Wednesday , January 19 2022
Breaking News
Home / ବିଶେଷ / ଓଡ଼ିଶା ବିଧାନ ସଭାର ଶୀତକାଳୀନ ଅଧିବେଶନ ଆରମ୍ଭ

ଓଡ଼ିଶା ବିଧାନ ସଭାର ଶୀତକାଳୀନ ଅଧିବେଶନ ଆରମ୍ଭ

ଭୁବନେଶ୍ୱର , ୦୧/୧୨/୨୦୨୧ (ଓଡ଼ିଶା ସମାଚାର)- ଓଡ଼ିଶା ବିଧାନ ସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଛି । ଏହି ଶୀତକାଳୀନ ଅଧିବେଶନ ଡିସେମ୍ବର ୩୧ ତାରିଖ ପର୍ୟ୍ୟନ୍ତ ଚାଲିବ । ଏଥିରେ ୨୬ଟି କାର୍ୟ୍ୟ ଦିବସ ରହିଛି ।ଆଜି ପ୍ରଥମ ଦିନରେ ଦିବଂଗତ ସଦସ୍ୟଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ ହୋଇଛି । ଭିଡିଓ କନଫରେନ୍ସିଂ ରେ ଗୃଯର ନେତା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରସ୍ତାବ ଆଗତ କରିଥିଲେ। ପୂର୍ବତନ ଉପବାଚସ୍ପତି ପ୍ରହଲ୍ଲାଦ ଦୋରା, ଉମେଶ ଚନ୍ଦ୍ର ସ୍ୱାଇଁ, ରାମରାୟ ମୁଣ୍ଡାଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ ହୋଇଥିଲା। ପୂର୍ବତନ ସିପାହୀ ସୀତାରାମ ମୁର୍ମୁଙ୍କ ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ଶୋକ ପ୍ରସ୍ତାବ ଆଗତ କରିଥିଲେ । ଏହାସହ କରୋନା ଯୋଦ୍ଧାଙ୍କ ପାଇଁ ମଧ୍ୟ ଶୋକ ପ୍ରସ୍ତାବ ଆଗତ ହୋଇଛି । ଶୋକ ପ୍ରସ୍ତାବକୁ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ଓ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ସମର୍ଥନ କରିଥିଲେ । ଶୋକ ପ୍ରସ୍ତାବ ଆଗତ ପରେ ବାଚସ୍ପତି ସୂର୍ୟ୍ୟ ନାରାୟଣ ପାତ୍ର ଅପରାହ୍ନ ୫ଟା ଯାଏଁ ଗୃହକୁ ମୁଲତବୀ ରଖିଛନ୍ତି । ଓଡ଼ିଶା ସମାଚାର

About admin

Check Also

ସମାଜକୁ ମାନବିକତାର ପରିଚୟ ଦେଲେ ଜଣେ ଚା ବ୍ୟବସାୟୀ

ଧର୍ମଶାଳା, ୧୮/୧/୨୦୨୨ (ଓଡ଼ିଶା ସମାଚାର)- ୭ ହଜାର ଟଙ୍କା ସହିତ କାଗଜପତ୍ର ଓ ମନିପର୍ସ ଫେରାଇ ଚର୍ଚ୍ଚାରେ ଜଣେ ଚା …

Leave a Reply

Your email address will not be published. Required fields are marked *