Wednesday , May 31 2023
Home / ବିଶେଷ / ଡାଇମଣ୍ଡ ଜୁବୁଲି ଲାଇବ୍ରେରୀ ସଭାପତି ସଚ୍ଚିଦାନନ୍ଦଙ୍କ ବିୟୋଗରେ ଶୋକସଭା

ଡାଇମଣ୍ଡ ଜୁବୁଲି ଲାଇବ୍ରେରୀ ସଭାପତି ସଚ୍ଚିଦାନନ୍ଦଙ୍କ ବିୟୋଗରେ ଶୋକସଭା

କେନ୍ଦ୍ରାପଡ଼ା, ୨୯/୧୧/୨୦୨୧(ଓଡ଼ିଶା ସମାଚାର)- ୧୮୯୭ମସିହାରେ ପ୍ରତିଷ୍ଠିତ ହୋଇଥିବା କେନ୍ଦ୍ରାପଡା ସହରର ପୁରୁଣା ବସଷ୍ଟାଣ୍ଡସ୍ଥିତ ଡାଇମଣ୍ଡ ଜୁବୁଲି ପବ୍ଲିକ ଲାଇବ୍ରେରୀର ସଭାପତି ତଥା ବିଶିଷ୍ଟ ଆଇନଜୀବୀ ସଚ୍ଚିଦାନନ୍ଦ ମହାନ୍ତିଙ୍କ ବିୟୋଗରେ ଏକ ଶୋକସଭା ଲାଇବ୍ରେରୀ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ବରିଷ୍ଠ ଆଇନଜୀବୀ ଉମେଶ ଚନ୍ଦ୍ର ସିଂହଙ୍କ ସଭାପତିତ୍ୱ ଏକ ଶୋକ ସଭା  ଅନୁଷ୍ଠିତ ହୋଇଥିଲା । ସ୍ୱର୍ଗତ ମହାନ୍ତି ଦୀର୍ଘ ୫୦ବର୍ଷରୁ ଉଦ୍ଧ୍ୱର୍ ହେବ ପାଠାଗାରର ସଭାପତି ଭାବେ ଏହି ଅନୁଷ୍ଠାନର ଅନେକ ଉନ୍ନତି ମୂଳକ କାର୍ଯ୍ୟ କରିଛନ୍ତିବୋଲି ବକ୍ତାମାନେ କହିଥିଲେ । ଏହି ଶୋକସଭାରେ ଅନ୍ୟମାନଙ୍କ ମଧ୍ୟରେ ଆଇନଜୀବୀ ସରୋଜରାଜ ସିଂ, ଅବସରପ୍ରାପ୍ତ ଶିକ୍ଷକ ଗୋଲଖ ସାହୁ, ଆଇନଜୀବୀ ବୈଦ୍ୟନାଥ ଚାଟାର୍ଜୀ, ଆଶିଷ ସେନାପତି ପ୍ରମୁଖ ଯୋଗଦେଇ ତାଙ୍କ ଗୁଣାବଳୀ ସମ୍ପର୍କରେ ଆଲୋକପାତ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ପାଠାଗାରରେ ଖୁବଶୀଘ୍ର ସ୍ୱର୍ଗତ ମହାନ୍ତିଙ୍କ ଏକ ଫଟୋଚିତ୍ର ଉନ୍ମୋଚନ କରାଯିବ ବୋଲି ସଭାରେ ନିଷ୍ପତି ହୋଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published.