Friday , August 19 2022
Breaking News
Home / ବିଶେଷ / ଉପରେ କଟକ ସଦର ପଞ୍ଚାୟତ ସମିତି ଵୈଠକ

ଉପରେ କଟକ ସଦର ପଞ୍ଚାୟତ ସମିତି ଵୈଠକ

ତଳେ ଗାନ୍ଧୀ ମୂର୍ତ୍ତୀ ନିକଟରେ ଵୋଧପୁର ପଞ୍ଚାୟତର ନିର୍ବାଚିତ ପ୍ରତିନିଧିଙ୍କ ଧାରଣା

କଟକ ସଦର, ୦୨/୧୨/୨୦୨୧(ଓଡ଼ିଶା ସମାଚାର /ଵିଷ୍ଣୁ ଵେହେରା):କଟକ ସଦର ପଞ୍ଚାୟତ ସମିତି ଵୈଠକ ଆଜି ଗୁରୁବାର ଅଧ୍ୟକ୍ଷା ଶ୍ରୀମନ୍ତିନୀ ବେହେରାଙ୍କ ଅନୁପସ୍ଥିତିରେ ଉପାଧ୍ୟକ୍ଷ ବିଭୂତି ଭୂଷଣ ପରିଡ଼ା ଙ୍କ ପୈ।ରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି।ଏଥିରେ ଵିଡିଓ ରାଜୀଵ ଲୋଚନ ପରିଡା, ଅତିରିକ୍ତ ଵିଡିଓ ଗିରୀଜା ଶଙ୍କର ଵାରିକ, ସହକାରୀ ନିର୍ବାହୀ ଯନ୍ତ୍ରୀ ଵିକାଶ କୁମାର ଭୂୟାଁ,ଗ୍ରାମ ପଞ୍ଚାୟତ ସଂପ୍ରସାରଣ ଅଧିକାରିଣୀ ଯାଜ୍ଞସେନୀ ଗୋଛୟତ, ଜିଲ୍ଲା ପରିଷଦ ସଭ୍ୟ ଜୀଵନ ସାମନ୍ତରାୟ,ଵିରଵର ଲେଙ୍କା ଙ୍କ ସମେତ ୨୩ ଗୋଟି ପଞ୍ଚାୟତର ସରପଞ୍ଚ ସମିତି ସଭ୍ୟ/ସଭ୍ୟା ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।ଏଥିରେ ଆସନ୍ତା ୨୨/୨୩ ଆର୍ଥିକ ବର୍ଷ ପାଇଁ ଆସିଥିବା ୧୫ ତମ କେନ୍ଦ୍ର ଅର୍ଥ କମିଶନ(ସିଫସି)ର ୭୦,୧୫,୬୯୦ ରାଶି ଓ ୫ମ ରାଜ୍ୟ ଅର୍ଥ କମିଶନ (ଏସଏଫସି)ର ୯୨,୩୮,୨୯୭ ରାଶିର ସୁବିନିଯୋଗ ନିମନ୍ତେ ସରକାରଙ୍କ ମାର୍ଗଦର୍ଶିକା ଅନୁଯାଇ ପ୍ରକଳ୍ପ ଚିଠା ପ୍ରସ୍ତୁତି ନିମନ୍ତେ ପଞ୍ଚାୟତ ପ୍ରତିନିଧି ମାନଙ୍କୁ ପରାମର୍ଶ ଦିଆ ଯାଇଥିଲା। ପଞ୍ଚାୟତରେ ଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇ ଆସନ୍ତା ୧୫ ତାରିଖ ପୂର୍ବରୁ ଏହାର ସମାଧାନ କରାଯିବ ବୋଲି ଵିଡିଓ ଗୃହକୁ ପ୍ରତିଶ୍ରୁତି ଦେଇଥିଲେ। ସେହିପରି ଵୋଧପୁର ପଞ୍ଚାୟତ ରେ ଉନ୍ନୟନ କାର୍ଯ୍ୟ ସଵୁକୁ ବ୍ଲକ ପ୍ରଶାସନ ବନ୍ଦ କରିଥିବା ପ୍ରତିବାଦରେ ସରପଞ୍ଚ ସଂଧ୍ୟା ରାଣୀ ବେହେରା ଓ ସମିତି ସଭ୍ୟ ବିଶ୍ୱନାଥ ଵସ୍ତିଆଙ୍କ ନେତୃତ୍ୱରେ ସମସ୍ତ ଓ୍ୱ।