Wednesday , January 26 2022
Breaking News
Home / ବିଶେଷ / ପ୍ରାଧ୍ୟାପକ ନୀରୋଦ ଦାସ ଙ୍କୁ ସଙ୍ଗୀତ ସୁଧାକର ସମ୍ମାନ 

ପ୍ରାଧ୍ୟାପକ ନୀରୋଦ ଦାସ ଙ୍କୁ ସଙ୍ଗୀତ ସୁଧାକର ସମ୍ମାନ 

ଗରଦପୁର , ୩୦/୧୧/୨୦୨୧(ଓଡ଼ିଶା ସମାଚାର)- ପାଟକୁରା ଅଂଚଳର ବିଶିଷ୍ଟ ସାରସ୍ୱତ ସାଧକ ବାଗ୍ମୀ ଓ ପ୍ରାଚୀନ ଛାନ୍ଦ , ଚମ୍ପୁ, ଓଡ଼ିଶୀ ଗାୟନ ରେ ଅଶେଷ ଦକ୍ଷତା ରଖିଥିବା ଓଡ଼ିଆ ଭାଷା ସାହିତ୍ୟର ବରିଷ୍ଠ ପ୍ରାଧ୍ୟାପକ ନୀରୋଦ ଦାସ ଙ୍କୁ ଋତୁରାଜ ସାହିତ୍ୟ ସଂସଦ ପକ୍ଷରୁ ଋତୁରାଜ ସଙ୍ଗୀତ ସୁଧାକର ସମ୍ମାନ ପ୍ରଦାନ କରାଯାଇଛି । ବାଗ୍ମିତା ସହିତ ଛାନ୍ଦ ଓ ଚମ୍ପୁ ଗାୟନର ଅପୂର୍ବ ପାରଦର୍ଶିତା ପାଇଁ ପ୍ରାଧ୍ୟାପକ ଶ୍ରୀ ଦାସ କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ଅବିଭକ୍ତ ପୁରୀ ଜିଲାର ବିଭିନ୍ନ ମଂଚରେ ସାହିତ୍ୟ ଓ ସଙ୍ଗୀତର ଯୁଗଳ ବନ୍ଦିର ମୁର୍ଛନାରେ ଶ୍ରୋତା ଓ ଦର୍ଶକ ମାନଙ୍କୁ ସମ୍ମୋହିତ କରି ରଖିଥାନ୍ତି । ବିଶେଷ କରି  ରୀତି ଯୁଗୀୟ କାବ୍ୟ ସାହିତ୍ୟର ଆଲୋଚନା ସହିତ ଗାୟନ କଳା ପାଇଁ ପ୍ରାଧ୍ୟାପକ ଶ୍ରୀ ଦାସ ସାହିତ୍ୟ ପ୍ରେମୀ ମାନଙ୍କ ଠାରେ ସୁପରିଚିତ । ଏତଦବ୍ୟତିତ ଜଣେ ଗବେଷଣାଧର୍ମୀ , ଐତିହାସିକ କଥାକାର ରୂପେ ସେ ପାଠକ ମାନଙ୍କ ନିକଟରେ ମଧ୍ୟ ପରିଚିତି ଲାଭ କରିଛନ୍ତି । ଏହି ବିଶେଷ କୃତୀତ୍ୱ ପାଇଁ ସେ ଜଗତସିଂହପୁର ସାରସ୍ୱତ ପରିଷଦ ପକ୍ଷରୁ ୨୦୧୯ ମସିହା ବିଷୁବ ମିଳନ ମହୋତ୍ସବରେ ‘ଛାନ୍ଦ ବିଭୁଷଣ’ ସମ୍ମାନ ଲାଭ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ଆଶ୍ବସ୍ତି ଫାଉଣ୍ଡେସନ ରେ ସାଧାରଣତନ୍ତ୍ର ଦିବସ ପାଳିତ

କଟକ, ୨୬/୧/୨୦୨୨ (ଓଡ଼ିଶା ସମାଚାର)- ଅଗ୍ରଣୀ ସାମାଜିକସଂଗଠ “ଆଶ୍ବସ୍ତି ଫାଉଣ୍ଡେସନ’ ଏବଂ ବୀଣାପାଣି ଶିଶୁମନ୍ଦିର, ମଙ୍ଗଳାବାଗ ମଲାସାହି ମିଳିତ ଆନୁକୂଲ୍ୟରେ …

Leave a Reply

Your email address will not be published. Required fields are marked *