କଟକ ସଦର, ୨୯/୧୧/୨୦୨୧(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା):କଟକ ସଦର ବ୍ଲକ ଅନ୍ତର୍ଗତ ଵାରଦା ଗ୍ରାମ ପଞ୍ଚାୟତର ଚାଞ୍ଚପଡା ଗ୍ରାମକୁ ସରକାରୀ ଭାଵେ ଆଦର୍ଶ ଗ୍ରାମର ମାନ୍ୟତା ମିଳିଛି। ଏଥିପାଇଁ ଆଜି ସୋମବାର ସଦର ଵିଧାୟକ ଚନ୍ଦ୍ର ସାରଥି ବେହେରାଙ୍କ ଆହ୍ୱାନ କ୍ରମେ ସରପଞ୍ଚ ରମେଶ ଚନ୍ଦ୍ର ସାହୁଙ୍କ ପୈ।ରୋହିତ୍ୟରେ ଆୟୋଜିତ ସଭାରେ ପିଇଓ ଅଜୟ କୁମାର ସ୍ୱାଇଁ,ଜିଆରଏସ୍, ସମିତି ସଭ୍ୟା ମନିଷା ଲେଙ୍କା ଯୋଗ ଦେଇ ଆଦର୍ଶ ଗ୍ରାମ ସମ୍ପର୍କରେ ସୂଚନା ଦେଇଥିଲେ। କାର୍ଯ୍ୟକ୍ରମ ପରିଚାଳନା ରେ ରାକେଶ ଜେନା,ଵଳରାମ ମଲ୍ଲିକ,ମାନସ ରାଏ, ଆନନ୍ଦ ମହାନ୍ତି ପ୍ରମୁଖ ସହାୟତା କରିଥିଲେ। ଓଡ଼ିଶା ସମାଚାର