ଗରଦପୁର , ୩୦/୧୧/୨୦୨୧(ଓଡ଼ିଶା ସମାଚାର)- ଗରଦପୁର ତହସିଲ ଅନ୍ତର୍ଗତ ବଙ୍ଗାଳପୁର ପଂଚାୟତ ର ଚଁ ପୁର ଗ୍ରାମର ଖାତା ନଂ- ୭୪୯, ପ୍ଲଟ ନଂ- ୧୯୧୯ ଗୋଚର ଜମି କୁ କିଛି ଲୋକ ଜବରଦଖଲ କରିଛନ୍ତି । ଜବର ଦଖଲ କରି ସେଠାରେ କଦଳୀ ଓ ନଡ଼ିଆ ଗଛ ଲଗାଇଛନ୍ତି । ସିମଂଟ ଖୁଟ ପୋତି ଗହୀରକୁ ଯିବାକୁ ଥିବା ବାଟ ବନ୍ଦ କରିଦେଇଛନ୍ତି । ଯାହା ଫଳରେ ବନ୍ଧସାହି ଗ୍ରାମର ଲୋକମାନେ ଗହୀର ପାଟରେ ଥିବା ନିଜ ଚାଷ ଜମିକୁ ଯା ଆସ ପାଇଁ ନାନାଦି ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଠାରୁ ଜବର ଦଖଲ ହଟାଇବା ପାଇଁ ଦାବି କରାଯାଇଛି । ବନ୍ଧସାହି ଗ୍ରାମର ପରମାନନ୍ଦ ସାମଲ ଗରଦପୁର ତହସିଲ ରେ ଲିଖିତ ଅଭିଯୋଗ କରିବା ପରେ ପୂର୍ବ ତହସିଲଦାର ଆଶାକ କୁମାର ବେହେରା ଘଟଣାସ୍ଥଳକୁ ଯାଇ ସରଜମିନ ତଦନ୍ତ କରିଥିଲେ । ହେଲେ ଆଜି ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇନାହିଁ । କାର୍ଯ୍ୟରେୂ ଯୋଗଦେଇଥିବା ନୂତନ ତହସିଲଦାରଙ୍କୁ ଗତ ୨ ତାରିଖରେ ପୁନର୍ବାର ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇନଥିବାରୁ ବନ୍ଧସାହି ଗ୍ରାମର ଜନସାଧାରଣ ଉଦବେଗ ପ୍ରକାଶ କରିଛନ୍ତି । ଜନସାଧାରଣଙ୍କ ସ୍ୱାର୍ଥ ଦୃଷ୍ଟିରୁ ଗୋଚର ଜମିକୁ ଜବର ଦଖଲ ମୁକ୍ତ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି । ଓଡ଼ିଶା ସମାଚାର