Wednesday , January 26 2022
Breaking News
Home / ବିଶେଷ / ପେନସନ୍ଭୋଗୀଙ୍କ ବାର୍ଷିକ ଲାଇଫ୍ ସାର୍ଟିଫିକେଟ୍ ଦାଖଲ ସୀମା ଡିସେମ୍ବର ୩୧ ତାରିଖ ପର୍ୟ୍ୟନ୍ତ ବୃଦ୍ଧି

ପେନସନ୍ଭୋଗୀଙ୍କ ବାର୍ଷିକ ଲାଇଫ୍ ସାର୍ଟିଫିକେଟ୍ ଦାଖଲ ସୀମା ଡିସେମ୍ବର ୩୧ ତାରିଖ ପର୍ୟ୍ୟନ୍ତ ବୃଦ୍ଧି

ଭୁବନେଶ୍ୱର ,୩୦/୧୧/୨୦୨୧(ଓଡ଼ିଶା ସମାଚାର)- କୋଭିଡ୍-୧୯ ମହାମାରୀ ଦୃଷ୍ଟିରୁ ପେନସନ୍ଭୋଗୀଙ୍କ ବାର୍ଷିକ ଜୀବିତ ପ୍ରମାଣପତ୍ର (ଲାଇଫ୍ ସାର୍ଟିଫିକେଟ୍) ଅବଧିକୁ ଡିସେମ୍ବର ୩୧ ତାରିଖ ପର୍ୟ୍ୟନ୍ତ ଘୁଞ୍ଚାଇ ଦିଆଯାଇଛିା ଓଡ଼ିଶା ଟ୍ରେଜେରୀ ସଂହିତା ଭଲ୍ୟୁୟମ୍-୧ର ରୁଲ୍ ୩୧୪ ଅନୁଯାୟୀ ପ୍ରତିବର୍ଷ ପେନସନ୍ଭୋଗୀମାନେ ନଭେମ୍ବର ୩୦ ତାରିଖ ମଧ୍ୟରେ ଜୀବିତ ପ୍ରମାଣପତ୍ର ଦାଖଲ କରିବାକୁ ପଡ଼ିଥାଏା ଏହାଛଡ଼ା ସେମାନଙ୍କୁ ବିବାହ କରିନଥିବା, ପୁନର୍ବିବାହ ଓ ଅନ୍ୟତ୍ର ନିୟୋଜନ ସମ୍ବନ୍ଧୀୟ ଘୋଷଣାନାମା ଦେବାକୁ ପଡ଼ିଥାଏା ରାଜ୍ୟ ସରକାର କୋଭିଡ୍-୧୯ ମହାମାରୀର ପ୍ରଭାବ ବଳବତ୍ତର ରହିଥିବା ଦୃଷ୍ଟିରୁ ଏହି ପ୍ରମାଣପତ୍ର ଦାଖଲ ସୀମାକୁ ଡିସେମ୍ବର ୩୧ ତାରିଖ ପର୍ୟ୍ୟନ୍ତ ଘୁଞ୍ଚାଇଛନ୍ତିା ଓଡ଼ିଶା ସମାଚାର

About admin

Check Also

ଆଶ୍ବସ୍ତି ଫାଉଣ୍ଡେସନ ରେ ସାଧାରଣତନ୍ତ୍ର ଦିବସ ପାଳିତ

କଟକ, ୨୬/୧/୨୦୨୨ (ଓଡ଼ିଶା ସମାଚାର)- ଅଗ୍ରଣୀ ସାମାଜିକସଂଗଠ “ଆଶ୍ବସ୍ତି ଫାଉଣ୍ଡେସନ’ ଏବଂ ବୀଣାପାଣି ଶିଶୁମନ୍ଦିର, ମଙ୍ଗଳାବାଗ ମଲାସାହି ମିଳିତ ଆନୁକୂଲ୍ୟରେ …

Leave a Reply

Your email address will not be published. Required fields are marked *