Tuesday , December 6 2022
Home / ବିଶେଷ / ଧର୍ମ ପରାୟଣ ମହିଳାଙ୍କ ପରଲୋକ 

ଧର୍ମ ପରାୟଣ ମହିଳାଙ୍କ ପରଲୋକ 

ମାର୍ଶାଘାଇ , ୩୦/୧୧/୨୦୨୧(ଓଡ଼ିଶା ସମାଚାର)- ମାର୍ଶାଘାଇ ବ୍ଲକ୍ ଅନ୍ତର୍ଗତ ଆଖୁଆ ଦକ୍ଷିଣି ଗ୍ରାମର ନିର୍ମଳା ମଳିକ (୯୫) ଙ୍କର ଆଜି ବାର୍ଦ୍ଧକ୍ୟ ଜନିତ ମୃତ୍ୟୁ ହୋଇଛି । ସେ ଜଣେ ଧର୍ମ ପରାୟଣା ମହିଳା ଥିଲେ । ଠାକୁର ଅଭିରାମ ପରମହଂସ ଙ୍କ ଦିକ୍ଷୀତ ସହିତ ନିଜ ସ୍ନେହ ଶ୍ରଦ୍ଧାରେ ସେ ଗ୍ରାମରେ ସମସ୍ତଙ୍କର ଶ୍ରଦ୍ଧା ଓ ସମ୍ମାନର ପାତ୍ର ହୋଇଥିଲେ । ଚିତ୍ରୋପôଳା ନଦୀ ତଟରେ ତାଙ୍କ ଶବ ସତକାର କରାଯାଇଥିଲା ।  ସାଇ ଭାଇ ଜ୍ଞାତି କୁଟୁମ୍ବ ଓ ଶୁଭେଛୁ ଙ୍କ  ଗହଣରେ ଶବାଧାରରେ ଯାଇ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା । ଏକମାତ୍ର ପୁତ୍ର ଗୌତମ ମୁଖାଗ୍ନୀ ଦେଇଥିଲେ । ପୁଅ, ବୋହୁ, ନାତି, ନାତୁଣୀ , ପୁତୁରା ଓ ପୁତୁରା ବୋହୁ ପ୍ରମୁଖ ଉପସ୍ଥିତ ଥିଲେ । ଗ୍ରାମରେ ଶୋକ ପ୍ରକାଶ ପାଇଥିଲା । ଓଡ଼ିଶା ସମାଚାର

Leave a Reply

Your email address will not be published.