Friday , June 2 2023
Breaking News
Home / ବିଶେଷ / “ଜାଗା ମିଶନ’ ସମ୍ମାନଜନକ ଆନ୍ତର୍ଜାତିକ ପୁରସ୍କାର ପାଇଁ ନାମାଙ୍କିତ

“ଜାଗା ମିଶନ’ ସମ୍ମାନଜନକ ଆନ୍ତର୍ଜାତିକ ପୁରସ୍କାର ପାଇଁ ନାମାଙ୍କିତ

ଭୁବନେଶ୍ୱର ,୩୦/୧୧/୨୦୨୧(ଓଡ଼ିଶା ସମାଚାର)- ଉଚ୍ଚ ପ୍ରଶଂସିତ ହୋଇଥିବା ନବୀନ ସରକାରଙ୍କ “ଜାଗା ମିଶନ’ ଏକ ସମ୍ମାନଜନକ ଆନ୍ତର୍ଜାତିକ ପୁରସ୍କାର ପାଇଁ ନାମାଙ୍କିତ ହୋଇଛି । ଏସିଆ-ପାସିଫିକ ହାଉସିଂ ଫୋରମ ପକ୍ଷରୁ ଦିଆଯାଉଥିବା “ଇନୋଭେସନ ପବ୍ଲିକ ପଲିସି’ ପୁରସ୍କାର ଦୌଡରେ ରହିଛି “ଜାଗା ମିଶନ’  । ନାଗରିକମାନେ ଏହିମାସ ୩୦ ତାରିଖ ଯାଏଁ ଅନଲାଇନ ଭୋଟିଂ କରିପାରିବେ । ଜାଗା ମିଶନ ଏହି ପୁରସ୍କାର ଦୌଡରେ ଥିବା ନେଇ ଗୃହ ଓ ସହର ଉନ୍ନୟନ ବିଭାଗ ପକ୍ଷରୁ ଟୁଇଟ୍ କରାଯାଇଛି  । ୨୦୧୯ ମସିହାରେ ରାଜ୍ୟ ସରକାରଙ୍କୁ ଏହି ମିଶନ ପାଇଁ ୱାର୍ଲଡ ହେବିଟାଟ୍ ପୁରସ୍କାର ମିଳିଥିଲା । ବସ୍ତିବାସିନ୍ଦାଙ୍କୁ ସ୍ଥାୟୀ ଭାବେ ଜମି ପଟ୍ଟା ଯୋଗାଇ ଦେବା ପାଇଁ ଆରମ୍ଭ କରାଯାଇଥିଲା ଜାଗା ମିଶନ  । ଆନ୍ତର୍ଜାତିକ ସ୍ତରରେ ଏହି ଜାଗା ମିଶନ ଉଚ୍ଚ ପ୍ରଶଂସିତ ହୋଇଛି  । ଓଡ଼ିଶା ସମାଚାର

Leave a Reply

Your email address will not be published.