Wednesday , January 19 2022
Breaking News
Home / ବିଶେଷ / ଖୋର୍ଦ୍ଧା କୁଷ୍ଠାଶ୍ରମରେ ୪୬ ପରିବାରକୁ ସହଯୋଗ ତରଫରୁ କମଳ ଓ ମାସ୍କ ବଂଟନ

ଖୋର୍ଦ୍ଧା କୁଷ୍ଠାଶ୍ରମରେ ୪୬ ପରିବାରକୁ ସହଯୋଗ ତରଫରୁ କମଳ ଓ ମାସ୍କ ବଂଟନ

ନିରାକାରପୁର, ୨୯/୧୧/୨୦୨୧(ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ନିରାକାରପୁରସ୍ଥିତ ଅଣପଞ୍ଜୀକୃତ ସ୍ୱେଛାସେବୀ ଅନୁଷ୍ଠାନ ସହଯୋଗ ପରିବାର ତରଫରୁ ଖୋର୍ଦ୍ଧା ଗୋପବନ୍ଧୁ କୁଷ୍ଠାଶ୍ରମରେ ୪୬ଟି ପରିବାରକୁ କମଳ ଓ ମାସ୍କ ବଂଟନ କରାଯାଇଛି । ଏହି ଅନୁଷ୍ଠାନ ନିଜ ପରିବାର ମଧ୍ୟରୁ ଯଥା ସମ୍ଭବ ନିଜ ହାତପାଣ୍ଠିରୁ ଅର୍ଥ ସଂଗ୍ରହ କରି ପ୍ରତି ରବିବାର ଜାତୀୟ ରାଜପଥରେ ବୁଲୁଥିବା ପାଗଳ ଓ ଅସହାୟ ବ୍ୟକ୍ତିମାନଙ୍କୁ ଖାଦ୍ୟ ବଂଟନ କରୁଥିବାବେଳେ ବନ୍ୟା,ବାତ୍ୟା ଓ ଅଗ୍ନିକାଣ୍ଡ ବିପନ୍ନ ବ୍ୟକ୍ତିମାନଙ୍କୁ ଯତକିଞ୍ଜିତ ସାହାଯ୍ୟ ସହଯୋଗର ହାତ ବଢାଇ ଆସୁଛି । କୁଷ୍ଠାଶ୍ରମ କମଳ ଓ ମାସ୍କ ବଂଟନ କାର୍ଯ୍ୟକ୍ରମ ପାଇଁ ସହଯୋଗର ବରିଷ୍ଠ ଉପଦେଷ୍ଟା ଡ଼. ପୂର୍ଣ୍ଣଚନ୍ଦ୍ର ଦାଶ, ଆବାହକ ହିମାଂଶୁ ଭୂଷଣ ଚମ୍ପତିରାୟ, ସକ୍ରିୟ ସଭ୍ୟ ଶ୍ୟାମ ସୁନ୍ଦର ପଟ୍ଟନାୟକ , ରତ୍ନାକର ଜୟସିଂହ ସହାୟତା କରିଥିବାବେଳେ ସକ୍ରିୟ ସଭ୍ୟ ମାନସ ଚନ୍ଦ୍ର ପଟ୍ଟନାୟକ ଓ ଦାଶରଥୀ ବିଶୋଇ , ପ୍ରମୋଦ କର ପ୍ରମୁଖ ସହଯୋଗ କରିଥିଲେ । ସେହିପରି ସକ୍ରିୟ ସଭ୍ୟ ଦେବାଶିଷ ବିଶ୍ୱଭୂଷଣ ପାହାଡ଼ାସିଂହଙ୍କ ଜନ୍ମ ଦିବସ ଅବସରରେ ୧୬ନଂ ଜାତୀୟ ରାଜପଥରେ ବୁଲୁଥିବା ଅସହାୟ ବ୍ୟକ୍ତିମାନଙ୍କ ରନ୍ଧାଖାଦ୍ୟ ଓ କମଳ ବଂଟନ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ପ୍ରଣତୀ ବେହେରା ,ଦାଶରଥୀ ଶ୍ରୀଚନ୍ଦନ, ସ୍ୱାଗତିକା ପାହାଡ଼ାସିଂହ ଓ ସାଇଶ୍ରୀ ଅନୁରାଗ ସହଯୋଗ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ଆବାହକ ହିମାଂଶୁ ଭୂଷଣ ଚମ୍ପତିରାୟ ପରିଚାଳନା କରିଥିଲେ । ଓଡ଼ିଶା ସମାଚାର

About admin

Check Also

ସମାଜକୁ ମାନବିକତାର ପରିଚୟ ଦେଲେ ଜଣେ ଚା ବ୍ୟବସାୟୀ

ଧର୍ମଶାଳା, ୧୮/୧/୨୦୨୨ (ଓଡ଼ିଶା ସମାଚାର)- ୭ ହଜାର ଟଙ୍କା ସହିତ କାଗଜପତ୍ର ଓ ମନିପର୍ସ ଫେରାଇ ଚର୍ଚ୍ଚାରେ ଜଣେ ଚା …

Leave a Reply

Your email address will not be published. Required fields are marked *