Tuesday , December 6 2022
Home / ବିଶେଷ / ପାରାଦୀପ ଟ୍ରକ ମାଲିକ ସଂଘ ନିର୍ବାଚନ – ସୁମନ୍ତ ବିଶ୍ୱାଳ ସଭାପତି ଭାବେ ନିର୍ବାଚିତ

ପାରାଦୀପ ଟ୍ରକ ମାଲିକ ସଂଘ ନିର୍ବାଚନ – ସୁମନ୍ତ ବିଶ୍ୱାଳ ସଭାପତି ଭାବେ ନିର୍ବାଚିତ

ପାରାଦୀପ ୩୦/୧୧/୨୦୨୧(ଓଡ଼ିଶା ସମାଚାର)- ପାରାଦୀପ ଟ୍ରକ ମାଲିକ ସଂଘର ନିର୍ବାଚନ ଗତ ରବିବାର ଦିନ କଡା ନିରାପତା ମଧ୍ୟରେ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି । ପ୍ରତି ତିନି ବର୍ଷରେ ଅନୁଷ୍ଠିତ ହେଉଥିବା ଏହି ନିର୍ବାଚନରେ ଚଳିତ ବର୍ଷ ସୁମନ୍ତ କୁମାର ବିଶ୍ୱାଳ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ଶ୍ରୀ ବିଶ୍ୱାଳ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିରଂଚି ନାରାୟଣ ପରିଡାଙ୍କୁ ୧୩୦ ଖଣ୍ଡ ଭୋଟ ବ୍ୟବଧାନରେ ପରାଜିତ କରିଥିଲେ । ସର୍ବମୋଟ ୧୧୬୧ ମତଦାନ ମଧ୍ୟରୁ ସୁମନ୍ତ ବିଶ୍ୱାଳ ୬୪୪ ଖଣ୍ଡ ଭୋଟ ପାଇଥିବା ବେଳେ ଶ୍ରୀ ପରିଡା ୫୧୪ ଖଣ୍ଡ ଭୋଟ ପାଇ ପରାଜିତ ହୋଇଛନ୍ତି । ସେହିପରି ଅନ୍ୟ ମାନଙ୍କ ମଧ୍ୟରେ ଉପସଭାପତି ଭାବେ ପ୍ରଦିପ୍ତ ଗାହାଣ ଓ ଖଗେଶ୍ୱର ଲେଙ୍କା, ସଂପାଦକ ଭାବେ ରାଜେଶ ମହାନ୍ତି, ସହସଂପାଦକ ସଂଜିତ ତ୍ରିପାଠୀ ଓ ସୂର୍ୟ୍ୟକାନ୍ତ ପରିଜା, କୋଷାଧ୍ୟକ୍ଷ ଭାବେ ସ୍ମୃତି ରଂଜନ ସାମନ୍ତରାୟ ପ୍ରମୁଖ ନିର୍ବାଚିତ ହୋଇଛନ୍ତି । ଏହି ନିର୍ବାଚନରେ ଶ୍ରୀ ବିଶ୍ୱାଳଙ୍କ ପ୍ୟାନେଲ୍ ର ସମସ୍ତ ପ୍ରାର୍ଥୀ ନିର୍ବାଚିତ ହୋଇଛନ୍ତି । ସୂଚନା ଥାଉକି ଶ୍ରୀ ବିଶ୍ୱାଳ ପୂର୍ବରୁ ୧୮ ବର୍ଷ ହେବ ଏହି ସଂଘର ଦାୟିତ୍ୱରେ ରହି ସଫଳତାର ସହ କାର୍ୟ୍ୟ କରି ଆସଛନ୍ତି । ତାଙ୍କ ବିଜୟରେ ସଂଘର ସଦସ୍ୟ ମାନଙ୍କ ମଧ୍ୟରେ ଆନନ୍ଦ ଓ ଆଶାର କିରଣ ଜାଗ୍ରତ ହୋଇଥିବା ସଂଘର କିଛି ସଭ୍ୟ ମତବ୍ୟକ୍ତ କରିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.