Saturday , November 26 2022
Breaking News
Home / ବିଶେଷ / ବୈଷ୍ଣବ ଧର୍ମ ମାନବ ଜାତିକୁ ଦିଗ୍ ଦର୍ଶନ ଦେଇ ଆସୁଅଛି:୪ଟି ଜିଲ୍ଲାର ବୈଷ୍ଣବ ସମ୍ମିଳନୀ 

ବୈଷ୍ଣବ ଧର୍ମ ମାନବ ଜାତିକୁ ଦିଗ୍ ଦର୍ଶନ ଦେଇ ଆସୁଅଛି:୪ଟି ଜିଲ୍ଲାର ବୈଷ୍ଣବ ସମ୍ମିଳନୀ 

କଟକ,୨୮/୧୧/୨୦୨୧(ଓଡ଼ିଶା ସମାଚାର)- ବୈଷ୍ଣବ ଧର୍ମ ମାନବ ଜାତିକୁ ଦିଗ୍ ଦର୍ଶନ ଦେଇ ଆସୁଅଛି ବୋଲି ଆଜି ଜଗସିଂହପୁର, କଟକ, କେନ୍ଦ୍ରାପଡା ଓ ଯାଜପୁର ୪ଗୋଟି ଜିଲ୍ଲାର ଧାରିବିଲ୍ ଠାରେ ଅନୁଷ୍ଠିତ ବୈଷ୍ଣବ ସମ୍ମିଳନୀରେ ମୁଖ୍ୟବକ୍ତା ଭାବେ ଉପେନ୍ଦ୍ର କୁମାର ଦାଶ ଯୋଗଦେଇ ଏହା କହିଥିଲେ । ଶିକ୍ଷାବିତ୍ ଅମୀୟ କିଶୋର ଦାଶଙ୍କ ଉଦ୍ୟମରେ  ଆୟୋଜିତ ଏହି ସମ୍ମିଳନୀରେ ମୁଖ୍ୟଅତିଥି ଭାବେ ଓଡିଶା କୃଷି ବୈଷୟିକ ବିଶ୍ୱ ବିଦ୍ୟାଳୟର ଡ.ଜୟକୃଷ୍ଣ ଦାଶ ଯୋଗଦେଇ ଯେତେବେଳ ହିନ୍ଦୁ ଧର୍ମ ଲୋପ ପାଇବାକୁ ବସିଥିଲା ସେହି ସମୟରେ ଆଦି ଶଙ୍କରାଚାର୍ଯ୍ୟ ଆବିର୍ଭାବ ହୋଇ ସମଗ୍ର ଭାରତବର୍ଷରେ ହିନ୍ଦୁ ଧର୍ମର ପ୍ରଚାର ପ୍ରସାର କରି ହିନ୍ଦୁ ଧର୍ମକୁ ପ୍ରତିଷ୍ଠା କରିଥିଲେ । ପ୍ରତ୍ୟେକ ବ୍ୟକ୍ତି ନିଜର ଧର୍ମକୁ ଭୁଲିବା ଉଚିତ୍ ନୁହେଁ ବୋଲି ଡ. ଦାଶ କହିଥିଲେ । ଏଥିରେ ବୈଷ୍ଣବ ସମ୍ମିଳନୀ ସଭାପତି ପର୍ଶୁରାମ ଦାଶ ସଭାପତିତ୍ୱ କରିଥିଲେ । ଏଥିରେ ଅଧିକାରୀ ନବକିଶୋର ଦାଶ ସମ୍ମାନୀତ ବକ୍ତାଭାବେ ଯୋଗଦେଇ ବାରଜାତି ତେର ଗୋଲା ବୈଷ୍ଣବ ହେଲେ ସବୁ ହେଲା ବୋଲି କହିଥିଲେ । ସେ ଆହୁରି କହିଲେ ଯେ, ବୈଷ୍ଣବ ମାନେ ସେମାନଙ୍କର ଧର୍ମକୁ ନ ଭୁଲି ସମାଜରେ ବୈଷ୍ଣବ ଧର୍ମର ପ୍ରଚାର ପ୍ରସାର ନିମନ୍ତେ କାମ କରିବାକୁ ଏହିଭଳି ସମ୍ମିଳନୀର ଆୟୋଜନ ଆବଶ୍ୟକ । ଏଥିରେ ବାମଦେବ ଦାଶ, ଉମାକାନ୍ତ ଦାଶ, ବସନ୍ତ କୁମାର ଦାଶ, ସୀତାରାମ ଦାଶ, ମଦନମୋହନ ଦାଶ, ହରେକୃଷ୍ଣ ଦାଶ, ସଂଗ୍ରାମୀ କେଶରୀ ଦାଶ, ତପନ କୁମାର ଦାଶ, ହେମନ୍ତ କୁମାର ଦାଶ (ଟୁକୁନା), ପୁରୁଷୋତମ ଦାଶ, ଆଲୋକ କୁମାର ଦାଶ ପ୍ରମୁଖ ଯୋଗଦେଇ ଶ୍ରୀ ଜଗନ୍ନାଥ, ଭାଗବତ ଓ ଚୈତନ୍ୟ ମହାପ୍ରଭୁଙ୍କ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.