Saturday , November 26 2022
Breaking News
Home / ବିଶେଷ / ଚତୁର୍ଥ ଗୀତାଞ୍ଜଳି ଏକ୍ସଲେନ୍ସ ସମ୍ମାନ-୨୦୨୧ – ସମ୍ବର୍ଦ୍ଧିତ ହେଲେ ୨୫ଜଣ ପ୍ରତିଭା

ଚତୁର୍ଥ ଗୀତାଞ୍ଜଳି ଏକ୍ସଲେନ୍ସ ସମ୍ମାନ-୨୦୨୧ – ସମ୍ବର୍ଦ୍ଧିତ ହେଲେ ୨୫ଜଣ ପ୍ରତିଭା

ଭୁବନେଶ୍ୱର ,୨୯/୧୧/୨୦୨୧(ଓଡ଼ିଶା ସମାଚାର)-ଗୀତାଞ୍ଜଳି ଇଣ୍ଡିଆ ଫାଉଣ୍ଡେସନ ଟ୍ରଷ୍ଟ ତରଫରୁ ସ୍ଥାନୀୟ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରଠାରେ ଚତୁର୍ଥ ଗୀତାଞ୍ଜଳି ଏକ୍ସେଲେନ୍ସ ଆୱାର୍ଡ଼-୨୦୨୧ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ବିଧାନସଭାର ମାନ୍ୟବର ବାଚସ୍ପତି ଶ୍ରୀଯୁକ୍ତ ସୂର୍ଯର୍୍ୟନାରାୟଣ ପାତ୍ର ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ସହିତ ଫାଉଣ୍ଡେସନର ଏତାଦୃଶ ପଦକ୍ଷେପକୁ ଭୂୟସୀ ପ୍ରଶଂସା କରିଥିଲେ । ଆଜିର ଯୁବପିଢିମାନଙ୍କୁ ନିଜର ଦକ୍ଷତା ପାଇଁ ସମ୍ବର୍ଦ୍ଧିତ କରାଗଲେ ଆଗାମୀ ଦିନରେ ସାମାଜିକ କାର୍ଯ୍ୟ କରିବା ପାଇଁ ସେମାନଙ୍କ ମନରେ ଆଗ୍ରହ ସୃଷ୍ଟି ହେବ ବୋଲି ସେ ମତପୋଷଣ କରିଥିଲେ । ସମ୍ମାନିତ ଅତିଥି ଭାବେ କୃଷି ଓ ଉଚ୍ଚଶିକ୍ଷା ବିଭାଗର ମାନ୍ୟବର ମନ୍ତ୍ରୀ ଡ. ଅରୁଣ ସାହୁ ଯୋଗଦେଇ କହିଲେ ଯେ, ସ୍ୱେଚ୍ଛାସେବୀମାନଙ୍କୁ ଆମ ସମାଜ ସବୁବେଳେ ସମ୍ମାନ ଦେଇଆସିଛି । ମହାମାରୀ କରୋନା ସମୟରେ ସରକାରଙ୍କ ସହିତ ସ୍ୱେଚ୍ଛାସେବୀମାନେ ଯେଉଁଭଳି ଭାବରେ ନିଜ ଜୀବନକୁ ବାଜି ଲଗାଇ ଲୋକମାନଙ୍କୁ ସହଯୋଗର ହାତ ବଢାଇ, ସେମାନଙ୍କୁ ସହାୟତା ଯୋଗାଇଥିଲେ ଓ ସଚେତନ କରାଇଥିଲେ, ଏହା ହିଁ ତାର ଉଦାହଣ ବୋଲି ସେ ସୂଚନା ଦେଇଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଜୟଦେବ ବିଧାୟକ ଡ. ଅରବିନ୍ଦ ଢାଲୀ, ରାଜ୍ୟ ଭିନ୍ନକ୍ଷମ କମିଶନର ସୁଲୋଚନା ଦାସ, ଆୟକର ବିଭାଗର ପୂର୍ବତନ ପ୍ରନ୍ସିପାଲ କମିଶନର ଶରତ ଦାସ ଓ ଅନୁଷ୍ଠାନର ଉପଦେଷ୍ଟା ସୁଚିସ୍ମିତା ପୃଷ୍ଟି ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ ସମାଜରେ ଉଲ୍ଲେଖନୀୟ ଅବଦାନ ପାଇଁ ୨୫ଜଣ ପ୍ରତିଭାଙ୍କୁ ଅତିଥିମାନେ ଉତରୀୟ, ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅନୁଷ୍ଠାନର ଅଧ୍ୟକ୍ଷ ରଞ୍ଜନ କୁମାର ମହାପାତ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଟ୍ରଷ୍ଟି ତାପସ ରଞ୍ଜନ ମଲ୍ଲିକ ବାର୍ଷିକ ବିବରଣୀ ପାଠ କରିଥିଲେ । ଅନୁଷ୍ଠାନର ସଭ୍ୟ ବିଶ୍ୱଜିତ ସାମନ୍ତରାୟ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.