Tuesday , December 6 2022
Home / ବିଶେଷ / ମାହାଙ୍ଗା ଡବଲ ମର୍ଡର ଘଟଣା: ନଭେମ୍ବର ୨୯ତାରିଖ  ରେ ତଦନ୍ତ ରିପୋର୍ଟ ଦେବାରେ ପୋଲିସ ବିଫଳ

ମାହାଙ୍ଗା ଡବଲ ମର୍ଡର ଘଟଣା: ନଭେମ୍ବର ୨୯ତାରିଖ  ରେ ତଦନ୍ତ ରିପୋର୍ଟ ଦେବାରେ ପୋଲିସ ବିଫଳ

ଲେପୁର, ୩୦/୧୧/୨୦୨୧(ଓଡିଶା ସମାଚାର/ ଅଭୟ ଜେନା )- ମାହାଙ୍ଗା ଡବଲ ମର୍ଡର ଘଟଣାରେ ସାଲେପୁର ଜେ ଏମ୍ ଏଫ ସି କୋର୍ଟ  ମାହାଙ୍ଗା ପୋଲିସ କୁ ନଭେମ୍ବର ୨୯ ତାରିଖ ରେ  ସମସ୍ତ ତଦନ୍ତ ରିପୋର୍ଟ ଓ ମନ୍ତ୍ରୀ ପ୍ରତାପ ଜେନା ଙ୍କ ୩ ସହଯୋଗୀ ଙ୍କ କଲ ରେକର୍ଡ ସଂଗ୍ରହ କରି କୋର୍ଟ ରେ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ମାତ୍ର  ସୋମବାର  ମାହାଙ୍ଗା ପୋଲିସ ଏହା ଦାଖଲ କରିବା ପରିବର୍ତ୍ତେ କୋର୍ଟ କୁ ପୁଣି ଏକମାସ ସମୟ ମାଗିଥିଲେ। ଯାହାକୁ ନେଇ ମୃତ କୁଳମଣି ବରାଳ ଙ୍କ ପୁଅ ରମାକାନ୍ତ ବରାଳ ପୋଲିସ ବିରୁଦ୍ଧରେ ପୁଣି ଏକ ପ୍ରୋଟେଷ୍ଟ ପିଟିସନ ଦାଖଲ କରିଛନ୍ତି। ତେବେ ଏହି ହତ୍ୟା ଘଟଣାରେ ପୋଲିସ ହତ୍ୟାକାରୀ କୁ ଗିରଫ କରିବା ପରିବର୍ତ୍ତେ  ତାକୁ ସୁରକ୍ଷା ଦେଉଛି ବୋଲି  ଅଭିଯୋଗରେ  ଦର୍ଶାଇଛନ୍ତି  ରମାକାନ୍ତ ବରାଳ  । ଓଡ଼ିଶା ସମାଚାର

Leave a Reply

Your email address will not be published.