Tuesday , December 6 2022
Home / ଶିକ୍ଷା / କଟକ ସଦର ଅଞ୍ଚଳର ତିନି ପ୍ରମୁଖ କଲେଜର ବରିଷ୍ଠ ଶିକ୍ଷାବିତମାନେ ହେଲେ ପରିଚାଳନା ସମିତି ସଭାପତି

କଟକ ସଦର ଅଞ୍ଚଳର ତିନି ପ୍ରମୁଖ କଲେଜର ବରିଷ୍ଠ ଶିକ୍ଷାବିତମାନେ ହେଲେ ପରିଚାଳନା ସମିତି ସଭାପତି

କଟକ ସଦର,୨୯/୧୧/୨୦୨୧(ଓଡ଼ିଶା ସମାଚାର/ଵିଷ୍ଣୁ ବେହେରା): କଲେଜ ମାନଙ୍କରେ ଶୈଖିକ ବ୍ୟବସ୍ଥାରେ ଉନ୍ନତି ଆଣିବାକୁ ଏବଂ ପ୍ରଶାସନିକ କାର୍ଯ୍ୟଭାର ଲାଘଵ ପାଇଁ ଉପଜିଲ୍ଲାପାଳଙ୍କ ଦାୟିତ୍ଵରେ ଥିଵା କଟକ ସଦର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ତଥା ସଦର ଉପଖଣ୍ଡ ଅଧିନସ୍ଥ ତିନୋଟି ପ୍ରମୁଖ କନ୍ଦରପୁର,କିଶନନଗର ଓ ନେମାଳ କଲେଜର ପରିଚାଳନା ସମିତି ସଭାପତି ପଦଵୀରୁ ଉପଜିଲ୍ଲାପାଳଙ୍କୁ ବଦଳାଯାଇ ବରିଷ୍ଠ ଶିକ୍ଷାବିତ ମାନଙ୍କୁ ଏହି ନୂତନ ଦାୟିତ୍ବ ଦିଆଯାଇଥିବା ଉଚ୍ଚଶିକ୍ଷା ବିଭାଗ ଵିmପ୍ତିରୁ ଜଣାପଡିଛି । ଏଥିରେ କନ୍ଦରପୁର କଲେଜ ସଭାପତି ଭାବେ ସମରେନ୍ଦ୍ର କେଶରୀ ଦେଓ ,କିଶନନଗର କଲେଜ ପାଇଁ ଚାରୁଵାଳା ପଣ୍ଡା ଓ ନେମାଳ କଲେଜ ପାଇଁ ଦିପ୍ତିରେଖା ପରିଡାଙ୍କ ନାଁ ପ୍ରକାଶ ପାଇଛି। କେଵଳ ୪୨ ମୈ।ଜାର ସୁଦର୍ଶନ ମହାବିଦ୍ୟାଳୟ ର ସଭାପତି ଙ୍କ ନାଁ ପ୍ରକାଶିତ ହୋଇନଥିବା ଜଣାପଡିଛି। ସୂଚନାଯୋଗ୍ୟ ଯେ ଉପଜିଲ୍ଲାପାଳ ଙ୍କ ସଭାପତି ଦାୟିତ୍ୱ ପୂର୍ବରୁ ବିଧାୟକମାନେ ଏହି ଦାୟିତ୍ବରେ ରହିଥିଲେ। ଆଗାମୀ ଦିନରେ ଏହି ବରିଷ୍ଠ ଶିକ୍ଷାବିତ ମାନଙ୍କ ପାଇଁ କଲେଜରେ କିଭଳି ଶିକ୍ଷା ବ୍ୟବସ୍ଥାର ସୁଧାର ଆସୁଛି ତାକୁ ଦେଖିଵାକୁ କେଵଳ ଵାକି ରହିଲା । ଓଡ଼ିଶା ସମାଚାର

Leave a Reply

Your email address will not be published.