Tuesday , December 6 2022
Home / ବିଶେଷ / ଯୌତୁକ ଜନିତ ବଧୁ ହତ୍ୟା ଅଭିଯୋଗ ରେ ସ୍ୱାମୀ ଓ ଶ୍ୱଶୁର ଗିରଫ

ଯୌତୁକ ଜନିତ ବଧୁ ହତ୍ୟା ଅଭିଯୋଗ ରେ ସ୍ୱାମୀ ଓ ଶ୍ୱଶୁର ଗିରଫ

କିଶନନଗର ୦୧/୧୨/୨୦୨୧(ଓଡ଼ିଶା ସମାଚାର)- କିଶନନଗର ଥାନା ଅନ୍ତର୍ଗତ ହୋଲିପୁର ଗ୍ରାମରେ ଯୌତୁକ ଜନିତ ବଧୁ ହତ୍ୟା ଅଭିଯୋଗ ରେ ସ୍ୱାମୀ ଓ ଶ୍ୱଶୁର ଙ୍କୁ କିଶନନଗର ଥାନା ପୋଲିସ୍ ଗିରଫ କରିଛି । ମିଳିଥିବା ସୂଚନା ଅନୁସାରେ କିଶନନଗର ଥାନା ଅନ୍ତର୍ଗତ ହୋଲିପୁର ଗ୍ରାମର ରବୀନ୍ଦ୍ର ବେହେରାଙ୍କ ସାନ ପୁଅ ବସନ୍ତ ବେହେରାଙ୍କ ସହିତ କିଶନ ନଗର ଥାନା ଅନ୍ତର୍ଗତ ଓଡ଼ିକିମିରା ଗ୍ରାମର ଅନନ୍ତ ଦାସଙ୍କ ସାନ ଝିଅ ଲିଲି ଙ୍କର ବୈଦିକ ରୀତିରେ ତିନି ବର୍ଷ ପୂର୍ବେ ବିବାହ ହୋଇଥିଲା । ବିବାହ ହେବାର ୪ ମାସ ପର୍ୟ୍ୟନ୍ତ ଘର ସଂସାର ଠିକ୍ ଚାଲିଥିଲା । ପରେ ବସନ୍ତ ମଦ୍ୟପାନ କରି ଅଧିକ ଯୌତୁକ ଆଣିବା ପାଇଁ ଲିଲି ଙ୍କୁ ଶାରୀରିକ ଯନ୍ତ୍ରଣା ଦେଇ ଆସୁଥିଲେ। ଏମିତିକି ପୁଅ ହେଲା ପରେ ବି ବସନ୍ତଙ୍କର ସ୍ବଭାବରେ କୌଣସି ପରିବର୍ତ୍ତନ ଘଟିନଥିଲା। କିଛି ଦିନ ତଳେ ବସନ୍ତ ମାରପିଟ କରି ଲିଲିକୁ ତାଙ୍କ ବାପଘରକୁ ପଠାଇ ଦେଇଥିଲା । ପରେ ଆପୋଷ ସମାଧାନ କରି ବସନ୍ତ ଲିଲିକୁ ସାଙ୍ଗରେ ତାଙ୍କ ଘରକୁ ଆଣିଥିଲା । ତେବେ ହଠାତ ମଙ୍ଗଳବାର ସନ୍ଧ୍ୟାବେଳେ ବସନ୍ତ ପୁନର୍ବାର ମୋ ଝିଅ ସହିତ ଝଗଡା କରିଥିଲା ।
ଶାଶୁ, ଶ୍ବଶୁର, ଦେଢଶୁର ମିଶିକି ମାରପିଟି କରି ଲିଲିକୁ ମାରିଦଇଥିବାର କିଶନନଗର ଥାନାରେ ଅଭିଯୋଗ ହେବା ପରେ ପୋଲିସ ପହଂଚି ମୃତ ଲିଲିର ଶବକୁ ଜବତ କରି ବ୍ୟବଛେଦ ପାଇଁ ପଠାଇବା ସହ ଏ ସମ୍ପର୍କରେ କେସ୍ ନମ୍ବର(୧୯୭/୨୧) ଏକ ମାମଲା ରୁଜୁ କରି ଦଫା ୪୯୮-ଏ, ୩୦୨, ୩୦୪ବି, ୩୪, ୪ରେ ମୃତ ଲିଲି ବେହେରାଙ୍କ ସ୍ବାମୀ ବସନ୍ତ ବେହେରା, ଶ୍ବଶୁର ରବୀନ୍ଦ୍ର ବେହେରାଙ୍କୁ ଗିରଫକରି କୋର୍ଟ ଚାଲାଣ କରିଥିବା ଜଣାଯାଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published.