Saturday , August 13 2022
Breaking News
Home / ରାଜନୀତି / ପ୍ରାକ୍ ନିର୍ବାଚନ ପ୍ରସ୍ତୁତି:ମାଣପୁର ପଞ୍ଚାୟତରେ ଵିଜୁ ଜନତା ଦଳର କର୍ମୀ ସମ୍ମିଳନୀ

ପ୍ରାକ୍ ନିର୍ବାଚନ ପ୍ରସ୍ତୁତି:ମାଣପୁର ପଞ୍ଚାୟତରେ ଵିଜୁ ଜନତା ଦଳର କର୍ମୀ ସମ୍ମିଳନୀ

କଟକ ସଦର, ୨୮/୧୧/୨୦୨୧(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା):କଟକ ସଦର ନିର୍ବାଚନମଣ୍ଡଳୀର ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ମାଣପୁର ପଞ୍ଚାୟତର ଵିଜେଡି କର୍ମୀ ସମ୍ମିଳନୀ ସଭାପତି ମହମ୍ମଦ ରୁସ୍ତମଙ୍କ ସଭାପତିତ୍ବରେ ଆଜି ରବିବାର ଖଜୁରେଇ ଠାକୁରାଣୀ ଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ କଟକ ଜିଲ୍ଲା ବିଜେଡ଼ି ସାଧାରଣ ସମ୍ପାଦକ ତଥା ବିଧାୟକ ଚନ୍ଦ୍ର ସାରଥି ବେହେରାଙ୍କ ପ୍ରତିନିଧି ପୂର୍ଵତନ ଜିଲ୍ଲା ପରିଷଦ ସଭ୍ୟ ଅଚ୍ୟୁତାନନ୍ଦ ଦାସ,ସଂପାଦକ ସୁଶାନ୍ତ କୁମାର ସେଠୀ,ଯୁଵ ସଂପାଦକ ହିମାଂଶୁ ଦାସ, ପର୍ଯ୍ୟବେକ୍ଷକ ରମେଶଚନ୍ଦ୍ର ସ୍ୱ।ଇଁ, ନିଶ୍ଚିନ୍ତକୋଇଲି ବ୍ଲକ କାର୍ଯ୍ୟକାରୀ ସଭାପତି ପ୍ରମୋଦ କୁମାର ନାୟକ,ମାଣପୁର ସମିତି ସଭ୍ୟ ବିଶ୍ୱଜିତ ଦାସ,ସିର୍ଲୋର ପୂର୍ବତନ ସମିତି ସଭ୍ୟ ଅରୁଣ କୁମାର ଵୋଷ ପ୍ଳମୁଖ ଯୋଗ ଦେଇ ଆଗାମୀ ପଞ୍ଚାୟତ ନିର୍ବାଚନରେ ଵିଜୁ ଜନତା ଦଳ ସମର୍ଥିତ ସମସ୍ତ ପ୍ରାର୍ଥୀ ଙ୍କୁ ଵିପୁଳ ଭୋଟ ବ୍ୟବଧାନରେ ଜିତାଇ ଵିଧାୟକ ଚନ୍ଦ୍ର ସାରଥି ବେହେରାଙ୍କ ଲୋକାଭିମୁଖୀ କାର୍ଯ୍ୟଧାରାକୁ ଆଗେଇ ନେଵାକୁ କର୍ମୀମାନଙ୍କୁ ବକ୍ତବ୍ୟରେ କହିଥିଲେ। ପଞ୍ଚାୟତର ୧୬ ଗୋଟି ୱ।ର୍ଡର ଶତାଧିକ ଵିଜେଡି କର୍ମୀ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିବା ବେଳେ କାର୍ଯ୍ୟକ୍ରମ ପରିଚାଳନାରେ ପ୍ରଶାନ୍ତ ସାହୁ, ବିଭୂତି ପ୍ରଧାନ,ଅଫସର ଅଲ୍ଲି ଖାଁ,କ୍ଷୀରୋଦ ବେହେରା,ରଂଜିତ ମହାପାତ୍ର,ରଜତ ପ୍ରଧାନ ପ୍ରମୁଖ ସହାୟତା କରିଥିଲେ। କିଛି ଦିନ ପୂର୍ବରୁ ସରପଞ୍ଚ ଝରଣା ଖୁଣ୍ଟିଆ ଓ ତାଙ୍କ ପ୍ରତିନିଧି ରବିନ୍ଦ୍ର ଖୁଣ୍ଟିଆ ପଞ୍ଚାୟତ ସଭାପତି ଓ ଵିଧାୟକଙ୍କ ନାଁ ରେ ମିଥ୍ୟା ଓ ମନଗଢା ଖଵର ଚିଠି ମାଧ୍ୟମରେ ଵଣ୍ଟନ କରିଥିଵାକୁ ନେଇ ବୈଠକରେ ନିନ୍ଦା କରାଯାଇଥିଲା। ଓଡ଼ିଶା ସମାଚାର

About admin

Check Also

ଜନଶକ୍ତି ପାର୍ଟି ପକ୍ଷରୁ ଓଡ଼ିଆ ବଂଚାଅ ଅଭିଯାନ 

ଗରଦପୁର, ୦୯/୦୮/୨୦୨୨(ଓଡ଼ିଶା ସମାଚାର)- ପାଟକୁରା ଥାନା ନିକଟସ୍ଥ କହ୍ନେଇଲାଲ ଜୀଉ ପ୍ରାଙ୍ଗଣରେ ଆଜି ଅପରାହ୍ନରେ ଜନ ଶକ୍ତି ପାର୍ଟି ପକ୍ଷରୁ …

Leave a Reply

Your email address will not be published.