Wednesday , January 26 2022
Breaking News
Home / ଶିକ୍ଷା / ମହିଳା ମହାବିଦ୍ୟାଳୟରେ ଏନସିସି ଦିବସ ପାଳିତ

ମହିଳା ମହାବିଦ୍ୟାଳୟରେ ଏନସିସି ଦିବସ ପାଳିତ

ଭୁବନ ୨୯/୧୧/୨୦୨୧(ଓଡ଼ିଶା ସମାଚାର)-ଭୁବନ ଯୁକ୍ତତିନି ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ଏନସିସି ଦିବସ ପାଳିତ ହୋଇଯାଇଛି । କେୟାରଟେକର ଶାନ୍ତନୁ ଦାଶ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଉତ୍ସବରେ ଏକ ସ୍ୱତନ୍ତ୍ର ପ୍ୟାରେଡ ଅନୁଷ୍ଠିତ କରାଯାଇ କ୍ୟାଡେଟ ମାନଙ୍କ ମଧ୍ୟରେ ସାଧାରଣଜ୍ଞାନ,ବକ୍ତୃତା ପ୍ରତିଯୋଗିତା କରାଯାଇଥିଲା । ପୁରସ୍କାର ବିତରଣ ଉତ୍ସବରେ ବିଶିଷ୍ଟ ସମାଜସେବୀ କାଳନ୍ଦି କୁଅଁର ମୁଖ୍ୟ ଅତିଥି ଭାବେ ଯୋଗଦେଇ କୃତୀ ପ୍ରତିଯୋଗୀ ଦେବସ୍ମିତା ସାହୁ,ଶୁଭଲକ୍ଷ୍ମୀ ସାହୁ,ରିତୀକା ସାମଲ,ରଶ୍ମିରେଖା ବେହେରା,ଶୁଭ୍ରସ୍ୱପ୍ନା ସେଠୀ ପ୍ରମୁଖଙ୍କୁ ପୁରସ୍କୃତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଡୋମେନଷ୍ଟ୍ରେଟର ଅମ୍ବୁଜ ସାହୁ,ଖେଳ ଶିକ୍ଷକ ଗଦାଧର ସାହୁ ପରିଚାଳନାକରିଥିଲେ । ଓଡ଼ିଶା ସମାଚାର

About admin

Check Also

କେନ୍ଦ୍ରାପଡା ମହାବିଦ୍ୟାଳୟକୁ ତମାଖୁ ମୁକ୍ତ କରିବାକୁ ଶପଥ ପାଠ

କେନ୍ଦ୍ରାପଡା,୧୯/୧/୨୦୨୨(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ତମାଖୁ ମୁକ୍ତ ଶିକ୍ଷାନୁଷ୍ଠାନ କାର୍ଯ୍ୟକ୍ରମର ଶୁଭ ଉଦଘାଟନ ହୋଇଯାଇଛି । ଜିଲ୍ଲା ସ୍ୱାସ୍ଥ୍ୟ …

Leave a Reply

Your email address will not be published. Required fields are marked *