Tuesday , December 6 2022
Home / ତାଜା ଖବର / ପୂର୍ବ ଶତ୍ରୁତାରୁ ଗୁଳିମାଡ଼

ପୂର୍ବ ଶତ୍ରୁତାରୁ ଗୁଳିମାଡ଼

ବ୍ରହ୍ମପୁର, ୦୧/୧୨/୨୦୨୧(ଓଡ଼ିଶା ସମାଚାର)- ବ୍ରହ୍ମପୁର ଗୋସାଇଁ ନୂଆଗାଁ ଥାନା ଅନ୍ତର୍ଗତ ସାଳିଆବନ୍ଧ ସାହିରେ ଫୁଟିଛି ଗୁଳି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକ ଅନ୍ୟ ଜଣେ ଯୁବକଙ୍କ ଉପରକୁ ଗୁଳିମାଡ଼ କରିଛି। ଏଥିରେ ସଚିନ ଚୌଧୁରୀ ଓରଫ୍ ରିଙ୍କୁ ନାମକ ଜଣେ ଯୁବକ ଆହତ ହୋଇଛନ୍ତି। ତାଙ୍କର ଡାହାଣ ହାତରେ ଗୋଟିଏ ଗୁଳି ବାଜିଛି। ତାଙ୍କୁ ଉଦ୍ଧାର କରି ଏମ୍କେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି। ଗୋସାଇଁ ନୂଆଗାଁ ଥାନା ପୁଲିସ ଅଭିଯୁକ୍ତ ଯୁବକକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି। ଗୁଳିମାଡ଼ କରିଥିବା ଯୁବକ ଜଣକ ଶିବ ପାଳ ବୋଲି ରିଙ୍କୁ ଏବଂ ତାଙ୍କର ପରିବାର ବର୍ଗ ଅଭିଯୋଗ କରିଛନ୍ତି। ପୁଲିସ ଘଟଣାସ୍ଥଳରୁ ଖୋକା ଓ ଏକ ବାଇକ୍ ଜବତ କରି ତଦନ୍ତ ଜାରି ରଖିଛି।ଓଡ଼ିଶା ସମାଚାର

Leave a Reply

Your email address will not be published.