Saturday , November 26 2022
Breaking News
Home / ଶିକ୍ଷା / ବିଜୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଶ୍ୱ ଏଡ଼ସ୍ ଦିବସ ପାଳିତ

ବିଜୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଶ୍ୱ ଏଡ଼ସ୍ ଦିବସ ପାଳିତ

ଗରଦପୁର, ୦୧/୧୨/୨୦୨୧(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ ତେଣ୍ଡାକୁଡ଼ା ଠାରେ ପ୍ରତିଷ୍ଠିତ ବିଜୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଶ୍ୱ ଏଡ଼ସ୍ ଦିବସ ଉପଲକ୍ଷେ ଏକ ସଚେତନତା କର୍ମଶାଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଯୁବ ରେଡ଼ କ୍ରସ ଓ ଜାତୀୟ ସେବା ସଂସ୍ଥାର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇ ଯାଇଛି । ଉକ୍ତ କର୍ମଶାଳାରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ତଥା ଯୁବ ରେଡ଼କ୍ରସର ଚେୟାରମ୍ୟାନ୍ ତ୍ରିଲୋଚନ ସ୍ୱାଇଁ ସଭାପତିତ୍ୱ କରିଥିଲେ । ମୁଖ୍ୟ ଅତିଥି ଭାବେ ଝିମାଣୀ ନ ମଉଜୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମନୋଜ କୁମାର କାନୁନଗୋ, ସମ୍ମାନୀତ ଅତିଥି ଭାବେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଉର୍ଦ୍ଧୁ ବିଭାଗର ଅଧ୍ୟାପକ ମହମ୍ମଦ ମୋବିନ୍ ଓ ରାଜନୀତି ବିଭାଗର ଅଧ୍ୟାପକ ବିଭୁତି ଭୂଷଣ ବେଉରା ଯୋଗଦାନ କରି ଏଡ଼ସ୍ ର ଭୟାବହତା , ନିରାକରଣ ଓ ଜନ ସମାଜ ଉପରେ ଏହାର ପ୍ରଭାବ ସମ୍ପର୍କରେ ସବିଶେଷ ମତ ଉପସ୍ଥାପନ କରରିଥିଲେ । ଯୁବ ରେଡ଼କ୍ରସ ର କାଉନସେଲର ଉମାକାନ୍ତ ମଲିକ୍ ପ୍ରାରମ୍ଭିକ ବିବରଣୀ ପାଠ କରିଥିଲେ । ଜାତୀୟ ସେବା ସଂସ୍ଥାର କାର୍ଯ୍ୟକ୍ରମ ଅଧିକାରୀ ବସନ୍ତ କୁମାରେ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ ସଚେତନା ଆଧାରିତ କର୍ମଶାଳାରେ ରେଡ଼ ରିବନ୍ କ୍ଲବ୍ ର ସଦସ୍ୟ ଓ ଜାତୀୟ ସେବା ସଂସ୍ଥାର ଛାତ୍ର ଛାତ୍ରୀ ଉପସ୍ଥିତ ରହିଥିଲେ । କାର୍ଯ୍ୟକ୍ରମରେ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ସମୂହ କର୍ମଶାଳାକୁ ବିଶେେ ସହାୟତା ପ୍ରଦାନ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.