ର୍ଡ ସଭ୍ୟ/ସଭ୍ୟା ଗାନ୍ଧୀ ମୂର୍ତ୍ତୀ ତଳେ ଧାରଣାରେ ବସିଥିଲେ।ଏହାକୂ ଗୁରୁତର ସହ ନେଇ ଜିଲ୍ଲାପରିଷଦ ସଭ୍ୟ ଜୀଵନ ସାମନ୍ତରାୟ ଙ୍କ ନେତୃତ୍ବରେ କେତେକ ପ୍ରତିନିଧି ଓ ଵିଡିଓ ଧାରଣା ସ୍ଥଳକୁ ଯାଇ ବୁଝାସୁଝା କରି ଏକ ଅନୁଧ୍ୟାନ କମିଟି ଜରିଆରେ ୭ ଦିନ ମଧ୍ୟରେ ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହେବା ସହ ସରପଞ୍ଚ ଓ ସମିତି ସଭ୍ୟ ବୈଠକରେ ଯୋଗ ଦେଇଥିଲେ। ଆଲୋଚନା ରେ ଅଂଶ ଗ୍ରହଣ କରିଥିବା କେତେକ ପ୍ରତିନିଧି ଵିଧାୟକ ଚନ୍ଦ୍ର ସାରଥି ଵେହେରାଙ୍କ ଜନମଙ୍ଗଳ କାର୍ଯ୍ୟରେ ଅନ୍ତରାୟ ସୃଷ୍ଟି କରୁଥିବା ଅଧ୍ୟକ୍ଷା ଙ୍କର ଇସ୍ତଫା ଦାବି କରିବା ସହିତ ଵିଡିଓ ଓ ସହାକାରୀ ନିର୍ବାହୀ ଯନ୍ତ୍ରୀ ଙ୍କ କାର୍ଯ୍ୟ ଦକ୍ଷତା କୁ ଉଚ୍ଚ ପ୍ରଶଂସା କରିଥିଲେ।ଏଥିରେ ଫକିରପଡା ସରପଞ୍ଚ ଯତିନ୍ ରାଉଳ,କିଶନନଗର ସରପଞ୍ଚ ରଞ୍ଜିତା ମହାନ୍ତି, ସମିତି ହଭ୍ୟା ଇଲାଵତୀ ବିଷୋୟୀ,ଆୟତପୁର ସମିତି ସଭ୍ୟ ଗୋକୁଳ ଚନ୍ଦ୍ର ପ୍ରଧାନ,ଅରିଲୋ ସମିତି ସଭ୍ୟ ରୂପକ କୁମାର ସ୍ୱାଇଁ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଓଡ଼ିଶା ସମାଚାର

About admin

Check Also

ଭାରତ ମାତା ସେବା ଅନୁଷ୍ଠାନ ତରଫରୁ ୩୭୫ ଫୁଟ ର ବିଶାଳ ତ୍ରିରଙ୍ଗା ଯାତ୍ରା

ଭୁବନ ୧୮/୦୮/୨୦୨୨(ଓଡ଼ିଶା ସମାଚାର)- ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ଭାରତ ମାତା ସେବା ଅନୁଷ୍ଠାନ ଆନୁକୂଲ୍ୟରେ  ୩୭୫ ଫୁଟ …

Leave a Reply

Your email address will not be published.