Wednesday , January 19 2022
Breaking News
Home / ଶିକ୍ଷା / ଉଚ୍ଚ ଶିକ୍ଷାନୁଷ୍ଠାନରେ ମାନବୃଦ୍ଧି ନିମନ୍ତେ କେନ୍ଦ୍ରାପଡା କଲେଜରେ କର୍ମଶାଳା

ଉଚ୍ଚ ଶିକ୍ଷାନୁଷ୍ଠାନରେ ମାନବୃଦ୍ଧି ନିମନ୍ତେ କେନ୍ଦ୍ରାପଡା କଲେଜରେ କର୍ମଶାଳା

କେନ୍ଦ୍ରାପଡ଼ା, ୩୦/୧୧/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ଓ କିଟ ବିଶ୍ୱ ବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସରରେ ଉଚ୍ଚ ଶିକ୍ଷାନୁଷ୍ଠାନର ମାନବୃଦ୍ଧି ନିମନ୍ତେ ଏକ କର୍ମଶାଳା କଲେଜ ଅଧ୍ୟକ୍ଷ ପ୍ରଫେସର ଡଃ. ରାଜେନ୍ଦ୍ର ପ୍ରସାଦ ତ୍ରିପାଠୀଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । କିଟ୍ ବିଶ୍ୱ ବିଦ୍ୟାଳୟର ପ୍ରୋ-ଭାଇସଚାନସେଲର ଡଃ. ସସ୍ମିତାରାଣୀ ସାମନ୍ତ ଗବେଷଣା କ୍ଷେତ୍ରରେ ଆଂଚଳିକ ସ୍ତରର ଲୋକ ସମସ୍ୟା ସମ୍ପର୍କିତ ହେବା ଦରକାର । ମହାବିଦ୍ୟାଳୟର ଅଟ୍ଟାଳିକା, ଗବେଷଣାଗାର ଭଳି ବୈାଦ୍ଧିକ ଭିତିଭୂମି ସମାନ ଭାବରେ ଗୁରୁତ୍ୱପୂର୍ଣ୍ଣ । ଖଲିକୋଟ ବିଶ୍ୱ ବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଅମରେନ୍ଦ୍ର ନାରାୟଣ ମିଶ୍ର ଆମ ଆଗରେ ଜାତୀୟ ବା ଅନ୍ତର୍ଜାତୀୟ ସ୍ତରର କୈାଣସି ଉଚ୍ଚ ମାନର ଅନୁଷ୍ଠାନକୁ ଆଦର୍ଶ ଭାବରେ ଗ୍ରହଣ କରି ଅଗ୍ରସର ହେବା ଦରକାର । ପ୍ରଫେସର ରଞ୍ଜନ କୁମାର ବଳ ନାକ୍ ରେ ଉଚ୍ଚ ମାନ ପାଇବା ପାଇଁ କିଛି ବର୍ଷ ଧରି ସାଧନାର ଆବଶ୍ୟକତା ରହିଛି । ସେଥିପାଇଁ ଶିକ୍ଷକ, କର୍ମଚାରୀ, ପୁରାତନ ଛାତ୍ରଛାତ୍ରୀ ତଥା ବର୍ମାନର ଶିକ୍ଷାର୍ଥୀମାନଙ୍କର ସହଯୋଗ ଦରକାର । ପ୍ରଫେସର ଜୟନ୍ତ କୁମାର ପରିଡା ଆଗାମୀ ନାକ୍ ଆକଳନ ପାଇଁ ସମସ୍ତ ସହଯୋଗ ଯୋଗାଇ ଦେବେ ବୋଲି ପ୍ରତିଶୃତି ଦେଇଥିଲେ । ଆଭ୍ୟନ୍ତରୀଣ ମାନ ନିର୍ଦ୍ଧାରଣ କମିଟିର ଆବାହକ ଡଃ. ପ୍ରମୋଦ କୁମାର ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ । ଉପାଧ୍ୟକ୍ଷ ପ୍ରଫେସର ଗୋପାଳ ଚନ୍ଦ୍ର ବେହେରା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏହି କର୍ମଶାଳାକୁ କେନ୍ଦ୍ରାପଡା ଜିଲ୍ଲାର ସମସ୍ତ ମହାବିଦ୍ୟାଳୟର ପ୍ରତିନିଧିମାନଙ୍କୁ ଆମନ୍ତ୍ରଣ କରାଯାଇଥିଲା । ଏହି କର୍ମଶାଳାରେ ପ୍ରାକ୍ତନ କଲେଜ ଅଧ୍ୟକ୍ଷ ନନ୍ଦ କିଶୋର ପରିଡା, ଡଃ. ସେକ ସମସୁର, ପ୍ରଫେସର ବିନ୍ଦୁମିତ୍ର ବଳ, ପ୍ରାକ୍ତନ ପ୍ରାଧ୍ୟାପକ ଦୁର୍ଯେ୍ୟାଧନ ପରିଡା, ପଟ୍ଟାମୁଣ୍ଡାଇ କଲେଜର ପ୍ରାକ୍ତନ ଅଧ୍ୟକ୍ଷ ଦେବେନ୍ଦ୍ର ପ୍ରଧାନଙ୍କ ସମେତ କଲେଜର ସମସ୍ତ ଅଧ୍ୟାପକ, ଅଧ୍ୟାପିକାମାନେ ଯୋଗଦେଇଥିଲେ । ଲେଫ୍ଟନାଂଟ ସୀମା ମହାନ୍ତି କର୍ମଶାଳାକୁ ସଂଚାଳନ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ବାଜିରାଉତ କଲେଜରେ ଛାତ୍ରଛାତ୍ରୀଙ୍କୁ ଟୀକାକରଣ

ଭୁବନ,୧୦/୧/୨୦୨୨ (ଓଡ଼ିଶା ସମାଚାର)- ଭୁବନ  ବାଜିରାଉତ ସ୍ମୃତି ମହାବିଦ୍ୟାଳୟରେ ୧୫ ରୁ ୧୮ ବର୍ଷ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ଟୀକାକରଣ କାର୍ଯ୍ୟକ୍ରମ …

Leave a Reply

Your email address will not be published. Required fields are marked *