Saturday , November 26 2022
Breaking News
Home / ତାଜା ଖବର / ବିଦ୍ୟୁତ ଖୁଣ୍ଟରେ ପିଟିହୋଇ ବାଇକ ଚାଳକ ମୃତ

ବିଦ୍ୟୁତ ଖୁଣ୍ଟରେ ପିଟିହୋଇ ବାଇକ ଚାଳକ ମୃତ

ଭୁବନ,୨୯/୧୧/୨୦୨୧(ଓଡ଼ିଶା ସମାଚାର)- ଆଜି ସକାଳ ୮ ଘଟିକା ସମୟରେ ଜଣେ ବାଇକ ଚାଳକ ଭାରସାମ୍ୟ ହରାଇ ବିଦ୍ୟୁତ ଖୁଣ୍ଟରେ ପିଟିହୋଇ ମୃତ୍ୟୁବରଣ କରିଛନ୍ତି । ପ୍ରାପ୍ତ ଖବରରୁ ପ୍ରକାଶ ଯେ,ଗଁନ୍ଦିଆ ଥାନା ଯୋରନ୍ଧା ଫାଣ୍ଡି ଅନ୍ତର୍ଗତ ଚିରୁଳେଇ ଗ୍ରାମର ଅଲେଖ ସାହୁ ଙ୍କ ପୁଅ ଅନ୍ତର୍ଯ୍ୟାମୀ ସାହୁ (୪୫) ଆଜି ସକାଳେ ଭୁବନ ବ୍ଲକ ଅନ୍ତର୍ଗତ ମହୁଲପାଳ ଗ୍ରାମକୁ ଯାଇ ବାଇକରେ ଫେରୁଥିବାବେଳେ କଣପାଳ ନିକଟସ୍ଥ ସ୍ୱପ୍ନେଶ୍ୱର ମନ୍ଦିର ନିକଟରେ ନିଜର ଭାରସାମ୍ୟ ହରାଇ ଏକ ବିଦ୍ୟୁତ ଖୁଣ୍ଟରେ ପିଟିହୋଇ ଛିଟିକି ପଡିଥିଲେ । ଏ ସଂପର୍କରେ ଖବର ପାଇ ଅଗ୍ନିଶମ ସଂସ୍ଥା କର୍ମଚାରୀ ତାଙ୍କୁ ଉଦ୍ଧାରକରି ଭୁବନ ଡାକ୍ତରଖାନାରେ ଭର୍ତି କରିଥିଲେ । ମୁଣ୍ଡରେ ଶକ୍ତ ଆଘାତ ଓ ପ୍ରଚୁର ରକ୍ତଶ୍ରାବ ଯୋଗୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ମୃତକ ଅନ୍ତର୍ଯ୍ୟାମୀ ଢେଙ୍କାନାଳସ୍ଥିତ ଇ-ଟେକ କଲେଜରେ କାମକରୁଥିଲେ ଓ ସେ ଆଡମିଶନ ପାଇଁ ଛାତ୍ରଛାତ୍ରୀ ଯୋଗାଡ କରିବାକୁ ଆସିଥିଲେ ବୋଲି ଜଣାପଡିଛି । ଓଡ଼ିଶା ସମାଚାର

Leave a Reply

Your email address will not be published.