Saturday , November 26 2022
Breaking News
Home / ବ୍ୟବସାୟ ବାଣିଜ୍ୟ / ପରିବେଶ ସୁରକ୍ଷା କ୍ଷେତ୍ରରେ ଇଫକୋ ପୁରସ୍କୃତ

ପରିବେଶ ସୁରକ୍ଷା କ୍ଷେତ୍ରରେ ଇଫକୋ ପୁରସ୍କୃତ

ପାରାଦୀପ,୦୧/୧୨/୨୦୨୧(ଓଡ଼ିଶା ସମାଚାର)-ଏସିଆର ବୃହତ ସାର ଉତ୍ପାଦନକାରୀ ଇଫକୋ ପାରାଦୀପ ୟୁନିଟ୍ ପରିବେଶ ସୁରକ୍ଷା ନିମନ୍ତେ ସ୍ୱତନ୍ତ୍ର ପୁରସ୍କାର ହାସଲ କରିଛି । ଏନ୍.ପି./ଏନ୍.ପି.କେ. ଫଟିଲାଇଜର୍ ପ୍ଲାନ୍ଟ ରେ ସୁରକ୍ଷା କ୍ଷେତ୍ରରେ ଇଫକୋ ନେଇଥିବା ଉଲ୍ଲେଖନୀୟ ପଦକ୍ଷେପ ଯୋଗୁଁ ଏହି ପୁରସ୍କାର ମିଳିଛି । ବିଗତ ୪ ବର୍ଷ ଧରି ଇଫକୋ ଏହି ଶ୍ରେଣୀରେ ପ୍ରଥମ ପୁରସ୍କାର ହାସଲ  କରି ଆସିଛି । ୨୦୧୨ ମସିହାରୁ ୨୦୧୫ ମସିହା ପର୍ଯ୍ୟନ୍ତ ଲଗାତର ଭାବେ ପରିବେଶ ସୁରକ୍ଷା ପୁରସ୍କାର ହାସଲ କରିଛି । ଇଫକୋର ଅନ୍ୟ ୟୁନିଟ୍ ଗୁଡିକ ଚଳିତ ବର୍ଷ ୭ଗୋଟି ପୁରସ୍କାର ହାସଲ କରି ସଫଳତା ପାଇଛନ୍ତି । ଇଫକୋର ସାଧାରଣ ପ୍ରବନ୍ଧକ(ଉତ୍ପାଦନ, ପରିବେଶ ଓ ଅଗ୍ନି,ସୁରକ୍ଷା) ଆର.କେ.ପାଣ୍ଡେ ଫର୍ଟିଲାଇଜର ଆସୋସିଏସନ ଅଫ ଇଣ୍ଡିଆ(ଏଫ୍.ଏ.ଆଇ)ର ବାର୍ଷିକ ସମ୍ପାନରେ ଏହି ପୁରସ୍କାର ଗ୍ରହଣ କରିଛନ୍ତି । ଶୁକ୍ରବାର ଦିନ ନୂଆଦିଲ୍ଲୀ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମାନ୍ୟବର କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସାର ଓ ରସାୟନ ବିଭାଗର ମନସୁଖ ମଣ୍ଡଭିୟା,ରାଷ୍ଟ୍ରମନ୍ତ୍ରୀ ଭଗବାନ ଖୁର୍ବା ପାର୍ଲିଆମେଂଟ ଅଧିବେଶନ୍ ଥିବାରୁ ଯୋଗ ଦେଇପାରିନଥିଲେ । ଏଫ୍.ଏ.ଆଇର ଅଧ୍ୟକ୍ଷ କେ.ଏସ୍.ରାଜୁ,ମହାନିର୍ଦ୍ଧେଶକ(ଆଇସିଏଆର୍) ତ୍ରିଲୋଚନ ମହାପାତ୍ର  ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଥିଲେ ବୋଲି ଇଫକୋ ପକ୍ଷରୁ ପ୍ରେସ୍ ଇସ୍ତାହାରରୁ ସୂଚନା ମିଳିଛି । ଓଡ଼ିଶା ସମାଚାର

Leave a Reply

Your email address will not be published.