Thursday , January 20 2022
Breaking News
Home / ଶିକ୍ଷା / ବୟସ ଜାଲିଆତି କରି ଶିକ୍ଷୟିତ୍ରୀ ଚାକିରୀ କରିଥିବା ନେଇ ଜିଲ୍ଲାପାଳଙ୍କୁ ଅଭିଯୋଗ

ବୟସ ଜାଲିଆତି କରି ଶିକ୍ଷୟିତ୍ରୀ ଚାକିରୀ କରିଥିବା ନେଇ ଜିଲ୍ଲାପାଳଙ୍କୁ ଅଭିଯୋଗ

କେନ୍ଦ୍ରାପଡ଼ା, ୨୯/୧୧/୨୦୨୧(ଓଡ଼ିଶା ସମାଚାର)- ଜନୈକ ଶିକ୍ଷୟିତ୍ରୀ ନିଜ ବୟସକୁ ଜାଲିଆତି କରି ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ବନ୍ଧକଟା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଚାକିରି କରିଥିବା ନେଇ  ସୋମବାର କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ନିକଟରେ ସୁଧାଂଶୁ ନାୟକ ଅଭିଯୋଗ କରିଛନ୍ତି । ସେହି ଶିକ୍ଷୟିତ୍ରୀ ଜଣକ ହେଉଛନ୍ତି ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ବଛରାଇ ଗ୍ରାମର ଲତିକା କୁମାରୀ ନାୟକ । ସେ ଗତ୧୯୯୩ ମସିହା ଠାରୁ ସରକାରୀ ଚାକିରୀରେ ଥିବା ବେଳେ ତାଙ୍କ ଜନ୍ମ ପ୍ରମାଣପତ୍ରରେ ୧୯୫୨ ମସିହା ବୋଲି ଉଲ୍ଲେଖ ରହିଥିବା ଅଭିଯୋଗକାରୀ କହିଛନ୍ତି । ବର୍ତମାନ ତାଙ୍କର ପ୍ରକୃତ ବୟସ ହେଉଛି  ୭୦ବର୍ଷ  । ମାର୍ଶଘାଇ ସରକାରୀ ଉଚ୍ଚ ବିଦ୍ୟାଳୟରେ ସେ ଗତ ୧୯୬୮ ମସିହା ପର୍ଯ୍ୟନ୍ତ ପଢୁଥିବାର ପ୍ରମାଣପତ୍ର ରହିଛି । କିନ୍ତୁ  ତାଙ୍କ ନାମ ଲତିକା କୁମାରୀ ଦେଇ ବୋଲି ସ୍କୁଲ ରେକର୍ଡରେ ଉଲ୍ଲେଖ ରହିଛି । ହେଲେ ଏବେ ସେ ଜାଲିଆତି କରି ନିଜ ନାମ ଲତିକା କୁମାରୀ ନାୟକ କରି ଦେଇଥିବା ଅଭିଯୋଗ ହୋଇଛି । ୧୯୮୨ ମସିହାରେ ବଛରାଇ ପଂଚାୟତ ଉଚ୍ଚ ବିଦ୍ୟାଳୟ ସେ ଦଶମ ଶ୍ରେଣୀ ପରୀକ୍ଷା ଦେବାର ପ୍ରମାଣ ରହିଛି । ୧୯୮୨ ମସିହା ବେଳକୁ ତାଙ୍କ ସାନ ପୁଅର ବୟସ ୭ ବର୍ଷ ଓ ବଡ଼ ପୁଅର ବୟସ ୭ବର୍ଷରୁ ଅଧିକ ରହିଛି । ତେଣୁ ତାଙ୍କ ନିଜ ବୟସ ବର୍ତମାନ କିପରି ୬୯ବର୍ଷ  ରହିଛି ତାହା ସନ୍ଦେହ ସୃଷ୍ଟି କରିଛି । ସରକାରୀ ଆଇନ ଅନୁଯାଇ ଜଣେ ସରକାରୀ ଚାକିରୀ କରୁଥିବା ବେଳେ ବିବାହ ପରେ ତାଙ୍କ ସ୍ୱାମୀଙ୍କ ନାମ ଓ ବିବାହ ପ୍ରମାଣପତ୍ର ଦାଖଲ କରିବାର ନିୟମ ରହିଛି । କିନ୍ତୁ ବର୍ତମାନ ସେ ଅବସର ନେବାର ସମୟ ହୋଇଥିବା ବେଳେ ମାର୍ଶାଘାଇ ବ୍ଲକ ଶିକ୍ଷା ଅଧିକାରୀ ଓ କେନ୍ଦ୍ରାପଡ଼ା ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ପାଖରେ ସେ ସମ୍ପର୍କିତ କୌଣସି ପ୍ରମାଣପତ୍ର ନଥିବା ଅତ୍ୟନ୍ତ ଘଟଣାକୁ ରହସ୍ୟମୟ କରିଦେଇଛି । ଗତ ୫ ବର୍ଷ ହେବ ତାଙ୍କ ସମ୍ପର୍କରେ ମାର୍ଶାଘାଇ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟକୁ ସୂଚନା ଅଧିକାର ଆଇନ୍ ବଳରେ ତଥ୍ୟ ମାଗିଲେ ମଧ୍ୟ କୈାଣସି ତଥ୍ୟ ମିଳୁନଥିବା ଅଭିଯୋଗ ହୋଇଛି । ତେଣୁ ଜାଲିଆତି ହୋଇଥିବା ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି ବୋଲି ଅଭିଯୋଗକାରୀ କହିଛନ୍ତି । ଏହାଦ୍ୱାରା ଗତ ୧୦ ବର୍ଷ ଧରି ଲତିକା କୁମାରୀ ସରକାରଙ୍କୁ ଭୁଲ ତଥ୍ୟ ଦେଇ ସରକାରୀ ଅର୍ଥ ଦରମା ଆକାରରେ ନେଇ ଚାଲିଛନ୍ତି ବୋଲି ଅଭିଯୋଗକାରୀ କହିଛନ୍ତି । ଯେତେବେଳେ କି ସେ କେବଳ ପେନସନ ପାଇବା କଥା ସେତେବେଳେ ସେ କିଭଳି ଦରମା ପାଉଛନ୍ତି ବୋଲି ଅଭିଯୋଗକାରୀ ପ୍ରଶ୍ନ କରିଛନ୍ତି । ଏହି ସମୟ ମଧ୍ୟରେ ସେ କୋଟିଏରୁ ଅଧିକ ଅର୍ଥ ଦରମା ଆକାରରେ ନେଇ ସାରିଲେଣି । ତେଣୁ ଏଭଳି ଜଘନ୍ୟ ଭାବେ ସରକାରଙ୍କୁ ଠକିଥିବା ଶିକ୍ଷୟିତ୍ରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ସେ ନେଇଥିବା ଅର୍ଥ ତାଙ୍କ ପେନସନ ଓ ଗ୍ରାଚୁ୍ୟଇଟି ଅର୍ଥରୁ କଟାଯାଉ ବୋଲି ଅଭିଯୋଗକାରୀ ସୁଧାଂଶୁ ନାୟକ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ମହିଳା ମହାବିଦ୍ୟାଳୟରେ ଏନଏସଏସ ର ଶୀତକାଳୀନ ଶିବିର ଉଦଯାପିତ

ଭୁବନ,୧୦/୧/୨୦୨୨ (ଓଡ଼ିଶା ସମାଚାର)- ଭୁବନ ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ଜାତୀୟସେବା ଯୋଜନା (ଏନଏସଏସ ) ଆନୁକୂଲ୍ୟରେ ଗତ ୨ ତାରିଖ …

Leave a Reply

Your email address will not be published. Required fields are marked *