Thursday , January 20 2022
Breaking News
Home / ବିଶେଷ / ପାରାଦୀପ ବନ୍ଦର ପକ୍ଷରୁ ବିଶ୍ୱ ଏଡସ୍ ଦିବସ ପାଳିତ

ପାରାଦୀପ ବନ୍ଦର ପକ୍ଷରୁ ବିଶ୍ୱ ଏଡସ୍ ଦିବସ ପାଳିତ

ପାରାଦୀପ,୦୧/୧୨/୨୦୨୧(ଓଡ଼ିଶା ସମାଚାର)-ପାରାଦୀପ ବନ୍ଦର ପକ୍ଷରୁ ଶୁକ୍ରବାର ଦିନ ବିଶ୍ୱ ଏଡସ୍ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ବନ୍ଦର ଚିକିତ୍ସାଳୟରେ ଏକ ସଚେତନତା ଶୋଭାଯାତ୍ରା ବାହାରି ସହରାଂଚଳ ପରିକ୍ରମା କରିଥିଲା । ପାରାଦୀପ ବନ୍ଦରର ଅଧ୍ୟକ୍ଷ ପି.ଏଲ.ହାରାନାଦ୍ ପତାକା ଦେଖାଇ ଶୋଭାଯାତ୍ରାର ଶୁଭାରମ୍ଭ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବନ୍ଦର ଉପାଧ୍ୟକ୍ଷ ଏ.କେ.ବୋଷ୍, ବନ୍ଦରର ମୁଖ୍ୟ ଚିକିତ୍ସାଧିକାରୀ ଡା.ପ୍ରହଲ୍ଲାଦ ପଣ୍ଡା,ଲେଡିଜ୍ କ୍ଲବ ର ସଭାନେତ୍ରୀ ପି.ଗିରିଜା ସୁନ୍ଦରୀଙ୍କ ସମେତ ବନ୍ଦରର ବହୁ ଅଧିକାରୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ସଚେତନତା ଶୋଭାଯାତ୍ରାରେ ସିଆଇଏସଏଫର ଯବାନ, ପାରାଦୀପ ସାକ୍ଷରତା ସମିତିର ସ୍ୱେଛାସେବୀମାନଙ୍କ ସମେତ ସ୍ୱେଛାସେବୀ ଅନୁଷ୍ଠାନ ଆଇଆରଡିଏମଏସ୍ ର ସ୍ୱେଛାସେବୀମାନେ ଅଂଶଗ୍ରହଣ କରିଥିଲେ । ବନ୍ଦରର ଗେଟ୍-୩ ଠାରେ ଏଚ୍.ଆଇ.ଭି. ପରୀକ୍ଷଣ କରାଯାଇ ୫୬ଜଣଙ୍କର ରକ୍ତ ପରୀକ୍ଷଣ କରାଯାଇଥିଲା ।  ଓଡ଼ିଶା ସମାଚାର

About admin

Check Also

ଗରଦପୁର ଜିଲା ପରିଷଦ ୧୧ନମ୍ବର ରୁ ମଂଜୁବାଳା ଜେନା ଓ ୯ ନମ୍ବର ରୁ ଏଲିନା ସ୍ୱାଇଁ ବିଜେଡ଼ି ପ୍ରାର୍ଥି ଭାବେ ନାମାଙ୍କନ ଦାଖଲ କଲେ

ଗରଦପୁର, ୨୦/୧/୨୦୨୨ (ଓଡ଼ିଶା ସମାଚାର)- ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ର ନାମାଙ୍କନ ମାହୋଲ ଆରମ୍ଭ ହୋଇ ଯାଇଛି । ଶତାଧିକ …

Leave a Reply

Your email address will not be published. Required fields are marked *