ଼ିଥିବା ବେଳେ ଏବେ ଓମିକ୍ରନ ଆହୁରି ଆଶା ଆଶଙ୍କା ଵଢାଇ ଦେଇଛି। ଓଡିଶା ସମାଚାର

About admin

Check Also

ଆଶ୍ବସ୍ତି ଫାଉଣ୍ଡେସନ ରେ ସାଧାରଣତନ୍ତ୍ର ଦିବସ ପାଳିତ

କଟକ, ୨୬/୧/୨୦୨୨ (ଓଡ଼ିଶା ସମାଚାର)- ଅଗ୍ରଣୀ ସାମାଜିକସଂଗଠ “ଆଶ୍ବସ୍ତି ଫାଉଣ୍ଡେସନ’ ଏବଂ ବୀଣାପାଣି ଶିଶୁମନ୍ଦିର, ମଙ୍ଗଳାବାଗ ମଲାସାହି ମିଳିତ ଆନୁକୂଲ୍ୟରେ …

Leave a Reply

Your email address will not be published. Required fields are marked *