Thursday , January 20 2022
Breaking News
Home / ଶିକ୍ଷା / ବିଶ୍ୱ ଏଡ଼ସ୍ ଦିବସ ପାଳିତ

ବିଶ୍ୱ ଏଡ଼ସ୍ ଦିବସ ପାଳିତ

ରଘୁନାଥପୁର, ୦୧/୧୨/୨୦୨୧(ଓଡ଼ିଶା ସମାଚାର)-ରଘୁନାଥପୁର ବ୍ଲକ୍ ଗୁଆଳିପୁର ପଂଚାୟତ କୁର୍ତାଙ୍ଗସ୍ଥିତ ସ୍ୱାମୀ ଅରୂପାନନ୍ଦ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ବିଶ୍ୱ ଏଡ଼ସ୍ ଦିବସ ପାଳିତ ହୋଇ ଯାଇଛି । ରେଡ଼କ୍ରସ ଓ ଏନଏସଏସ ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରେଡ଼କ୍ରସ ର ସଂଯୋଜିକା ପ୍ରତିଭା ପଣ୍ଡା ଅଧ୍ୟକ୍ଷତା କରିଥିଲେ । ଜୁନିଅର କଲେଜର ଅଧ୍ୟକ୍ଷ ସୁକାନ୍ତ କୁମାର ମହାନ୍ତି ସଭାପତିତ୍ୱ କରିଥିବାବେଳେ କଲେଜର ଛାତ୍ର ଛାତ୍ରୀ ମାନଙ୍କୁ ଏଡ଼ସ ରୋଗର ଭୟାବହତା ଓ ଏହାର ନିରାକରଣ ବିଷୟରେ ଉପସ୍ଥିତ ଅତିଥିମାନେ ବିସ୍ତୃତ ଆଲୋଚନା କରିଥିଲେ । ପ୍ରତ୍ୟେକ ବର୍ଷ ଏହି ରୋଗରେ ଅନେକ ଲୋକ ମୃତ୍ୟୁ ବରଣ କରୁଥିଲାବେଳେ ନିଜକୁ ସଂଯମ ରଖିପାରିଲେ ଆମେ ଏହି ରୋଗକୁ ଦୂରେଇ ଦେଇ ପାରିବେ ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ । ଏହି ଅବସରରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା କଲେଜ ପରିସରରେ ସଫେଇ କାର୍ଯ୍ୟକ୍ରମ କରାଯାଇଥିଲା । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ଅଭୟ କୁମାର ମହାରଣା,ସୁମନ୍ତ ଚନ୍ଦ୍ର ଦାସ, ପ୍ରଶାନ୍ତ ବେହେରା,ମୋହନ ରାଉତରାୟ, ତି୍ରଲୋଚନ ମହାପାତ୍ର, କର୍ମଚାରୀ ମିଟୁ ରାଉତ ଉପସ୍ଥିତ ଥିବାବେଳେ ଅଧ୍ୟାପକ ରମେଶ ଚନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ମହିଳା ମହାବିଦ୍ୟାଳୟରେ ଏନଏସଏସ ର ଶୀତକାଳୀନ ଶିବିର ଉଦଯାପିତ

ଭୁବନ,୧୦/୧/୨୦୨୨ (ଓଡ଼ିଶା ସମାଚାର)- ଭୁବନ ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ଜାତୀୟସେବା ଯୋଜନା (ଏନଏସଏସ ) ଆନୁକୂଲ୍ୟରେ ଗତ ୨ ତାରିଖ …

Leave a Reply

Your email address will not be published. Required fields are marked *