Wednesday , January 19 2022
Breaking News
Home / ବ୍ୟବସାୟ ବାଣିଜ୍ୟ / ଇଫକୋର ନାନୋ ଫର୍ଟିଲାଇଜର୍ ପ୍ଲାନ୍ଟର ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ

ଇଫକୋର ନାନୋ ଫର୍ଟିଲାଇଜର୍ ପ୍ଲାନ୍ଟର ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ

ପାରାଦୀପ,୦୧/୧୨/୨୦୨୧(ଓଡ଼ିଶା ସମାଚାର)- ଏସିଆର ବୃହତ ସାର ଉତ୍ପାଦନକାରୀ ଇଫକୋ ପାରାଦୀପ ୟୁନିଟ୍ ପରିସରରେ ଏକ ନୂତନ ପତ୍ନ୍ର ଶିଳାନ୍ୟାସ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଅନଷ୍ଠିତ ହୋଇଛି । ଇଫକୋ ପରିସରରେ ଇଫକୋର ନୂଆ ତରଳ ନାନୋ ଫର୍ଟିଲାଇଜର ପ୍ଲାନ୍ଟ ସ୍ଥାପିତ ହେବ । ଭିଡିଓ କନଫରେନ୍ସିଙ୍ଗ ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଏହି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ । ଏହି ନୂତନ ପ୍ଲାନ୍ଟ ଆଗାମୀ ୨୦୨୩ ମସିହା ସୁଦ୍ଧା କାର୍ଯ୍ୟକ୍ଷମ ହେବ ବୋଲି ଇଫକୋ ପକ୍ଷରୁ ପ୍ରେସ୍ ଇସ୍ତାହାରରୁ ସୂଚନା ମିଳିଛି । ୨୨୫କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଏହି ପ୍ଲାନ୍ଟ ଇଫକୋର ପରିଚାଳନା ନିର୍ଦ୍ଧେଶକ ଡ. ଉଦୟ ଶଙ୍କର ଅଗସ୍ତିଙ୍କର ଏହି ନୂତନ ଚିନ୍ତାଧାରା କାର୍ଯ୍ୟକ୍ଷମ ହେଲେ କୃଷକମାନଙ୍କର ସାର ଖର୍ଚ୍ଚ କମ୍ ହେବ ବୋଲି ଜଣାପଡିଛି । ଦୈନିକ ପାଖାପାଖି ୧୦୦କିଲୋଲିଟର ନାନୋ ତରଳ ଡିଏପି ଉତ୍ପାଦନର ଲକ୍ଷ୍ୟ ରଖାଯାଇଛି । କୃଷକମାନେ ସାରର ବ୍ୟବହାର କମ୍ କରି ନାନୋ ତରଳ ଡିଏପିର ବ୍ୟବହାର କଲେ ଅଧିକ ଉତ୍ପାଦନ କରିବେ । ଏହି ନାନୋ ତରଳ ଡିଏପି ପରିବେଶକୁ ପ୍ରଦୂଷଣ କରିବ ନାହିଁ ବୋଲି ସୂଚନା ମିଳିଛି । ଏହି ଶିଳାନ୍ୟାସ ସମାରୋହରେ ଇଫକୋର ୟୁନିଟ୍ ହେଡ୍ କେ.ଜେ.ପଟେଲ୍ ଏବଂ ତାଙ୍କ ଟିମ୍ ସହିତ କର୍ମଚାରୀ ସଂଘ ଏବଂ ଅଧିକାରୀ ସଂଘର ପ୍ରତିନିଧିମାନେ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

ସଠିକ ସମୟରେ ହାଇସ୍କୁଲ ଛାତ୍ରଛାତ୍ରୀ ମାନଙ୍କୁ ଜେ ଏସ ଡ ବ୍ଲୁ ପକ୍ଷରୁ ମାଗଣା ଟେଷ୍ଟ ପେପର ପ୍ରଦାନ

ପାରାଦୀପ, ୩/୧/୨୦୨୨ (ଓଡ଼ିଶା ସମାଚାର)-  ସର୍ବଭାରତୀୟ ସ୍ତରରେ ନିଜର ସଫଳତା ଓ ପାରିପାର୍ଶ୍ବିକ ଉନ୍ନୟନ କ୍ଷେତ୍ରରେ   ଯଥେଷ୍ଟ ଆଗକୁ ବଢ଼ିଥିବା …

Leave a Reply

Your email address will not be published. Required fields are marked *