Thursday , January 20 2022
Breaking News
Home / ଶିକ୍ଷା / ବାଜିରାଉତ କଲେଜରେ ବିଶ୍ୱଏଡ୍ସ ଦିବସ ପାଳିତ

ବାଜିରାଉତ କଲେଜରେ ବିଶ୍ୱଏଡ୍ସ ଦିବସ ପାଳିତ

ଭୁବନ,୦୧/୧୨/୨୦୨୧(ଓଡ଼ିଶା ସମାଚାର)- ଭୁବନ  ବାଜିରାଉତ ସ୍ମୃତି ମହାବିଦ୍ୟାଳୟରେ ବିଶ୍ୱଏଡ୍ସ ଦିବସ ପାଳିତ ହୋଇଯାଇଛି । ମହାବିଦ୍ୟାଳୟ ଅଧ୍ୟକ୍ଷ ଅଜିତ କୁମାର ବେହେରା ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଚେତନତା ସଭାରେ ଅଧ୍ୟାପକ ହିମାଂଶୁ ଶେଖର ମିଶ୍ର, ଅନିଲ କୁମାର ଧୀର, ସୁବାସ ଚନ୍ଦ୍ର ପତି, ପ୍ରଭାତ କୁମାର ଜେନା,  ଡଃ ହରେକୃଷ୍ଣ ପଣ୍ଡା, ଦୀପକ କୁମାର ପ୍ରଧାନ, ଶ୍ରାବଣୀ ଅଳ୍ପନା ,ସ୍ମରଣିକା ମାଣିଆ, ମୁଖ୍ୟକିରାଣୀ କୈଳାସ ଚନ୍ଦ୍ର ବେହେରା ପ୍ରମୁଖ ଯୋଗଦେଇ ଭୟାବହ ଏଡ୍ସ ର କାରଣ ଓ ନିରାକରଣ ସଂପର୍କରେ ମତବ୍ୟକ୍ତ କରିଥିଲେ । ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ୟୁଥ ରେଡକ୍ରସ କାଉନସେଲର ଅଧ୍ୟାପକ ଅନିଲ କୁମାର ଧୀର ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଓ ପରେଏକ ଶୋଭାଯାତ୍ରା ସହର ପରିକ୍ରମା କରି ଲୋକଙ୍କୁ ସଚେତନ କରାଇଥିଲା । ଓଡ଼ିଶା ସମାଚାର

About admin

Check Also

ମହିଳା ମହାବିଦ୍ୟାଳୟରେ ଏନଏସଏସ ର ଶୀତକାଳୀନ ଶିବିର ଉଦଯାପିତ

ଭୁବନ,୧୦/୧/୨୦୨୨ (ଓଡ଼ିଶା ସମାଚାର)- ଭୁବନ ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ଜାତୀୟସେବା ଯୋଜନା (ଏନଏସଏସ ) ଆନୁକୂଲ୍ୟରେ ଗତ ୨ ତାରିଖ …

Leave a Reply

Your email address will not be published. Required fields are marked *