ଭୁବନେଶ୍ୱର ,୨୯/୧୧/୨୦୨୧(ଓଡ଼ିଶା ସମାଚାର)- ଅଙ୍ଗନୱାଡ଼ି କର୍ମୀ ଓ ସହାୟିକାଙ୍କ ସମସ୍ୟା ନେଇ ଆଗାମୀ ଡିସେମ୍ବର ୧୩ ତାରିଖରେ ବିଧାନସଭା ସମ୍ମୁଖରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଦିବାରାତ୍ର ଧାରଣା ନିମନ୍ତେ ନିଖିଳ ଓଡ଼ିଶା ଅଙ୍ଗନୱାଡ଼ି କର୍ମୀ ସଂଘ ବୈଠକରେ ଆହ୍ୱାନ ଦିଆଯାଇଛି ।
କାର୍ଯ୍ୟକାରୀ ସଭାପତି ବିଜୟ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ରାଜ୍ୟ ସାଧାରଣ ସମ୍ପାଦିକା
ହରପି୍ରୟା ସ୍ୱାଇଁ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ । ଅଙ୍ଗନୱାଡ଼ି କର୍ମୀଙ୍କ ବିଭିନ୍ନ ସମସ୍ୟା ଯଥା ୧୭ ମସିିହାରେ ଭତାବୃଦ୍ଧି ହୋଇଥିଲେ ହେଁ ଏପର୍ଯ୍ୟନ୍ତ ଭତାବୃଦ୍ଧି କରାଗଲା ନାହିଁ । ଦରଦାମ୍ ବୃଦ୍ଧି ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଏସ୍.ଏନ୍.ପି. ଦର ସଂଶୋଧନ କରାଯାଇ ନାହିଁ କି ନିୟମିତ ଭାବେ ଅର୍ଥ ପଠାଯାଉ ନାହିଁ । ବିଭିନ୍ନ ପ୍ରକଳ୍ପରେ ସରକାରୀ ନିର୍ଦ୍ଧେଶନାମାକୁ ବେଖାତିର କରି ପୋଷାକ ଓ ସ୍ୱେଟର ବଂଟନ କରାଯାଉଛି । ଗତ ସେପ୍ଟେମ୍ବର ୨୦୧୯ରେ ଅଙ୍ଗନୱାଡ଼ି କେନ୍ଦ୍ରକୁ ଗ୍ୟାସ୍ ସଂଯୋଗ ନିମନ୍ତେ ଅନୁଦାନ ଜିଲ୍ଲାକୁ ପଠାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଗ୍ୟାସ୍ ସଂଯୋଗ କରାଯାଇନାହିଁ । ନିମ୍ନମାନର ମୋବାଇଲ୍ ଯୋଗାଣ କରି ପୋଷଣ ଟ୍ରାପ୍ କରିବାକୁ ବାଧ୍ୟ କରୁଛନ୍ତି । ଏହାର ପ୍ରତିବାଦ କଲେ ଦୈନନ୍ଦିନ ଆକ୍ରମଣ ଓ ଆକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନ ସହ ଦରମା ବନ୍ଦ କରାଯାଉଛି ।
ତେଣୁ ତୁରନ୍ତ ଭତାବୃଦ୍ଧି, ଶତ ପ୍ରତିଶତ ସୁପରଭାଇଜର ପ୍ରମୋଶନ, ନିମ୍ନମାନର ଦେଢ଼ ଜିବିର ମୋବାଇଲ୍
ଫେରାଇନେବା, ଉନ୍ନତମାନର ମୋବାଇଲ୍ ଯୋଗାଣ, ଦରମା ପ୍ରଦାନରେ ତ୍ରୁଟି ତୁରନ୍ତ ସୁଧାରିବା ସହ ଯେଉଁମାନେ ଭତା ପାଇନାହାଁନ୍ତି ତୁରନ୍ତ ଏହାର ସମାଧାନ, ମାର୍ଚ୍ଚ ମାସର ଦରମା ପାଇନଥିବା ଦରମା ପ୍ରଦାନ, ଅବସର ବୟସ ସୀମା ୬୨ ବର୍ଷରୁ ୬୫ ବର୍ଷକୁ ବୃଦ୍ଧି, ଅବସରକାଳୀନ ସହାୟତା ପାଂଚ ଲକ୍ଷ ଟଙ୍କା ଧାର୍ଯ୍ୟ, ସର୍ବନିମ୍ନ ପେନସନ୍ ୩୦୦୦ ଟଙ୍କା, ୱାର୍କର ମାନ୍ୟତା ଆଦି ଦାବି ନେଇ ଦିବା ୧୧ ଘଟିକା ସମୟରେ ଶୋଭାଯାତ୍ରା କରି, ବିକ୍ଷୋଭ ଅନୁଷ୍ଠିତ ହୋଇ ଧାରଣା ଅନୁଷ୍ଠିତ ହେବ ।
ଏହି ବୈଠକରେ ପଶ୍ଚିମ ଓଡ଼ିଶା ଅଙ୍ଗନୱାଡ଼ି କର୍ମୀ ସହାୟିକା ସଂଘ, ପ୍ରଶାନ୍ତ ପାଢ଼ୀ, ମମତାଜ୍ ଖୁଂଟିଆ,
ବିଷ୍ଣୁପି୍ରୟା ଜେନା, ମଳୟମଞ୍ଜରୀ ଜେନା, ସୌଦାମିନୀ ଦାସ, ପଙ୍କଜିତା ଶବର, ମନୋରମା ବିଶ୍ୱାଳ, ଅଞ୍ଜନା ପଣ୍ଡା, ଭାରତୀ ନାୟକ, ମାନସୀ ପ୍ରଧାନ, ଜ୍ୟୋତ୍ସ୍ନା ସାମନ୍ତରାୟ, ନିର୍ଝରବାଳା ସାହୁ, ମାଣିକେଶ୍ୱରୀ ପଟ୍ଟନାୟକ, ନର୍ମଦା ନାହାକ, ମିନତୀ ବରାଡ଼, ଉମାରାଣୀ ପାତ୍ର ପ୍ରମୁଖ ବକ୍ତବ୍ୟ ରଖି ଆଗାମୀ ଆନ୍ଦୋଳନକୁ ସଫଳ କରିବା ନିମନ୍ତେ ଆହ୍ୱାନ ଦେଇଥିଲେ । ଓଡ଼ିଶା ସମାଚାର
Home / ବିଶେଷ / ଅଙ୍ଗନୱାଡ଼ି କର୍ମୀ ଓ ସହାୟିକାଙ୍କ ସମସ୍ୟା ନେଇ ଆଗାମୀ ଡିସେମ୍ବର ୧୩ ବିଧାନସଭା ସମ୍ମୁଖରେ ଅନିର୍ଦ୍ଧିଷ୍ଟ କାଳ ଧାରଣା