Thursday , January 20 2022
Breaking News
Home / ବିଶେଷ / ମାହାଳହାଟ ପୋଲିସ ଫାଣ୍ଡି ଅଂଚଳରେ ଘନ ଘନ ଚୋରୀ

ମାହାଳହାଟ ପୋଲିସ ଫାଣ୍ଡି ଅଂଚଳରେ ଘନ ଘନ ଚୋରୀ

ତାରପୁର, ୦୧/୧୨/୨୦୨୧(ଓଡ଼ିଶା ସମାଚାର)- କିଶନନଗର ଥାନା ଅଧିନରେ ଥିବା ମାହାଳହାଟ ପୋଲିସ ଫାଣ୍ଡି ଅଂଚଳରେ ଘନ ଘନ ଚୋରୀକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେବା ସହ ଭୟର ବାତାବରଣ ଦେଖା ଦେଇଛି । ଗତ କେଇଦିନ ହେଲା ମାହାଳହାଟ ଫାଣ୍ଡି ଅଧିକାରୀ ଅଚ୍ୟୁତାନନ୍ଦ ସାହୁ ଛୁଟିରେ ଥିବାବେଳେ ଅଂଚଳରେ ଏକାଧିକ ଚୋରୀ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେବା ସହ ଭୟର ବାତାବରଣ ଦେଖା ଦେଇଛି । ମୁଗୁରିଆ ମୌଜାର ଆଡ଼ଭୋକେଟ୍ ସୁବାସ ବେଉରାଙ୍କ ଘରେ ଗତ ଗୁରୁବାର ରାତିରେ ଚୋରମାନେ ପସି ଇନଭର୍ଟର, ଲୁଗାପଟା,କିଛି ସୁନା ଅଳଙ୍କାର ଆଦି ଚୋରୀ କରିନେଇଯାଇଥିବାବେଳେ ଚମ୍ପା ଗ୍ରାମର ସ୍ୱର୍ଗତ ଦୂର୍ଗା ଚରଣ ତ୍ରିପାଠୀଙ୍କ ଘରେ ଚୋରମାନେ ପସି ସୁନା ଗହଣା ଆଦି ଚୋରୀ କରିନେଇଛନ୍ତି । ଏ ସମ୍ପର୍କରେ ପୋଲିସ ରେ ଏତଲା ଦେବା ପରେ ସାଇଂଟିଫିକ ଟିମ ଓ ଡ଼ଗ ସ୍କ୍ୱାର୍ଡ଼ ସହ ତଦନ୍ତ କରାଯାଇଥିଲେ ମଧ୍ୟ ଚୋରଙ୍କ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ । ସେହିପରି ଗତ କାଲି ମଙ୍ଗଳବାର ରାତିରେ ଚୋରମାନେ ବାବୁଜଙ୍ଗ ଗ୍ରାମର ପ୍ୟାରୁଲ ନିଶା ବିବି, ମିରଜା ଖୁର୍ସିଦ ବେଗ୍ ଓ ଅକ୍ଷୟ କୁମାର ରାଉତ ଙ୍କ ଘରେ ପସି ଚୋରୀ କରିଥିବାବେଳେ ମଣିଜଙ୍ଗ ପଂଚାୟତ କାର୍ଯ୍ୟାଳୟରେ ପସି ସିସି ଟିଭି, ଦୁଇଟି ଏଲଇଡ଼ି , ଶୀତ ତାପ ନିୟନ୍ତ୍ରଣ ଯନ୍ତ୍ର (ଏସି) ଓ ଭତା ଦେବା ପାଇଁ ରଖାଯାଇଥିବା ୨ ଲକ୍ଷ ରୁ ଅଧିକ ଟଙ୍କା ଚୋରୀ କରି ନେଇଚନ୍ତି । ଏ ସମ୍ପର୍କରେ ଖବର ପାଇ କିଶନନଗର ଥାନା ଆଇଆଇସି ସସ୍ମିତା ରଣା ସାଇଂଟିଫିକ୍ ଟିମ ସହ ପହଂଚି ତଦନ୍ତ ଜାରି ରଖିଛନ୍ତି । ଓଡ଼ିଶା ସମାଚାର

About admin

Check Also

ଚାରି ଦିନରେ ମୋଟ ୪୦୮ ନାମାଙ୍କନ ପତ୍ର ଦାଖଲ 

ଗରଦପୁର, ୨୦/୧/୨୦୨୨ (ଓଡ଼ିଶା ସମାଚାର)- ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ରେ ପ୍ରାର୍ଥିପତ୍ର ଦାଖଲ ର ୪ର୍ଥ ଦିନରେ ଗରଦପୁର ବ୍ଲକ୍ …

Leave a Reply

Your email address will not be published. Required fields are marked *