Tuesday , December 6 2022
Home / ବିଶେଷ / ଶହୀଦ ନଗର ହାଟ ବଣିକ ସଂଘ କାର୍ଯ୍ୟାଳୟରେ ଶୋକସଭା

ଶହୀଦ ନଗର ହାଟ ବଣିକ ସଂଘ କାର୍ଯ୍ୟାଳୟରେ ଶୋକସଭା

ଭୁବନେଶ୍ୱର , ୦୧/୧୨/୨୦୨୧ (ଓଡ଼ିଶା ସମାଚାର)-ଶହୀଦ ନଗର ହାଟର ପ୍ରଥମ ବ୍ୟବସାୟୀ ସ୍ୱର୍ଗତ ପ୍ରଭାତ କୁମାର ପାତ୍ରଙ୍କ ଦଶାହ ଦିବସରେ ଶହୀଦ ନଗର ହାଟ ବଣିକ ସଂଘ ଆନୁକୂଲ୍ୟରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା । ସର୍ବପ୍ରଥମେ ୧ ମିନିଟ୍ ନୀରବ ପ୍ରାର୍ଥନା କରାଯିବା ପରେ ହାଟର ମୁଖ୍ୟ ଉପଦେଷ୍ଟା ଶ୍ରୀଯୁକ୍ତ ଜଗନ୍ନାଥ ପ୍ରଧାନ, ସଭାପତି ଜିତେନ୍ଦ୍ର ନାଥ ରଥ, ଆଇନ ଉପଦେଷ୍ଟା ଅଶ୍ୱିନୀ କୁମାର ପ୍ରଧାନ, ସମ୍ପାଦକ ସଚ୍ଚିକାନ୍ତ ନାୟକ, ପଙ୍କଜ ପ୍ରଧାନ, ଲୋକନାଥ ସ୍ୱାଇଁ ପ୍ରମୁଖ ସ୍ୱର୍ଗତ ପ୍ରଭାତ ବାବୁଙ୍କ ହାଟ ପ୍ରତି ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ । ସ୍ୱର୍ଗତଃ ପ୍ରଭାତ ବାବୁ ଜଣେ ନିଷ୍ଠାପର, ସାହାସୀ, ପରୋପକାରୀ ବ୍ୟକ୍ତି ଥିଲେ । ତାଙ୍କର ମୂଳମନ୍ତ୍ର ଥିଲା ସମସ୍ତ ବ୍ୟବସାୟୀ ଭାଇମାନେ ସଂଘବଦ୍ଧ ଭାବରେ ଏକତ୍ରିତ ହୋଇ କାର୍ଯ୍ୟ କଲେ ଅଂଚଳବାସୀ ଉପକୃତ ହେବା ସେଙ୍ଗ ସେଙ୍ଗ ନିଜ ନିଜର ଜୀବିକାର୍ଜନ କରିପାରିବେ । ସ୍ୱର୍ଗତ ପ୍ରଭାତ ବାବୁ ଶହୀଦ ନଗର, ବମିଖାଲ, ଝାଡ଼ପଡ଼ା, ଲକ୍ଷ୍ମୀସାଗର ଅଂଚଳର ଜଣେ ସୁପରିଚିତ ବ୍ୟକ୍ତି ଭାବେ ପରିଚିତ ଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.