Thursday , January 20 2022
Breaking News
Home / ବିଶେଷ / ସୁପାରି କିଲର ଗିରଫ, ୨ ଟି ଅତ୍ୟାଧୁନୀକ ପିସ୍ତଲ ଓ ୫ ରାଉଣ୍ଡ ଗୁଳି ଜବତ

ସୁପାରି କିଲର ଗିରଫ, ୨ ଟି ଅତ୍ୟାଧୁନୀକ ପିସ୍ତଲ ଓ ୫ ରାଉଣ୍ଡ ଗୁଳି ଜବତ

ଭୁବନେଶ୍ୱର ,୨୮/୧୧/୨୦୨୧(ଓଡ଼ିଶା ସମାଚାର)- କମିଶନରେଟ  ପୋଲିସ୍ ରାଜଧାନୀରୁ ଜଣେ ସୁପାରି କିଲର କୁ ଗିରଫ କରିବା ସହିତ  ତା ନିକଟରୁ ଦୁଇଟି ଅତ୍ୟାଧୁନୀକ ପିସ୍ତଲ ଓ ୫ ରାଉଣ୍ଡ ଗୁଳି ଜବତ କରିଛି । ଆଉ ଜଣେ ଅପରାଧୀ ଫେରାର ହୋଇଥିବାର ସୂଚନା ମିଳିଛି । ଏହା ଫଳରେ ଏକ ଅଘଟଣକୁ ମଧ୍ୟ ପୋଲିସ୍ ଟାଳି ଦେଇପାରିଛି ।

ମିଳିଥିବା ସୂଚନା  ଅନୁଯାୟୀ,  ବ୍ୟବସାୟିକ ଶତ୍ରୁତା ଯୋଗୁ ଦୁଇ ଜଣ  ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ନିୟୋଜିତ କରାଯାଇଥିଲା। ଖବର ପାଇ ନୟାପଲ୍ଲୀ ଥାନା ପୋଲିସ ସାଧା ପୋଷାକରେ ଚଢାଉ କରିଥିଲା । ସପନେଶ୍ୱର ମନ୍ଦିର ନିକଟରୁ ଜଣଙ୍କୁ ପୋଲିସ କାବୁ କରିଥିଲା ବେଳେ ଅନ୍ୟ ଜଣେ ଖସିପଳାଇବାକୁ ସକ୍ଷମ ହୋଇଥିଲା । ପୋଲିସ ଚଢ଼ାଉ କରିବା ବେଳେ  ପୋଲିସ ଉପରକୁ ଗୁଳିମାଡ଼ କରିବାକୁ ଅପରାଧୀ ଦ୍ୱୟ ଉଦ୍ୟମ କରିଥିଲେ । ହେଲେ ପୋଲିସ ଅପରାଧୀକୁ କାବୁ କରିବାର ସଫଳ ହୋଇଥିଲା । ଗିରଫ ଅପରାଧୀ ନିକଟରୁ ଦୁଇଟି ଅତ୍ୟାଧୁନୀକ ପିସ୍ତଲ ସହ ୫ ରାଉଣ୍ଡ  ଗୁଳି ଜବତ ହୋଇଛି । ଓଡ଼ିଶା ସମାଚାର

About admin

Check Also

ଗରଦପୁର ଜିଲା ପରିଷଦ ୧୧ନମ୍ବର ରୁ ମଂଜୁବାଳା ଜେନା ଓ ୯ ନମ୍ବର ରୁ ଏଲିନା ସ୍ୱାଇଁ ବିଜେଡ଼ି ପ୍ରାର୍ଥି ଭାବେ ନାମାଙ୍କନ ଦାଖଲ କଲେ

ଗରଦପୁର, ୨୦/୧/୨୦୨୨ (ଓଡ଼ିଶା ସମାଚାର)- ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ର ନାମାଙ୍କନ ମାହୋଲ ଆରମ୍ଭ ହୋଇ ଯାଇଛି । ଶତାଧିକ …

Leave a Reply

Your email address will not be published. Required fields are marked *