Saturday , November 26 2022
Breaking News
Home / ବିଶେଷ / ୨ ତାରିଖରୁ ବର୍ଷା ଆରମ୍ଭ

୨ ତାରିଖରୁ ବର୍ଷା ଆରମ୍ଭ

ଭୁବନେଶ୍ୱର,୩୦/୧୧/୨୦୨୧(ଓଡ଼ିଶା ସମାଚାର)-ଆସନ୍ତା ୩୦ ତାରିଖରେ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ପ୍ରଭାବରେ ଡିସେମ୍ବର ୨ ତାରିଖରୁ ରାଜ୍ୟରେ ବର୍ଷା ଆରମ୍ଭ ହୋଇଯିବ । ଏହି ବର୍ଷା ଉପକୂଳ ଓ ଦକ୍ଷିଣ ଓଡିଶାର କେତେକ ଜିଲ୍ଲାରେ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡ଼ି) ସୂଚନା ଆଧାରରେ ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ଅବଗତ କରିଛନ୍ତି । ଜିଲ୍ଲାପାଳମାନଙ୍କୁ ଦେଇଥିବା ସୂଚନାରେ ଦର୍ଶାଯାଇଛି ଯେ ୩୦ ତାରିଖ ବେଳକୁ ଦକ୍ଷିଣ ଆଣ୍ଡାମାନ ସାଗରରେ ଏକ ଲଘୁଚାପ ବଳୟ ସୃଷ୍ଟି ହେବ । ୪୮ଘଂଟା ମଧ୍ୟରେ ଏହା ଅଧିକ ଘନୀଭୂତ ହେବା ସହିତ ପଶ୍ଚିମ-ଉତରପଶ୍ଚିମ ଦିଗରେ ଗତି କରିବ । ଏହାର ପ୍ରଭାବରେ ଡିସେମ୍ବର ୨ ତାରିଖରୁ ରାଜ୍ୟରେ ବର୍ଷା ଆରମ୍ଭ ହେବ । ଉପକୂଳ ଓଡିଶାର ଜଗତ୍ସିଂହପୁର, କେନ୍ଦ୍ରାପଡା ସମେତ କନ୍ଧମାଳ, ମାଲକାନଗିରି, କୋରାପୁଟ, ରାୟଗଡା ଆଦିରେ ବର୍ଷା ହେବ ବୋଲି ସୂଚନା ଦିଆଯାଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published.