Thursday , January 20 2022
Breaking News
Home / ବିଶେଷ / ବେଆଇନ ଭାବେ ଅଙ୍ଗନୱାଡି ଗୃହ ନିର୍ମାଣ ସମ୍ପର୍କରେ ଜିଲ୍ଲାପାଳଙ୍କୁ ଅଭିଯୋଗ

ବେଆଇନ ଭାବେ ଅଙ୍ଗନୱାଡି ଗୃହ ନିର୍ମାଣ ସମ୍ପର୍କରେ ଜିଲ୍ଲାପାଳଙ୍କୁ ଅଭିଯୋଗ

କେନ୍ଦ୍ରାପଡ଼ା, ୦୧/୧୨/୨୦୨୧(ଓଡ଼ିଶା ସମାଚାର)- ବେଆଇନ ଭାବେ ଏକ ଅଙ୍ଗନୱାଡି କେନ୍ଦ୍ର ଗୃହ ନିର୍ମାଣ କରାଯାଉଥିବା ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି । କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ସନ୍ୟାସପୁର ଅଙ୍ଗନୱାଡି କେନ୍ଦ୍ର ଅଧିନ ୧୫ନମ୍ବର ୱାର୍ଡ ଚଣ୍ଡିଆପଲ୍ଲୀ ଗ୍ରାମର ଅଧିବାସୀମାନେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ଯେ ସନ୍ୟାସପୁର ଅଙ୍ଗନୱାଡି କେନ୍ଦ୍ରଟି ପୁରୁଷୋମପୁର ପଂଚାୟତର ସନ୍ୟାସପୁର ଗ୍ରାମର ୱାର୍ଡ ନମ୍ବର ୯ ଓ ୧୦ କହ୍ନେଇପୁର ଗ୍ରାମର ୱାର୍ଡ ନମ୍ବର ୧୧ ଏବଂ କଂସାର ପଂଚାୟତର ଚଣ୍ଡିଆପଲ୍ଲୀ ଗ୍ରାମର ୱାର୍ଡ ନମ୍ବର ୧୫କୁ ନେଇ ଗତ ୨୦୦୦ମସିହାରେ ଗଠନ କରାଯାଇଥିଲା । ୯,୧୦ ଓ ୧୧ନମ୍ବର ୱାର୍ଡ ୩ଟି ପାଖାପାଖି ଥିବା ବେଳେ ଏହି ୱାର୍ଡ ଗୁଡିକ ଠାରୁ ୧୫ନମ୍ବର ୱାର୍ଡଟି ପ୍ରାୟ ୨କିଲୋମିଟର ଦୂରରେ ଅବସ୍ଥିତ । ସନ୍ୟାସପୁର ଅଙ୍ଗନୱାଡି କେନ୍ଦ୍ରଟି ୨୦ବର୍ଷ ହେବ କହ୍ନେଇପୁର- ସନ୍ୟାସପୁର ଉନ୍ନିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ (୧୫ନମ୍ବର ୱାର୍ଡରେ) ରେ ଚାଲୁଅଛି । ୨୦୦୭ମସିହାରେ କହ୍ନେଇପୁର ଗ୍ରାମରେ (୯ ଓ ୧୧ନମ୍ବର ୱାର୍ଡକୁ ନେଇ) ଏକ ନୂତନ ଅଙ୍ଗନୱାଡି କେନ୍ଦ୍ର ଖୋଲାଗଲା ଏବଂ ପ୍ରଥମେ କହ୍ନେଇପୁର ଅଙ୍ଗନୱାଡି କେନ୍ଦ୍ରର ଗୃହ ନିର୍ମାଣ କରାଗଲା । ଏବେ ସନ୍ୟାସପୁର ଅଙ୍ଗନୱାଡି କେନ୍ଦ୍ରର ଗୃହ ନିମନ୍ତେ ଅନୁଦାନ ମଞ୍ଜୁର ପରେ ତାହା ଚଣ୍ଡିଆପଲ୍ଲୀ ଗ୍ରାମର ୧୫ନମ୍ବର ୱାର୍ଡରେ ନହୋଇ ପୂର୍ବରୁ ଅଙ୍ଗୱାଡି ଗୃହ ଥିବା ସନ୍ୟାସପୁର