କଟକ ସଦର, ୦୨/୧୨/୨୦୨୧(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା):କଟକ ଏସସିଵି ଵଡ ମେଡିକାଲ୍ କୁ ଏମ୍ସ ପ୍ଲସ୍ ସଂପ୍ରସାରଣ କାର୍ୟ୍ୟ ପାଇଁ ପୁର୍ଵ ପ୍ରସ୍ତୁତି ଅନୁଯାୟୀ ଜିଲ୍ଲା ପ୍ରଶାସନ ପକ୍ଷରୁ ରାଣୀହାଟ ଠାରେ ୫୨୨ ସିଟ୍ ବିଶିଷ୍ଟ ତଥା ୧୯୫୧ ଏପ୍ରିଲ ୨୫ ରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ନିତ୍ୟାନନ୍ଦ କାନୁନଗୋ ଙ୍କ ଦ୍ୱ।ରା ଉଦ୍ଘାଟିତ ରାଣୀହାଟ ଠାରେ ଥିଵା କଟକର ୩ୟ ପୁରାତନ ହିନ୍ ସିନେମା ପ୍ରେକ୍ଷାଳୟକୁ ଭଙ୍ଗା ଯାଇ ମାଟିରେ ମିଶାଇ ଦିଆ ଯାଇଛି।ଏହି ଵାଵଦରେ ହଲ୍ ମାଲିକଙ୍କୁ ୯ କୋଟି ଟଙ୍କା କ୍ଷତିପୂରଣ ଦିଆଯାଇଥିବା ବେଳେ ଏହା ସଂଲଗ୍ନରେ ସିମସି ପକ୍ଷରୁ ଭଡା ଦିଆ ଯାଇ ଥିଵା ୩୦ ଗୋଟି ଦୋକାନକୁ ହଟାଯାଇ ସେମାନଙ୍କୁ ୧ଲକ୍ଷ ଟଙ୍କାର କ୍ଷତିପୂରଣ ଦିଆଯାଇ ଥଇଥାନ ର ପ୍ରତିଶୃତି ଦିଆଯାଇଛି। ସେହିପରି ବ୍ୟକ୍ତିଗତ ମାଲିକାନାରେ ଥିଵା ଅବଶିଷ୍ଟ ୧୮ ଗୋଟି ଅଟ୍ଟାଳିକା କୁ ଏହାପରେ ଉଛେଦ କରାଯିଵାକୁ ପ୍ରକ୍ରିୟା ଆରମ୍ଭ ହୋଇଛି। ସୂଚନାଯୋଗ୍ୟ ଯେ ଏହି ୩ୟ ପୁରୁଣା ହଲ୍ ରେ ପ୍ରଥମେ ଉଦଘାଟନ ଦିନ ଦିଲିପ୍ କୁମାର ଓ ନର୍ଗିସ ଦତ୍ତ ଙ୍କ ଅଭିନିତ ‘ହଲଚଲ’ ଖେଳିଥିଲା।୧୯୨୬ ରେ ପ୍ରଥମ ହଲ୍ ଭାଵେ କ୍ୟାପିଟାଲ ଓ ୧୯୪୪ରେ ଦ୍ୱିତୀୟ ହଲ୍ ଭାଵେ ପ୍ରଭାତ ପରିଚୟ ସୃଷ୍ଟି କରିଥିଲା।ତାଳଦଣ୍ଡା କେନାଲ ଵନ୍ଧ ରାସ୍ତାର ଉନ୍ନତିକରଣ କାର୍ୟ୍ୟ ରାଣୀହାଟ ଛକ ଠାରୁ ଆରମ୍ଭ କରି ଛତ୍ରଵଜାର ଦେଇ ନୂଆଵଜାର ପର୍ୟ୍ୟନ୍ତ ଚାଲୁରହିଛି। ଏଥିପାଇଁ ବିକାଶମୂଳକ କାର୍ୟ୍ୟ ଜାରି ରହିଥିବା ପରିପ୍ରେକ୍ଷୀରେ ଏହି ପୁରୁଣା ପ୍ରେକ୍ଷାଳୟକୁ ଭଙ୍ଗାଯାଇ ସେଠାରେ ଉନ୍ନୟନମୂଳକ କାର୍ୟ୍ୟ କରାଯିବାକୁ ପୂର୍ବରୁ ନିଷ୍ପତି ନିଆଯାଇଥିଲା। ଓଡ଼ିଶା ସମାଚାର