Saturday , November 26 2022
Breaking News
Home / ସ୍ୱାସ୍ଥ୍ୟ / ଭୀମସାରରେ ପୁଣି ୧୦ କରୋନା ଆକ୍ରାନ୍ତ ଚିହ୍ନଟ

ଭୀମସାରରେ ପୁଣି ୧୦ କରୋନା ଆକ୍ରାନ୍ତ ଚିହ୍ନଟ

ସମ୍ବଲପୁର ୩୦/୧୧/୨୦୨୧(ଓଡ଼ିଶା ସମାଚାର)- ଭୀମସାରରେ ପୁଣି ୧୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୪ କୁ ବୃଦ୍ଧି ପାଇଛି।
ଖବର ଅନୁଯାୟୀ, କିଛିଦିନ ତଳେ ବୁର୍ଲା ସ୍ଥିତ ଭୀମସାର ଛାତ୍ରଛାତ୍ରୀ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ। ଏହାପରେ ବିଶ୍ୱବିଦ୍ୟାଳୟ ଅଧିକାଂଶ ଛାତ୍ରଛାତ୍ରୀ ଓ କର୍ତ୍ତୃପକ୍ଷଙ୍କର କରୋନା ଟେଷ୍ଟ କରାଯାଇଥିଲା । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କୁ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ସଙ୍ଗରୋଧରେ ରଖାଯାଇଥିଲା । ସମସ୍ତଙ୍କର ନିୟମିତ ଭାବେ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଥିଲା । ତେବେ କିଛି ଦିନର ବ୍ୟବଧାନ ପରେ ପୁଣି ଥରେ ଭୀମସାରୁ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୧୦ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୪ରେ ପହଞ୍ଚିଛି । ଏତେ ସଂଖ୍ୟକ ଛାତ୍ରଛାତ୍ରୀ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ କରୋନା ସଂକ୍ରମଣ ନେଇ ଚିନ୍ତା ଘାରିଛି । ଓଡ଼ିଶା ସମାଚାର

Leave a Reply

Your email address will not be published.