Saturday , November 26 2022
Breaking News
Home / ଶିକ୍ଷା / ମହେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟ ରେ ୭୪ତମ ସମର ଶିକ୍ଷାର୍ଥୀ ବାହିନୀ ଦିବସ ପାଳିତ  

ମହେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟ ରେ ୭୪ତମ ସମର ଶିକ୍ଷାର୍ଥୀ ବାହିନୀ ଦିବସ ପାଳିତ  

ରଘୁନାଥପୁର,୨୮/୧୧/୨୦୨୧(ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ ଅନ୍ତର୍ଗତ ଗୁଆଳିପୁର ପଂଚାୟତର ମହେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ୭୪ତମ ସମର ଶିକ୍ଷାର୍ଥୀ ବାହିନୀ ଦିବସ ପାଳିତ ହୋଇଥିଲା । ଏଥିରେ ମୁଖ୍ୟଅତିଥି ଭାବେ ଗୁଆଳିପୁର ସରପଂଚ ଜାନକୀ ବଲ୍ଲଭ ସ୍ୱାଇଁ ଯୋଗଦେଇ ଏନସିସି ପତାକା ଉତୋଳନ କରିଥିଲେ । ସମ୍ମନୀତ ଅତିଥି ଭାବେ କବି ଅଲେଖ ଚନ୍ଦ୍ର ବେହେରା, ଶିକ୍ଷାବିତ୍ ଜ୍ଞାନ ରଂଜନ ପଟ୍ଟନାୟକ, ଶିକ୍ଷକ ଇଲାବନ୍ତ ନାୟକ, ଶିକ୍ଷକ ପ୍ରତାପ କୁମାର ଜେନା ପ୍ରମୁଖ ଯୋଗଦେଇଥିଲେ । ବିଦ୍ୟାଳୟର ପ୍ରଧାନଶିକ୍ଷକ ହିମାଂସୁ ଶେଖର ସାହୁ ପୌରହିତ୍ୟ କରିଥିଲେ । ସମର ଶିକ୍ଷାର୍ଥୀ ବାହିନୀର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀମାନଙ୍କୁ ମୁଖ୍ୟଅତିଥି ପୁରସ୍କାର ଓ ମାନପତ୍ର ବଂଟନ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.