Wednesday , January 19 2022
Breaking News
Home / ବିଶେଷ / ଆଗାମୀ ପୌର ନିର୍ବାଚନକୁ ନେଇ କେନ୍ଦ୍ରାପଡାରେ ଚା ଖଟିରେ ଚର୍ଚ୍ଚା

ଆଗାମୀ ପୌର ନିର୍ବାଚନକୁ ନେଇ କେନ୍ଦ୍ରାପଡାରେ ଚା ଖଟିରେ ଚର୍ଚ୍ଚା

କେନ୍ଦ୍ରାପଡ଼ା, ୩୦/୧୧/୨୦୨୧(ଓଡ଼ିଶା ସମାଚାର)- ଆଗାମୀ  ପୌର ନିର୍ବାଚନକୁ ନେଇ କେନ୍ଦ୍ରାପଡାର ବିଭିନ୍ନ ଚାହା ଖଟିରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । କେନ୍ଦ୍ରାପଡା ସହରର ବିଭିନ୍ନ ଚାହା ଖଟିରେ ଭିନ୍ନ ଭିନ୍ନ ଦଳର ନେତାମାନେ ପହଂଚି ଏହି ପୌର ନିର୍ବାଚନକୁ ନେଇ ଜୋରଦାର ଚର୍ଚ୍ଚା ଆରମ୍ଭ କରିଥିବା ଦେଖିବାକୁ ମିଳିଛି । କେନ୍ଦ୍ରାପଡା ପୌରସଂସ୍ଥା ନିମନ୍ତେ ନିର୍ବାଚନୀ ବିଗୁଲ ବାଜିବା ପରେ ଦଳୀୟ କର୍ମୀମାନେ ତତ୍ପର ହୋଇ ଉଠିଥିବା ଦେଖାଯାଇଛି । ଦଳର କେତେକ ଟିକଟେ ଆଶାୟୀ ଏହି ଚାହା ଖଟିର ଚର୍ଚ୍ଚାରେ ଯୋଗଦେଇ ଦଳୀୟ ନେତାମାନଙ୍କୁ  ଟିକେଟ ପାଇବା ନେଇ ଫୁସୁଲାଉଥିବା ଦେଖିବାକୁ ମିଳିଛି । କିନ୍ତୁ ଟିକେଟ ଆଶାୟୀମାନେ ବୁଝିବା ଆବଶ୍ୟକ ଯେ ସେମାନଙ୍କ ଦଳ ପ୍ରତି ଥିବା ଆନୁଗତ୍ୟକୁ ନେଇ ସେମାନଙ୍କୁ ଦଳୀୟ ଟିକେଟ ମିଳିବା ନମିଳିବା ନିର୍ଭର କରିବ । ସେହିପରି ସୋମବାର ସକାଳେ ମଧ୍ୟ କେନ୍ଦ୍ରାପଡା ସହରର ବିଭିନ୍ନ ଚାହା ଖଟିରେ ଆଗାମୀ ପୌରନିର୍ବାଚନ ପାଇଁ ଟିକେଟ ଆଶାୟୀ ଥିବା ବହୁ ଦଳୀୟ କର୍ମୀ ପହଂଚି ସେମାନଙ୍କ ଟିକେଟ ପାଇବାକୁ ନେଇ ଲବି ଆରମ୍ଭ କରିଥିବା ଦେଖିବାକୁ ମିଳିଥିଲା । ରାଜନୈତିକ ଦୃଷ୍ଟିକୋଣରୁ କେନ୍ଦ୍ରାପଡା ଏକ ସଂବେଦନଶୀଳ ଅଂଚଳ ହୋଇଥିବା ବେଳେ ଭିନ୍ନ ଭିନ୍ନ ରାଜନୈତିକ ଦଳର କର୍ମୀମାନେ ଏବେଠାରୁ କସରତ ଆରମ୍ଭ କରିଦେଇଥିବା ଦେଖିବାକୁ ମିଳିଛି । ପୌରସଂସ୍ଥାର ଅଧ୍ୟକ୍ଷ ପଦ ନିମନ୍ତେ ସରକାରୀ ବିଜେଡି ଦଳର ୧୦ରୁ ଉଦ୍ଧ୍ୱର୍ ପ୍ରାର୍ଥୀ ହେବାକୁ ମନବଳାଇଥିବା ବେଳେ କଂଗ୍ରେସ ଦଳରୁ ୫ଜଣ ଓ ବିଜେପିରୁ ୪ଜଣ ପ୍ରାର୍ଥୀ ବାହାରିଥିବା ଆଲୋଚନା ହେଉଛି । ସେହିପରି କେତେକ ସ୍ୱାଧୀନ ପ୍ରାର୍ଥୀ ମଧ୍ୟ ଏଥିନିମନ୍ତେ ମନ ବଳାଇଥିବା ଶୁଣାଯାଉଛି । ପୌର ନିର୍ବାଚନ ପାଇଁ ଚୂଡାନ୍ତ  ସଂରକ୍ଷଣ ତାଲିକା ପ୍ରକାଶ ପାଇନଥିବା ବେଳେ ବିଭିନ୍ନ ଦଳର ବ୍ୟକ୍ତିବିଶେଷ ଆଜହୁଁ ଟିକେଟ ପାଇବା ପାଇଁ ଲବି ଆରମ୍ଭ କରିଦେଇଥିବା ସାଧାରଣରେ ଆଶ୍ଚର୍ଯ୍ୟ ଚକିତ କରିଛି । ଓଡ଼ିଶା ସମାଚାର

About admin

Check Also

ସମାଜକୁ ମାନବିକତାର ପରିଚୟ ଦେଲେ ଜଣେ ଚା ବ୍ୟବସାୟୀ

ଧର୍ମଶାଳା, ୧୮/୧/୨୦୨୨ (ଓଡ଼ିଶା ସମାଚାର)- ୭ ହଜାର ଟଙ୍କା ସହିତ କାଗଜପତ୍ର ଓ ମନିପର୍ସ ଫେରାଇ ଚର୍ଚ୍ଚାରେ ଜଣେ ଚା …

Leave a Reply

Your email address will not be published. Required fields are marked *