Tuesday , December 6 2022
Home / ବିଶେଷ / ସମ୍ଭାବ୍ୟ ବାତ୍ୟା ଓ ବର୍ଷାର ମୁକାବିଲା ନିମନ୍ତେ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି

ସମ୍ଭାବ୍ୟ ବାତ୍ୟା ଓ ବର୍ଷାର ମୁକାବିଲା ନିମନ୍ତେ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି

ଜଗତସିଂହପୁର, ୦୧/୧୨/୨୦୨୧(ଓଡ଼ିଶା ସମାଚାର)-ବେଙ୍ଗାପସାଗରରେ ସୃଷ୍ଠ ଲଘୁଚାପ ଜନିତ ବାତ୍ୟା ଓ ବର୍ଷାର ମୁକାବିଲା ନିମନ୍ତେ ଜଗତସିଂହପୁର ଜିଲ୍ଲାପ୍ରଶାସନ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ପାରୁଲ ପଟାୱରୀ ଙ୍କ ଅଧ୍ୟକ୍ଷତାରେ ଆଭାସୀ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଶ୍ରୀମତୀ ପଟାୱରୀ ସମସ୍ତ ବିଡିଓ ତହସିଲଦାର ଜିଲ୍ଲା ସ୍ତରୀୟ ଅଧିକାରୀ ,ଲାଇନ ବିଭାଗ ଅଧିକାରୀ ମାନଙ୍କୁ ସମ୍ଭାବ୍ୟ ବାତ୍ୟା ଓ ବର୍ଷାର ମୁକାବିଲା ନିମନ୍ତେ ସତକ ର୍ ରହିବାକୁ ନିର୍ଦ୍ଧେଶ ଦେଇଥିଲେ । ମତ୍ସ୍ୟଜୀବୀ ମାନଙ୍କୁତ୍ସମୁଦ୍ରକୁ ନଯିବାକୁୁ ବାରଣ କରାଯାଇଛି । ଜିଲ୍ଲାର ଚାଷୀ ମାନଙ୍କୁ ଅମଳ ଯୋଗ୍ୟ ଧାନ ଫସଲ ଅମଳ କରି ସୁରକ୍ଷିତ ସ୍ଥାନରେ ରଖିବାକୁ ବ୍ୟାପକ ପ୍ରଚାର ପ୍ରସାର ଦ୍ୱାରା ସଚେତନ କରିବାକୁ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ସମସ୍ତ ବିଡ଼ିଓ ଓ େ ପøର ନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଧେଶ ଦେଇଥିଲେ । ଆସନ୍ତା କାଲି ଠାରୁ ମାଇକ ଯୋଗେ ମତ୍ସ୍ୟଜିବୀ ଓ ଚାଷୀ ମାନଙ୍କୁ ଅବଗତ କରାଯିବ । ଜିଲ୍ଲାରେ ଥିବା ୪୫ଟି ବହୁମୁଖୀ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀ ସ୍କୁଲ ଘର ,ଅଙ୍ଗନୱାଡି ଘର ଓ କଲ୍ୟାଣ ମଣ୍ଡପ ପ୍ରସ୍ତୁତ ରଖିବାକୁ ନିର୍ଦ୍ଧେଶ ଦେଇଥିଲେ । ଆବଶ୍ୟକ ସ୍ଥଳେ ତଳିଆ ଅଂଚଳ ଓ କଚା ଘରେ ରହୁଥିବା ଲୋକମାନଙ୍କୁ ଆଶ୍ରୟ ସ୍ଥଳୀକୁ ସ୍ଥାନାନ୍ତର କରାଯିବ ।
ଧାନ ଫସଲ ସହିତ ରବି ଫସଲ ଓ ପନିପରିବା ଗୁଡିକୁ ଉତ୍ପାଦନ କରି ସୁରକ୍ଷିତ ସ୍ଥାନରେ ରଖିବାକୁ ଚାଷୀମାନଙ୍କୁ ସଚେତନ କରିବେ । ପ୍ରତ୍ୟେକ ଆଶ୍ରୟ ସ୍ଥଳୀରେ ବିଦ୍ୟୁତ , ପାନୀୟଜଳ , ଶୌଚାଳୟ ପରିସ୍କାର ପରିଚ୍ଛନ୍ନ ରଖିବାକୁ ବିଡିଓ ମାନଙ୍କୁ ନିର୍ଦ୍ଧେଶ ଦେଇଥିଲେ ।ପୂର୍ତ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ, ଗଛକଟା ମେସିନ ,ଜେସିବି, ଜେନେରେଟର , ଟ୍ରାକ୍ଟର ବ୍ୟବସ୍ଥା କରିବେ । ଡ୍ରେନେଜ ବିଭାଗ ଡ୍ରେନ ସଫା ରଖିବେ । ଚାଉଳ, ଗୁଡ,କିରୋସିନି,ଚୁଡା ଯଥେଷ୍ଟ ପରିମାଣରେ ମହଜୁଦ ରଖିବା ପାଇଁ ନିର୍ଦ୍ଧେଶ ଦେଇଛନ୍ତିି । ଗର୍ଭବତୀ ମହିଳା , ଶିଶୁ, ଦିବ୍ୟାଙ୍ଗ , ବୃଦ୍ଧ ଲୋକଙ୍କୁ ଅଗ୍ରାଧିକାର ଭିତିରେ ସ୍ଥାନାନ୍ତରିତ କରାଯିବ । ସମସ୍ତ ଆଶ୍ରୟ ସ୍ଥଳୀରେ କୋଭିଡ଼ – ୧ ୯ ମାର୍ଗଦର୍ଶିକା ଅନୁପାଳନ ପୂର୍ବକ ମାସ୍କ ,ସାନିଟାଇଜର ଯୋଗାଣ ଓ ସାମାଜିବ ଦୂରତା ବଜାୟ ରଖିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ପ୍ରତ୍ୟେକ ଆଶ୍ରୟ ସ୍ଥଳୀରେ ନୋଡ଼ାଲ ଅଫିସର, ଆଶା , ଅଙ୍ଗନୱାଡ଼ି କର୍ମୀ,ହେଲଫର ନିୟୋଜିତ କରାଯିବ । ଗର୍ଭବତି ମହିଳା ମାନଙ୍କୁ ହେଲଥ ୍ କେୟାର ସେଂଟରକୁ ସ୍ଥାନାନ୍ତରିତ କରିବାକୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ପରାମର୍ଶ ଦେଇଥଲେ ।ପ୍ରତ୍ୟେକ ଆଶ୍ରୟସ୍ଥଳୀରେ ଫାଷ୍ଟ ଏଡ୍ ବ୍ୟବସ୍ଥା ସହିତ ଆବଶ୍ୟକୀୟ ଔଷଧ ମହଜୁଦ୍ ରଖିବାପାଇଁ ପରାମର୍ଶ ଦେଇଥିଲେ । ଗୋରୁ ଗାଈଙ୍କ ପାଇଁ ଗୋଖାଦ୍ୟ ଓ ମେଡିସିନ ସହିତ ମୋବାଇଲ ଟିମ ନିୟୋଜିତ କରିବାକୁ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାାଅଧିକାରିଙ୍କୁ ପରାମର୍ଶ ଦେଇଥିଲେ । ବିଦୁ୍ୟତ ବିଭାଗ ବିଦୁ୍ୟତ ସରାବରାହ ପୁନଃସ୍ଥାପନ ପାଇଁ ପଦକ୍ଷେପ ଗ୍ରହଣ କରିବେ । ତହସିଲଦାର ମାନେ ଯଥେଷ୍ଟ ପରିମାଣରେ ପଲଥିନ୍ ମହଜୁଦ୍ ରଖିବେ । ଜିଲ୍ଲା ଶିକ୍ଷାାଧିକାରୀ ବିଇଓ ମାନଙ୍କ ଜରିଆରେ ସମସ୍ତ ସ୍କୁଲକୁ ବାତ୍ୟା ଆଶ୍ରୟସ୍ଥଳୀ ନିମନ୍ତେ ଖୋଲା ରଖିବେ । କ୍ଷତିଗ୍ରସ୍ତ ଅଂଚଳରେ ପାନୀୟ ଜଳେଯାଗାଣ କରିବାକୁ ନିର୍ବାହୀ ଯନ୍ତ୍ରୀ ଙ୍କୁ ନିର୍ଦ୍ଧେଶ ଦିଆଯାଇଛି । ଜିଲ୍ଲା ନିୟନ୍ତ୍ରଣ କକ୍ଷ ସହିତ ସମସ୍ତ ବିଭାଗ ନିୟନ୍ତ୍ରଣ କକ୍ଷ ୨୪ଘଂଟଖୋଲା ରଖିବେ । କୌଣସି ଅଧିକାରୀ ଓ କର୍ମଚାରୀ ସଦରମହକୁମାକୁ ଛାଡି ପାରିବେ ନାହିଁ କି ଛୁଟିରେ ଜାଇପାରିବେ ନାହିଁ । ସମସ୍ତ ସ୍ଥାନାନ୍ତରିତ ଲୋକଙ୍କୁ ଚୁଡା,ଗୁଡ,ବିସ୍କୁଟ ସହିତ ଆବଶ୍ୟକ ସ୍ଥଳେ ରନ୍ଧାଖାଦ୍ୟ ପ୍ରଦାନ କରାଯିବ । ଶିଶୁ ମାନଙ୍କୁ ଛତୁଆ ପ୍ରଦାନ କରାଯିବ । ଏହି ପ୍ରସ୍ତୁତିି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ସଚିଦାନନ୍ଦ ସାହୁ , ଅତିରିକ୍ତ ଜିଲ୍ଲାପାଳ ଚିନ୍ମୟୀ ବିଶ୍ୱାଳ, ପାରାଦ୍ୱୀପ ଅତିରିକ୍ତ ଜିଲ୍ଲାପାଳ କାହ୍ନୁଚରଣ ଧୀର୍,ଉପଜିଲ୍ଲାପାଳ ଧର୍ମେନ୍ଦ୍ର ମଲ୍ଲିକ,ଜିଲ୍ଲା ଜରୁରୀ ଅଧିକାରିଣୀ ଯଶସ୍ୱୀନୀ ପୋଥାଳ, ଜିଲ୍ଲା ଯୋଗାଣ ଅଧିକାରୀ ,ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ,ଜିଲା ମୁଖ୍ୟ ପ୍ରାଣୀ ଚିକତ୍ିସା ଅଧିକାରୀ, ଜିଲ୍ଲା ମୁଖ୍ୟ କୃଷିଅଧିକାରୀ ଜିଲ୍ଲା ମୁଖ୍ୟ ମତ୍ସ୍ୟ ଅଧିକାରୀ ,ପୁର୍ତ ଓ ଗ୍ରାମ୍ୟ ଉନ୍ନୟନ, ଜଳସଂପଦ,ଡ଼୍ରେନେଜ , ପାନୀୟ ଜଳ ଯୋଗାଣ ଓ ପରିମଳ ,ବିଦୁ୍ୟତ ବିଭାଗ ନିର୍ବାହୀଯନ୍ତ୍ରୀ ,ବିଡିଓ, ତହସିଲଦାର ମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.