Wednesday , January 26 2022
Breaking News
Home / ଶିକ୍ଷା / କନ୍ଦରପୁର କଲେଜର ୪୪ ତମ ପ୍ରତିଷ୍ଠା ଦିଵସ ଏବଂ ଵିଶ୍ୱ ଏଡସ୍ ଦିଵସ ପାଳନ

କନ୍ଦରପୁର କଲେଜର ୪୪ ତମ ପ୍ରତିଷ୍ଠା ଦିଵସ ଏବଂ ଵିଶ୍ୱ ଏଡସ୍ ଦିଵସ ପାଳନ

କଟକ ସଦର,୦୧/୧୨/୨୦୨୧(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ପ୍ରମୁଖ କନ୍ଦରପୁର କଲେଜର ୪୪ ତମ ପ୍ରତିଷ୍ଠା ଦିବସ ଓ ଵିଶ୍ୱ ଏଡସ୍ ଦିଵସ ଅଧ୍ୟକ୍ଷ ପ୍ରଫେସର ଶାରଦା ପ୍ରସନ୍ନ ମହାପାତ୍ରଙ୍କ ପୈ।ରୋହିତ୍ୟରେ ଆଜି ବୁଧବାର ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ଅଵସରରେ ପ୍ରଥମେ କଲେଜ ପରିସରରେ ଥିଵା ଗଣେଶଙ୍କ ମୂର୍ତ୍ତି ନିକଟରେ ପୂଜାର୍ଚ୍ଚନା କରାଯାଇ ପତାକା ଉତ୍ତୋଳନ କରାଯାଇଥିଲା। ଅଧ୍ୟକ୍ଷ ପ୍ରଫେସର ଶାରଦା ପ୍ରସନ୍ନ ମହାପାତ୍ର ଙ୍କ ପୈରୋହିତ୍ୟ ଓ ଅଧ୍ୟାପକ ପ୍ରଦୀପ୍ତ କୁମାର ବିଶ୍ବାଳ ଙ୍କ ସଂଯୋଜନାରେ ଆୟୋଜିତ ସଭାରେ ଡଃ ଅଲେଖ ଚନ୍ଦ୍ର ସାହୁ, ପ୍ରଧ୍ୟାପକ ଵିଜୟ କୁମାର ପାତ୍ର, ବରିଷ୍ଠ ସମାଜସେବୀ ପ୍ରଫୁଲ୍ଲ ସିଂହ ପ୍ରମୁଖ ଯୋଗ ଦେଇ କଲେଜର ଉତ୍ତରୋତ୍ତର ଉନ୍ନତି କାମନା କରିଵା ସହିତ ୬ ରେ ୬ ଗୋଲ୍ଡେନ ଜୁଵୁଲି ପାଳନ କରିଵାକୁ ଏଵେ ଠାରୁ ପ୍ରସ୍ତୁତ ରହିଵାକୁ ସମସ୍ତ ଅନ୍ତେବାସୀ ମାନଙ୍କୁ ପରାମର୍ଶ ଦେଇଥିଲେ। ଏହି ଅଵସରେ ମଞ୍ଚ ଉପରେ କେକ୍ କଟାଯାଇ ଜନ୍ମଦିନ ପାଳନ କରାଯାଇଥିଲା। ଵିଶ୍ୱ ଏଡସ ଦିଵସ ଅଵସରରେ କଲେଜର ରେଡକ୍ରସ ସୋସାଇଟିର କାଉନସିଲର ଡଃ ଅମିୟ ରଞ୍ଜନ ନାୟକ ଓ ସହକାରୀ ଜିତେନ୍ଦ୍ର ସାହୁ ଙ୍କ ପରିଚାଳନାରେ ସଚେତନତା ଶୋଭାଯାତ୍ରା କନ୍ଦରପୁର ଵଜାର ପରିକ୍ରମା କରିଥିଲା। ପରିଚାଳନାରେ ବରିଷ୍ଠ କିରାଣି ଦୁଃଶାସନ ବେହେରା,ନିରଞ୍ଜନ ପରିଡ଼ା,ଏସ୍ ଚକ୍ରବର୍ତ୍ତୀ, ଗୁଣ୍ଡୁଚି ପରିଡ଼ା ପ୍ରମୁଖ ସହାୟତା କରିଥିଲେ। ଓଡ଼ିଶା ସମାଚାର

About admin

Check Also

କେନ୍ଦ୍ରାପଡା ମହାବିଦ୍ୟାଳୟକୁ ତମାଖୁ ମୁକ୍ତ କରିବାକୁ ଶପଥ ପାଠ

କେନ୍ଦ୍ରାପଡା,୧୯/୧/୨୦୨୨(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ତମାଖୁ ମୁକ୍ତ ଶିକ୍ଷାନୁଷ୍ଠାନ କାର୍ଯ୍ୟକ୍ରମର ଶୁଭ ଉଦଘାଟନ ହୋଇଯାଇଛି । ଜିଲ୍ଲା ସ୍ୱାସ୍ଥ୍ୟ …

Leave a Reply

Your email address will not be published. Required fields are marked *