Thursday , January 20 2022
Breaking News
Home / କୃଷି / ହରିଣଙ୍କ ମୁହଁରୁ ପାଚିଲା ଧାନ ରକ୍ଷା କରିବାକୁ ଦାବି

ହରିଣଙ୍କ ମୁହଁରୁ ପାଚିଲା ଧାନ ରକ୍ଷା କରିବାକୁ ଦାବି

ରଘୁନାଥପୁର, ୩୦/୧୧/୨୦୨୧(ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ୍ ଏରଡ଼ଙ୍ଗା ପଂଚାୟତରେ ଥିବା ଜଗତସିଂହପୁର ଜିଲାର ଏକମାତ୍ର ସଂରକ୍ଷିତ ଜଙ୍ଗଲ ଧଳତଙ୍ଗଗଡ଼ ରେ ଥିବା ସହଶ୍ରାଧିକ ହରିଣ ଏବେ ଆଖ ପାଖ ଚାଷୀଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛନ୍ତି । ଏହତ ଜଙ୍ଗଲ ଚାରିପଟରେ ଥିବା କାକୁଡ଼ିଆ, ରାମଚନ୍ଦ୍ରପୁର,ଶାଳିଜଙ୍ଗା, ଏରଣ୍ଡପାଳ, କଳାଧାରୀ, ନେଉଳିଆ, ଗୋପାଳପୁର, ଚିକିଣିଆ ଆଦି ଗ୍ରାମର ଚାଷୀମାନଙ୍କର ଅମଳକ୍ଷମ ପାଚିଲା ଧାନ ହରିଣମାନଙ୍କ ଆହାର ପାଲଟିଥିବାବେଳେ ଋଣକରି ଚାଷ କରିଥିବା ଚାଷୀ ଅଧା ପାଚିଲା ଧାନକୁ ଘରକୁ ଆଣିନପାରି  ମୁଣ୍ଡରେ ହାତ ଦେଇ ବସିବାକୁ ବାଧ୍ୟ ହେଉଛନ୍ତି । ଏପରିକି ଏଠାକାର ପରିବା ଚାଷୀମଧ୍ୟ ହରିଣଙ୍କ ମୁହଁରୁ ନିଜର ପନ ପରିବା ଚାଷ ଉଦ୍ଧାର କରିନପାରି କ୍ଷତି ସହୁଛି । ଏହି ଘଟଣା ଏଠାକାର ଚାଷୀମାନଙ୍କ ପାଇଁ ଏକ ପ୍ରମୁଖ ସମସ୍ୟା ହୋଇଥିଲେ ବି ଏବଂ ଏ ବିଷୟରେ ସ୍ଥାନୀୟ ତହସିଲ ପ୍ରଶାସନ, ଜଙ୍ଗଲ ବିଭାଗ ଏପରିକି ଜିଲା ପ୍ରଶାସନର ନିକଟରେ ବାରମ୍ବାର ଅଭିଯୋଗ ହେଉଥିଲେ ବି କେହି ଚାଷୀମାନଙ୍କ ସମସ୍ୟା ଶୁଣୁନଥିବା ଅଭିଯୋଗ ହେଉଛି । ସୂଚନାଯୋଗ୍ୟ କି ଏହି ୧୭୯ ଏକର ବିଶିଷ୍ଟ ଜଙ୍ଗଲରେ ହଜାର ସଂଖ୍ୟାରେ ହରିଣ ବାସ କରୁଥିବାବେଳେ ଏମାନଙ୍କ ପାଇଁ ପର୍ଯ୍ୟାପ୍ତ ପରିମାଣର ଖାଦ୍ୟ ପାନୀୟର ବ୍ୟବସ୍ଥା କରାଯାଇନାହିଁ । କିମ୍ବା ଜଙ୍ଗଲ ଚାରିପାଖରେ ପାଚେରୀ କିମ୍ବା ତାରବାଡ଼ ନଥିବାରୁ ହରିଣମାନେ ନିଜ ଖାଦ୍ୟ ଅନ୍ୱେଷଣରେ ଜଙ୍ଗଲ ବାହାରକୁ ଆସି ଛାଷୀମାନଙ୍କର ସଶ୍ୟ ଖାବା ସହିତ ବୁଲା କୁକୁର ନଚେତ ନିକଟରେ ଯାଇଥିବା ଟ୍ରେନ ଲାଇନ୍ ପର ହେବାବେଳେ ଟ୍ରେନ୍ ଧକାରେ ପ୍ରାଣ ହରାଉଛନ୍ତି । ଚାଷୀମାନଙ୍କ ସଶ୍ୟର ସୁରକ୍ଷା ଏବଂ ହରିଣ ମାନଙ୍କ ଜୀବନ ର ଗୁରୁତ୍ୱକୁ ଉପଲବ୍ଧ କରି ଉଭୟ ଚାଷୀ ଏବଂ ହରିଣ ମାନଙ୍କୁ ସୁରକ୍ଷା ଯୋଗାଇ ଦେବାପାଇଁ ଜିଲା କୃଷକ ସଂଗଠନର ସମ୍ପାଦକ ଇଂ ବାବାଜୀ ଚରଣ ଜେନା, ଉପଦେଷ୍ଟା ଦିଲିପ କୁମାର ରଥ, ପାର୍ଥସଖା ପାଲଟାସିଂ, ପ୍ରକାଶ ଜେନା,ଗଙ୍ଗାଧର ଜେନା,ବଟକୃଷ୍ଣ ନାୟକ ପ୍ରମୁଖ ଜଗତସିଂହପୁର ଜିଲାପାଳଙ୍କ ନିକଟରେ ଦାବି କରିଛନ୍ତି ।  ଓଡ଼ିଶା ସମାଚାର

About admin

Check Also

ଅଦିନିଆ ବର୍ଷା ରେ ବେହାଲ ଧାନ ମଣ୍ଡି, ଚାଷୀ ମୁଣ୍ଡରେ ଚଡକ

Leave a Reply

Your email address will not be published. Required fields are marked *