Wednesday , May 31 2023
Home / ବିଶେଷ / ଶ୍ରମିକ ମାନଙ୍କ ସମସ୍ୟା କୁ ନେଇ   ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟ ରେ  ଧର୍ମଗଡ ବିଡ଼ିଓ ଙ୍କୁ ୪ ଦଫା  ଦାବି ପତ୍ର ପ୍ରଦାନ

ଶ୍ରମିକ ମାନଙ୍କ ସମସ୍ୟା କୁ ନେଇ   ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟ ରେ  ଧର୍ମଗଡ ବିଡ଼ିଓ ଙ୍କୁ ୪ ଦଫା  ଦାବି ପତ୍ର ପ୍ରଦାନ

କଳାହାଣ୍ଡି ,୨୯/୧୧/୨୦୨୧(ଓଡ଼ିଶା ସମାଚାର /ସଂଜୟ ସିଂହ)- କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଠାରେ ଆଜି ଶ୍ରମିକ ମାନଙ୍କ ବିଭିନ୍ନ ସମସ୍ୟା କୁ ନେଇ  ମୁଖ୍ୟ ମନ୍ତ୍ରୀ ଙ୍କ ଉଦେଶ୍ୟ ରେ ଧର୍ମଗଡ଼ ବିଡିଓ ଙ୍କୁ ଏକ  ୪ ଦଫା  ଦାବିପତ୍ର ପ୍ରଦାନ କରାଯାଇଛି  । ରାଜ୍ୟର ବିଭିନ୍ନ ସ୍ଥାନରେ କାର୍ଯ୍ୟରତ ବିଡ଼ି ଶ୍ରମିକ, କୃଷି ଶ୍ରମିକ,  ନିର୍ମାଣ ଶ୍ରମିକ, ଅଙ୍ଗନୱାଡ଼ି , ଆଶା, ଘରୋଇ ସେବୀକା , ମୋଟର ଚାଳକ,   ଉଠାଦୋକାନୀ , ଠିକା କାର୍ମଚାରି  ଓ  ଅନ୍ୟାନ୍ୟ  ଅସଙ୍ଗଠିତ  କ୍ଷେତ୍ରର ଲକ୍ଷ ଲକ୍ଷ  ଶ୍ରମିକ ମାନଙ୍କ ସମ୍ମୁଖୀନ ହେଉଥିବା  ସମସ୍ୟା ଉପରେ  ଆଲୋଚନା କରାଯାଇଥିବା ବେଳେ  ଏହାର ଆସୁ ସମାଧାନ ନିମନ୍ତେ  ନିର୍ମାଣ ଶ୍ରମିକ ମାନଙ୍କ ଭଳି   ସମସ୍ତ ଅଣ ସଂଗଠିତ  ଶ୍ରମିକ ମାନଙ୍କ  ସହାୟତା ପ୍ରଦାନ  ସକାଶେ  ସରକାର ଙ୍କଠାରେ  ଦାବି ଉପସ୍ଥାପନା କରାଯାଇଥିଲା । ସେମାନଙ୍କ ପ୍ରମୁଖ ଦାବି ଗୁଡିକ ହେଲା , ରାଜ୍ୟର ଅସଂଗଠିତ  କ୍ଷେତ୍ରର ଶ୍ରମିକ ମାନଙ୍କୁ ପରିଚୟପତ୍ର  ପ୍ରଦାନ କରାଯିବା ସହ  ସରକାରଙ୍କ  ଦ୍ୱାରା ଗଠିତ  ଓଡ଼ିଶା  ଅଣ ସଂରକ୍ଷିତ ଶ୍ରମିକ   ସାମାଜିକ ସୁରକ୍ଷା ବୋର୍ଡ  କୁ ଯଥେଷ୍ଟ  ସରକାରୀ ପାଣ୍ଠି ଯୋଗାଇ ଦିଆଯାଉ । ସମସ୍ତ ଶ୍ରମିକ ମାନଙ୍କ  ଚିକିତ୍ସା ନିମନ୍ତେ  ବିଜୁ ସ୍ୱାସ୍ଥ୍ୟ ଯୋଜନା  ବା ଆୟୁଷମାନ ଭାରତ ଯୋଜନା  ଅନୁଯାୟୀ ସ୍ମାର୍ଟକାର୍ଡ  ଯୋଗାଇ ଦିଆଯାଉ , ପ୍ରବାସୀ ଶ୍ରମିକ ମାନଙ୍କୁ ପଞ୍ଜିକରଣ କରାଯାଇ  ପରିଚୟ ସହ ରେଶନ କାର୍ଡ ଯୋଗାଇ ଦିଆଯାଉ  ।ସମସ୍ତ ଆଶା ,ଅଙ୍ଗନୱାଡ଼ି  କର୍ମୀ ମାନଙ୍କୁ ସରକାରୀ ମାନ୍ୟତା ପ୍ରଦାନ କରାଯାଉ ଓ  ରାଜ୍ୟ ର ଶ୍ରମ ବିଭାଗ ରେ  ଖାଲିପଡିଥିବା  ସମସ୍ତ ପଦବୀ ପୂରଣ ସହିତ  ନୂତନ ନିଯୁକ୍ତି ଦିଆଯାଉ ବୋଲି   ଦାବି କରିଥିଲେ ।    ଧର୍ମଗଡ଼ ବ୍ଲକ ସଭାପତି ସମ୍ୟ ରଞ୍ଜନ ନାଏକ ଙ୍କ ନେତୃତ୍ୱରେ  ଏକ ବିରାଟ ଶୋଭା ଯାତ୍ରା ଧର୍ମଗଡ଼  ଚାରିଛକ ଠାରୁ ବାହାରି   ବିଭିନ୍ନ  ସ୍ଲୋଗାନ ଦେଇ  ଧର୍ମଗଡ଼ ବିଡିଓ ଶରତ କୁମାର ସେଠୀ ଙ୍କୁ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ଏକ  ଦାବି ପତ୍ର ପ୍ରଦାନ କରାଯାଇ ଥିଲା ।ଓଡିଶା ସମାଚାର

Leave a Reply

Your email address will not be published.