Tuesday , December 6 2022
Home / ବିଶେଷ / ହକରମାନଙ୍କ ସୁରକ୍ଷା ଯୋଜନା ଘୋଷଣାକୁ ପାରାଦୀପ ଖବରକାଗଜ ବିକ୍ରେତା ସଂଘର ସ୍ୱାଗତ

ହକରମାନଙ୍କ ସୁରକ୍ଷା ଯୋଜନା ଘୋଷଣାକୁ ପାରାଦୀପ ଖବରକାଗଜ ବିକ୍ରେତା ସଂଘର ସ୍ୱାଗତ

ପାରାଦୀପ,୦୧/୧୨/୨୦୨୧(ଓଡ଼ିଶା ସମାଚାର)- ଖବରକାଗଜ ବିତରକ ବା ହକରମାନେ ସୂଚନା ଓ ସମ୍ବାଦପତ୍ର ପହଂଚାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି । ଖରା,ବର୍ଷା,ଶୀତ ସବୁ ସମୟରେ ସୂର୍ଯ୍ୟ ଉଦୟ ପୂର୍ବରୁ ସେମାନଙ୍କର କାର୍ଯ୍ୟ ଆରମ୍ବ କରିଦେଇଥାନ୍ତି । ଜନସାଧାରଣଙ୍କ ନିକଟରେ ଖବର ପହଂଚାଇବା ଭଳି ଗୁରୁ ଦାୟିତ୍ୱ ବହନ କରିଥାନ୍ତି । ଲୋକମାନଙ୍କୁ ଖବର ସହ ଯୋଡିବାରେ ସେମାନଙ୍କର ରହିଛି ପ୍ରମୁଖ ଭୂମିକା । ସେମାନଙ୍କର ସଂଘର୍ଷମୟ ଜୀବନକୁ ସୁରକ୍ଷିତ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ହକରମାନଙ୍କର ଦୂର୍ଘଟଣା ଜନିତ ମୃତ୍ୟୁ କ୍ଷେତ୍ରରେ ୨ଲକ୍ଷଟଙ୍କା, କାମ କରିବା ପାଇଁ ଓାର୍କ ସେଡ୍, ସମସ୍ତ ହକରମାନଙ୍କୁ ପରିଚୟ ପତ୍ର ପ୍ରଦାନ ସହିତ ସେମାନଙ୍କର ସ୍ୱତନ୍ତ୍ର ଡାଟା ବେସ୍ ପ୍ରସ୍ତୁତ ହେବ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣାକୁ ସ୍ୱାଗତ କରିଛନ୍ତି ପାରାଦୀପ ଖବର କାଗଜ ବିତରକ ସଂଘର ସଦସ୍ୟ ଓ କର୍ମକର୍ତାମାନେ । ଶୁକ୍ରବାର ଦିନ ସଂଘର ସଭାପତି ନିମାଇଁ ଚରଣ ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ସମ୍ପାଦକ ବାଳକୃଷ୍ଣ ସୂତାର, ବରିଷ୍ଠ ସଦସ୍ୟ ପ୍ରଦୀପ କୁମାର ଜେନା ପ୍ରମୁଖ ଯୋଗ ଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଏହି ନିଷ୍ପତିକୁ ସ୍ୱାଗତ କରିବା ସହ ଧନ୍ୟବାଦ ଜଣାଇ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.