Tuesday , May 30 2023
Breaking News
Home / ବିଶେଷ / ଭିଜିଲାନ୍ସ ଜାଲରେ ପୋଲିସ କନେଷ୍ଟବଳ

ଭିଜିଲାନ୍ସ ଜାଲରେ ପୋଲିସ କନେଷ୍ଟବଳ

ବ୍ରହ୍ମପୁର, ୩୦/୧୧/୨୦୨୧(ଓଡ଼ିଶା ସମାଚାର)- ଆୟ ବର୍ହିଭୂତ ସମ୍ପତିି ଠୁଳ ଅଭିଯୋଗରେ ବ୍ରହ୍ମପୁର ପୋଲିସ କନେଷ୍ଟବଳ ସୁଦର୍ଶନ ପ୍ରଧାନଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି । ସୁଦର୍ଶନଙ୍କ ଲୋଚାପଡ଼ା ସ୍ଥିତ ତିନି ମହଲା କୋଠା, ନିମଖଣ୍ଡି ସ୍ଥିତ କୋଠା, ଭଞ୍ଜନଗର ଥାନା ଅନ୍ତର୍ଗତ ଗମୁଣ୍ଡି ସ୍ଥିତ ପେତୃକ ବାସଭବନରେ ଏକାକଳିନ ଭାବେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିଲା । ଚଢ଼ାଉ କରିବା ସମୟରେ ସୁଦର୍ଶନଙ୍କ ଘରୁ ନଗଦ ୫ ଲକ୍ଷ ୧୬ ହଜାର ୮୮୦ ଟଙ୍କା ଜବତ କରିଛି ଭିଜିଲାନ୍ସ । ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଜାରି ରହିଥିବା ବେଳେ ଆହୁରି ଅଧିକ ପରିମାରଣ ସମ୍ପତିି ଠାବ ହେବା ନେଇ ଆଶା ରଖିଛି ଭିଜିଲାନ୍ସ ବିଭାଗ ।
ସୁଦର୍ଶନ ୧୯୯୨ ବ୍ୟାଚର କନେଷ୍ଟବଳ ହୋଇଥିବା ବେଳେ ସେ କୋରାପୁଟରେ ପୋଲିସ ବିଭାଗରେ ସାମିଲ ହେବା ପରେ ୨୦୦୫ ମସିହାରେ ବ୍ରହ୍ମପୁର ପୋଲିସ ଜିଲ୍ଲାରେ ଜଏନ କରିଥିଲେ । ବର୍ତମାନ ସେ ବ୍ରହ୍ମପୁର ପୋଲିସ ଜିଲ୍ଲାରେ କନେଷ୍ଟବଳ ରୂପେ କାର୍ଯ୍ୟରତ ଅଛନ୍ତି । ଏହି ଚଢ଼ାଉରେ ଜଣେ ଅତିରିକ୍ତ ଏସପି, ୨ ଜଣ ଡ଼ିଏସପି, ୫ ଜଣ ଇନସ୍ପେକ୍ଟରଙ୍କ ସହ ଅନ୍ୟ କିଛି ଭିଜିଲାନ୍ସ କର୍ମଚାରୀ ନିୟୋଜିତ ଅଛନ୍ତି । ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିବା ବେଳେ ସମସ୍ତ ଘର ନିଜର କଷ୍ଟ ଉପାର୍ଜିତ ସମ୍ପତିିରେ ର୍ନିମାଣ କରିଥିବା ବେଳେ ଘର ଋଣ କରି ର୍ନିମାଣ କରିଥିବା ସେ କହିଛନ୍ତି । ଏହାଛଡ଼ା ସରକାରଙ୍କୁ ଟିକସ ମଧ୍ୟ ନିୟମିତ ଭାବେ ପ୍ରଦାନ କରୁଛନ୍ତି ବୋଲି କହିଛନ୍ତି ସୁଦର୍ଶନ । ଓଡ଼ିଶା ସମାଚାର

Leave a Reply

Your email address will not be published.