ଗ୍ରାମର ୯ନମ୍ବର ୱାର୍ଡର ଏକ ଘରୋଇ ପ୍ଲଟରେ ହେଉଥିବା ସମ୍ପର୍କରେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି । ଏସମ୍ପର୍କରେ ଗ୍ରାମବାସୀମାନେ ପୂର୍ବରୁ କେନ୍ଦ୍ରାପଡା ବ୍ଲକ ବିଡିଓ, ସିଡିପିଓ, ଉପଜିଲ୍ଲାପାଳଙ୍କୁ ବାରମ୍ବାର ଜଣାଇଥିଲେ ବି ଅଦ୍ୟାବଧି କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିବା ସେମାନେ ଅଭିଯୋଗ କରିଛନ୍ତି । ଶେଷରେ ଗ୍ରାମବାସୀଙ୍କ ପକ୍ଷରୁ ଓଡିଶା ଉଚ୍ଚ ନ୍ୟାୟାଳୟରେ ଡବ୍ଲୁପିସି ନମ୍ବର- ୯୨୭୦/୨୦୨୦ରେ ଏକ ରିଟ ପିଟିସନ ଦିଲ୍ଲିପ କୁମା ନାୟକ ଦାୟର କରିଥିଲେ । ଉଚ୍ଚ ନ୍ୟାୟାଳୟ ଗତ ୨୯.୦୬.୨୦୨୦ରିଖରେ କେନ୍ଦ୍ରାପଡା ଜିଲ୍ଲାପାଳଙ୍କୁ ନିର୍ଦେଶ ପାଇବାର ୪ସପ୍ତାହ ମଧ୍ୟରେ ଅଭିଯୋଗକାରୀଙ୍କ ଆବେଦନର ଶୁଣାଣି କରି ନିଷ୍ପତି ଗ୍ରହଣ କରିବାକୁ ନିର୍ଦେଶ ଦେଇଥିଲେ । କିନ୍ତୁ ଅଦ୍ୟାବଧି ଉଚ୍ଚ ନ୍ୟାୟାଳୟଙ୍କ ସେହି ନିର୍ଦେଶ କାର୍ଯ୍ୟକାରୀ ହୋଇନଥିବା ବେଳେ ଅଙ୍ଗନୱାଡି ଗୃହ ନିର୍ମାଣ କାର୍ଯ୍ୟ ବେଆଇନ ଭାବେ ଚାଲିଥିବା ଅଭିଯୋଗ ହୋଇଛି । ତେଣୁ ଏହି ବେଆଇନ ନିର୍ମାଣ କାର୍ଯ୍ୟକୁ ତୁରନ୍ତ ବନ୍ଦ କରାଯିବାକୁ ଚିତରଞ୍ଜନ ବେହେରା, ଦିଲ୍ଲିପ ନାୟକ, ଧରଣୀଧର ବେହେରା, ନିଳକଣ୍ଠ ବେହେରା, ବିଜୟ ବେହେରା, ଉପେନ୍ଦ୍ର ବେହେରା, ରଞ୍ଜିତା ପ୍ରଧାନ, ଟୁନିପ୍ରଭା ବେହେରା, ସୁମିତ୍ରା ବେହେରା, ରୁକ୍ମଣୀ ବେହେରା, ମିନତୀ ବେହେରା ପ୍ରମୁଖ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ରଘୁନାଥପୁର ବ୍ଲକରେ ୪ର୍ଥ ଦିନରେ ୧୨୭ଜଣ ପ୍ରାର୍ଥୀପତ୍ର ଦାଖଲ କଲେ

ରଘୁନାଥପୁର, ୨୦/୧/୨୦୨୨ (ଓଡ଼ିଶା ସମାଚାର)- ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ନିମନ୍ତେ ଆଜି ପ୍ରାର୍ଥୀପତ୍ର ଦାଖଲର ୪ର୍ଥ ଦିବସରେ ୧୨୭ ଜଣ …

Leave a Reply

Your email address will not be published. Required fields are marked *