Tuesday , May 30 2023
Breaking News
Home / ବିଶେଷ / ଚାଷୀ ତୁରନ୍ତ ଧାନ କାଟି ଆଣିବାକୁ ସ୍ବତନ୍ତ୍ର ରିଲିଫ୍ କମିସନର ଙ୍କ ପରାମର୍ଶ

ଚାଷୀ ତୁରନ୍ତ ଧାନ କାଟି ଆଣିବାକୁ ସ୍ବତନ୍ତ୍ର ରିଲିଫ୍ କମିସନର ଙ୍କ ପରାମର୍ଶ

ଭୁବନେଶ୍ୱର ,୨୯/୧୧/୨୦୨୧(ଓଡ଼ିଶା ସମାଚାର)-ରାଜ୍ୟରେ ସମ୍ଭାବ୍ୟ ଲଘୁଚାପ ବର୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସତର୍କ ସୂଚନା ଜାରି କରିଛନ୍ତି । ଚାଷୀ ତୁରନ୍ତ ଧାନ କାଟି ଆଣିବାକୁ ସ୍ବତନ୍ତ୍ର ରିଲିଫ୍ କମିସନର ପ୍ରଦୀପ ଜେନା ପରାମର୍ଶ ଦେଇଛନ୍ତି । ଏହା ସହିତ ସମୁଦ୍ର ମଧ୍ୟକୁ ନଯିବା ପାଇଁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି । ସମ୍ଭାବ୍ୟ ଲଘୁଚାପ ବର୍ଷାକୁ ଦୃଷ୍ଟି ରେ ରଖି ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ଏସ୍ଆରସି ନିର୍ଦେଶ ଦେଇଛନ୍ତି ।
ଧାନକଟା ସମୟ ଚାଲିଥିବାରୁ ବର୍ତ୍ତମାନ ଜମିରେ ଧାନ ସବୁ ପଡିରହିଛି ଏବଂ କଟା ମଧ୍ୟ ଜାରି ରହିଛି । ଆସନ୍ତାକାଲି ଲଘୁଚାପ ସୃଷ୍ଟି ହେଲେ ଆସନ୍ତା ୩ ଏବଂ ୪ ତାରିଖରେ ବର୍ଷା ହେବ । ତେଣୁ ଏହା ପୂର୍ବରୁ ଚାଷୀମାନେ ସେମାନଙ୍କ ଜମିରୁ ଧାନ କାଟିଆଣିବାକୁ ରାଜ୍ୟର ଚାଷୀମାନଙ୍କୁ ଏସ୍ଆରସି ପରାମର୍ଶ ଦେଇଛନ୍ତି ।
ପାଣିପାଗ ବିଭାଗ ପକ୍ଷରୁ ସମ୍ଭାବ୍ୟ ଲଘୁଚାପ ବର୍ଷାକୁ ନେଇ ପୂର୍ବରୁ ସତର୍କ ସୂଚନା ଜାରି କରାଯାଇଛି । ରାଜ୍ୟର ୮ଜିଲ୍ଲାରେ ବର୍ଷା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି । ଆସନ୍ତା ୩ ତାରିଖରୁ ୪ ତାରିଖ ଯାଏଁ କନ୍ଧମାଳ, ମାଲକାନାଗିରି, ଗଞ୍ଜାମ, ଗଜପତି, ପୁରୀ, କୋରାପୁଟ, ରାୟଗଡା ଏବଂ ଢେଙ୍କାନାଳ ଜିଲ୍ଲାରେ ଲଘୁଚାପ ପ୍ରଭାବରେ ବର୍ଷା ସମ୍ଭାବନା ଥିବାରୁ ସତର୍କ ସୂଚନା ଜାରି କରାଯାଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published.