Saturday , November 26 2022
Breaking News
Home / ବିଶେଷ / ଯୁବକ ର ଆତ୍ମହତ୍ୟା ଅଭିଯୋଗ, ପୋଲିସ ର ତଦନ୍ତ ଜାରି

ଯୁବକ ର ଆତ୍ମହତ୍ୟା ଅଭିଯୋଗ, ପୋଲିସ ର ତଦନ୍ତ ଜାରି

କଳାହାଣ୍ଡି ,୦୧/୧୨/୨୦୨୧ ଓଡିଶା ସମାଚାର /ସଂଜୟ ସିଂହ)- କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କାଉଡୋଳା ପଞ୍ଚାୟତ ବଡ଼ କେନ୍ଦୁଗୁଡା ଗ୍ରାମର ଗୁଣଧର ବେମାଲ ଙ୍କ ସାନ ପୁଅ କୃଷ୍ଣ ଚନ୍ଦ୍ର ବେମାଲ ନାମକ  ଯୁବକ ଙ୍କ ଝୁଲନ୍ତା ମୃତ ଦେହ  ଗାଁ ନିକଟସ୍ଥ ଏକ ନିମ୍ବ ଗଛ ଠାରେ ଦେଖିବାକୁ ମିଳିଛି । ସେ ଗତକାଲି ଅପରାହ୍ନ ରେ ଘରୁ ବାହାରି ଆଉ ଫେରି ନ ଥିଲେ । ପରିବାର ଲୋକେ ବହୁତ ଖୋଜାଖୋଜି କରିବା ପରେ ମଧ୍ୟ କୌଣସି ସନ୍ଧାନ ପାଇନଥିଲେ। ଆଜି ଧୋବେନ ଚଞ୍ଚରା ରାସ୍ତା ନିକଟରେ ଏକ ନିମ୍ବ ଗଛ ରେ ଯୁବକଙ୍କ ଝୁଲନ୍ତା   ମୃତ ଦେହ  କୁ  କିଛି ଲୋକ ଦେଖିବା ପରେ ପୋଲିସ କୁ ଖବର ଦେଇଥିଲେ । ଖବର ପାଇ ଆମପାଣି ପୋଲିସ ଘଟଣା ସ୍ଥଳରେ  ପହଞ୍ଚି ଯୁବକ ଙ୍କ ମୃତ ଦେହ ଜବତ କରି  ବ୍ୟବଛେଦ ପାଇଁ ଡାକ୍ତର ଖାନା  ପଠାଯାଇଥିବା ଜଣାଯାଇଛି । ଏନେଇ ଆମପାଣି ଥାନା କେଶ ନମ୍ବର ୦୪/୨୧ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ  ଘଟଣା ର ତଦନ୍ତ ଜାରିରଖି ଥିବା ବେଳେ   କେଉଁ କାରଣ କୁ ନେଇ  ଯୁବକ ଆତ୍ମହତ୍ୟା କରିଛି , ନା ଅନ୍ୟ କୌଣସି କାରଣ କିଛି ଅଛି ତାହା   ତଦନ୍ତ ପରେ ଜଣାପଡିବ ବୋଲି ଆମପାଣି ଥାନା ଅଧିକାରୀ  ଚତୁର୍ଭୁଜ ନାଏକ ପ୍ରକାଶ କରିଛନ୍ତି  । ଓଡିଶା ସମାଚାର

Leave a Reply

Your email address will not be published.