Thursday , January 20 2022
Breaking News
Home / କୃଷି / ବିଲରେ ପାଚିଲା ଧାନ,ସମ୍ଭାବ୍ୟ ବାତ୍ୟା ଆଶଙ୍କାରେ ଚାଷୀ ଚିନ୍ତିତ

ବିଲରେ ପାଚିଲା ଧାନ,ସମ୍ଭାବ୍ୟ ବାତ୍ୟା ଆଶଙ୍କାରେ ଚାଷୀ ଚିନ୍ତିତ

ଗରଦପୁର , ୨୮/୧୧/୨୦୨୧(ଓଡ଼ିଶା ସମାଚାର)- ବିଲରେ ପାଚିଲା ଧାନ । ଏବେ ଅମଳ ସମୟ ଉପନିତ । କିଛି ଚାଷୀ ପାଚିଯାଇଥିବା ସଅଳ କିସମ୍ ଧାନ ଜମିରୁ କାଟିବା ଆରମ୍ଭ କରିଛନ୍ତି । ଆଉ ଅନେକ ଚାଷୀ ଜମିରୁ ପାଣି ଛାଡିଲେ ପାଚିଥିବା ଧାନକୁ କାଟି ଖଳାକ୍ଷେତକୁ ଆଣିବା ପାଇଁ ପ୍ରସ୍ତୁତ ହେଉଛନ୍ତି । କିନ୍ତୁ ଆସନ୍ତା ୩/୪ ତାରିଖ ବେଳକୁ ସମ୍ଭାବ୍ୟ ବାତ୍ୟା ଆଶଙ୍କା ଓ ଏହାର ପ୍ରଭାବରେ ପ୍ରବଳ ବର୍ଷା ହେବା ଆଶଙ୍କାରେ ଚାଷୀ ମୁଣ୍ଡରେ ଚଡକ ପଡିବା ଭଳି ପରିସ୍ଥିତି ସୃଷ୍ଟି କରିଛି । ଚଳିତ ବର୍ଷ ଜୁଲାଇ ଓ ଅଗଷ୍ଟ ମାସରେ ନିଅନ୍ଟିଆ ବର୍ଷା ହେବାରୁ ଗରଦପୁର ବ୍ଲକ୍  ଅଂଚଳରେ ମରୁଡି ପରିସ୍ଥିତ ସୃଷ୍ଟି କରିଥିଲା । ଚାଷୀମାନେ ଡିଜେଲ ପମ୍ପ ଲଗାଇ ଚାଷ କାର୍ଯ୍ୟ କରିଥିଲେ । ଅକ୍ଟୋବର ଓ ନଭେମ୍ବର ମାସରେ କ୍ରମାଗତ ଭାବରେ ଲଘୁଚାପ ଜନିତ ଲଗାଣ ବର୍ଷା ଲାଗି ରହିବାରୁ ଅଂଚଳରେ ପନିପରିବା ଚାଷ ପଛେଇ ଯାଇଥିବାବେଳେ.ପାଚିଲା ଧାନ ଜମିରୁ ଆଜି ସୁଦ୍ଧା ପାଣି ଛାଡି ନାହିଁ । ଅନେକ ଖାଲୁଆ  ଜମିରେ ଥିବା ପାଣିରେ ପାଚିଲା ଧାନ ଶୋଇ ରହିଛି । ଜମିରୁ ପାଣି ଶୁଖିଲେ ଚାଷୀ ଧାନ କାଟିବା ନେଇ ଚିନ୍ତା କରୁଥିବା ବେଳେ,ସମ୍ବାବ୍ୟ ବାତ୍ୟା ‘ଜୱାଦ’ ଚାଷୀକୁଳକୁ ଅସ୍ତବ୍ୟସ୍ତ କରି ପକାଇଛି । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ସମ୍ଭାବ୍ୟ ଅବପାତ ଜନିତ ପ୍ରବଳ ବର୍ଷା ହେଲେ ଧାନ ଅମଳ ପାଇଁ କାଳ ହେବ । ଚାଷୀମାନେ ଜମିରୁ ପାଚିଥିବା ଧାନ କାଟି କିପରି ଅମଳ କରିବେ ସେ ନେଇ ଚାଷୀ ଅଧିକ ଚିନ୍ତିତ ହୋଇପଡିଛନ୍ତି । ବାତ୍ୟା ପ୍ରଭାବରେ ବର୍ଷା ହେଲେ ଚାଷୀକୂଳ ପାଇଁ ଏହା ଘାତକ ସଦୃଶ ହେବ ବୋଲି ଅଂଚଳର ବରିଷ୍ଠ ଚାଷୀମାନେ ପ୍ରକାଶ କରିଛନ୍ତି । ଗରଦପୁର ବ୍ଲକ୍ ର ୬ ହଜାର ହେକ୍ଟର ଚାଷ ଜମିରେ ଏବେ ସୁନାର ଧାନ ଫସଲ ହସୁଛି । ସମ୍ଭାବ୍ୟ ବାତ୍ୟା ଯୋଗୁ ବର୍ଷା ହେଲେ ତାହା ସମ୍ପୂର୍ଣ୍ଣ ନଷ୍ଟ ହୋଇଯିବା ଆଶଙ୍କା ପ୍ରକାଶ ପାଇଛି । ସେଥିନେଇ ଏବେ ଚାଏୀକୂଳ ଚିନ୍ତିତ ହୋଇପପଡ଼ିଛନ୍ତି । ସେହିପରି ପଦ୍ମପୁର, ଗୋତ୍ରବିଲ, ବିଚଣା, ହରିଦାସପୁର, ସୋଲପାଟ, ବେଡାରୀ, ଜଗଦ୍ଧଳପୁର, ଯମୁନାବାଦ, ଲେଖନପଡା, ସିଙ୍ଗିଟିଆ,ପାଟକୁରା ,ତିକନପୁର, ଜିରାଳ,ଭଦକମଳ, କଳାବୁଦା, ବ୍ରହ୍ମପୁର ଆଦି ଗ୍ରାମମାନଙ୍କ ଚାଷଜମିରେ ବହୁଳ ପରିମାଣରେ ବିରି ଚାଷ କରାଯାଇଛି । କେତେକ ଜମିରେ ବିରି ଗଛରେ ଫୁଲ ଧରିବା ଆରମ୍ଭ କରିଛି । ଯଦି ବର୍ଷା ହୁଏ ,ତେବେ ବିରି ଫସଲ ମଧ୍ୟ ସମ୍ପର୍ଣ୍ଣ ଭାବରେ ନÿଷ୍ଟ ହୋଇଯିବ ବୋଲି ବିରି ଚାଷୀମାନେ ଆଶଙ୍କା କରିଛନ୍ତି । ସେହିପରି କୂଳ ଜମି ଓ ନଦୀପଠା ଜମିରେ କେତେକ ଚାଷୀ ଚିନାବାଦାମ ବୁଣିବା ଆରମ୍ଭ କରିଥିବାବେଳେ,ଅନେକ ଚାଷୀ ପନିପରିବା ଚାଷ କାର୍ଯ୍ୟ ଆରମ୍ଭ କରି ବଭିନ୍ନ ପନିପରିବା ଚାରାଗଛମାନ ଲଗାଇଛନ୍ତି । ଏପରିସ୍ଥଳେ ଯଦି ପ୍ରବଳ ବର୍ଷା ହୁଏ,ତେବେ ଚାଷୀକୂଳ ସର୍ବସ୍ୱାନ୍ତ ହୋଇଯିବେ ବୋଲି ଅଂଚଳର ବରିଷ୍ଠ ଚାଷୀମାନେ ମତ ପ୍ରକାଶ କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ଅଦିନିଆ ବର୍ଷା ରେ ବେହାଲ ଧାନ ମଣ୍ଡି, ଚାଷୀ ମୁଣ୍ଡରେ ଚଡକ

Leave a Reply

Your email address will not be published. Required fields are marked *