ଭୁବନ,୦୧/୧୨/୨୦୨୧(ଓଡ଼ିଶା ସମାଚାର)-ଭୁବନ ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ଏନସିସି, ଏନଏସଏସ, ରେଡକ୍ରସ ସ୍ୱେଚ୍ଛା ସେବୀମାନଙ୍କ ଦ୍ୱାରା ବିଶ୍ୱଏଡସ ଦିବସ ପାଳିତ ହୋଇଯାଇଛି । ଅଧ୍ୟକ୍ଷ ଦିଲ୍ଲୀପ କୁମାର ଦାସ ସଚେତନତା ସଭାରେ ସଭାପତିତ୍ୱ କରି ଅସୁରକ୍ଷିତ ଯୌନ ସଂପର୍କ ହିଁ ଏଡ୍ସ ର କାରଣ,ଏହାକୁ ଜାଣିବା ଦରକାର । ତେଣୁ ସଚେତନତାହିଁ ସୁରକ୍ଷା ବୋଲି ମତବ୍ୟକ୍ତ କରିଥିଲେ । ଏଥିରେ ଅଧ୍ୟାପକ ପ୍ରଶାନ୍ତ ରାଉତରାୟ, ଏନଏସଏସ ପ୍ରୋଗ୍ରାମ ଅଫିସର ନିରଂଜନ ନାୟକ,ଏନସିସି ଅଫିସର ପ୍ରମିଳା ଦାସ ପ୍ରମୁଖ ଯୋଗଦେଇଥିଲେ । କେୟାରଟେକର ଶାନ୍ତନୁ ଦାଶ , ସୁରେନ୍ଦ୍ର ଗୁରୁ, ଅମ୍ବୁଜ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି ଅବସରରେ ଏକ ସଚେତନତା ରାଲି ସହର ପରିକ୍ରମା କରିଥିଲା । ଓଡ଼ିଶା ସମାଚାର